www.samajalive.in
Monday, December 8, 2025
24.1 C
Bhubaneswar

ସୌର ଉପକରଣ ନିର୍ମାଣ ପାଇଁ ଓଡ଼ିଶା ଉଦ୍ୟୋଗୀମାନଙ୍କ ପାଇଁ ଏକ ପସନ୍ଦର ସ୍ଥଳ

ଭୁବନେଶ୍ୱର : ଭୁବନେଶ୍ୱରରେ ନୀତି ଆୟୋଗ ଭାରତ ସରକାରଙ୍କ ସହଯୋଗରେ ଏଆଇସି-ଏନଆଇଟିଏଫ ସ୍ଥାପିତ ହୋଇଯାଇଛି। ଅତ୍ୟାଧୁନିକ ଶୈଳୀରେ ନିର୍ମିତ ଏହି କେନ୍ଦ୍ରଟି ଷ୍ଟାର୍ଟ ଅପ୍ ଓ ଉଦ୍ୟୋଗୀଙ୍କ ପାଇଁ ଅନ୍ୟତମ ସୁବିଧା କେନ୍ଦ୍ର ଭାବେ କାର୍ଯ୍ୟକରିବ। ପୂର୍ବ ଭାରତରେ ଏହା ଜ୍ଞାନକେନ୍ଦ୍ର ଭାବେ ନିଜର କାର୍ଯ୍ୟକାରୀତାକୁ ପ୍ରସାରିତ କରିବ। ନ୍ୟାଶନାଲ୍‍ ସୋଲାର ଏନର୍ଜି କନକ୍ଲେଭ୍‍
(ଏସଇସି୨୦୨୦) ଗତ ୧ ଡିସେମ୍ବର ୨୦୨୦ଠାରୁ ୩ ଡିସେମ୍ବର ୨୦୨୦ ମଧ୍ୟରେ ଏଆଇସି-ଏନଆଇଟିଏଫ ପରିସରରେ
ଆୟୋଜିତ ହୋଇଥିଲା। ଭୁବନେଶ୍ୱରରେ ୧୦ ଟି ବୈଷୟିକ ଅଧିବେସନରେ ୩୦ ଜଣ ବକ୍ତା ଓ ଅନେକ ଷ୍ଟାର୍ଟଅପ ତଥା ଉଦ୍ୟୋଗୀ,
ପ୍ରକଳ୍ପ ପ୍ରସ୍ତାବକ, ପେଷାଦାର ଓ କର୍ପୋରେଟର ବରିଷ୍ଠ କର୍ମକର୍ତାମାନେ ଅଂଶଗ୍ରହଣ କରିଥିଲେ। ପ୍ରମୁଖ ବିଷୟ ଥିଲା ସୌର ଶକ୍ତିର ବିକାଶ ଓ ଏହାକୁ ସାଧାରଣ ଲୋକଙ୍କ ପାଖରେ ପହଁଚାଇବା। ଇଂଟରନ୍ୟାସନାଲ ସୋଲାର ଆଲିୟାନସର ମହାନିର୍ଦ୍ଦେଶକ ଉଦଘାଟନୀ ଭାଷଣ ଦେଇଥିବାବେଳେ ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାର ସଚିବ ତଥା ସବୁଜ ଶକ୍ତି ବିକାଶ କମ୍ପାନି ଲିମିଟେଡ (ଜିଇଡିସିଓଏଲ)ର ଚେୟାରପର୍ସନ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ।
ଶ୍ରୀ ବିଷ୍ଣୁପଦ ସେଠୀ ତାଙ୍କ ଭାଷଣରେ କହିଥିଲେ ଯେ ଓଡ଼ିଶାର ଜଳାଶୟମାନଙ୍କରୁ ୫୦୦୦ ମେଗାୱାଟ ସୌରଶକ୍ତି ଉତ୍ପାଦିତ
ହୋଇପାରିବ ଯାହା ଆମର ଶକ୍ତି ଆବଶ୍ୟକତାଠାରୁ ଅଧିକ। ଷ୍ଟାର୍ଟଅପ, ଇନୋଭେଟର୍ସ, ଉଦ୍ୟୋଗୀଙ୍କ ପାଇଁ ୭ଟି କାର୍ଯ୍ୟକୁ ସୁପାରିଶ
କରାଯାଇଛି, ଯେଉଁଗୁଡ଼ିକ ହେଲା: କ) କମ୍ପାକ୍ଟ ଫଟୋଭୋଲଟାଇକ ପ୍ୟାନେଲର ବିକାଶ, ଖ) ଦୃଢ ତଥା ସୁଲଭ ବ୍ୟାଟେରୀ ତିଆରି ପାଇଁ
ଷ୍ଟୋରେଜ ବୈଷୟିକୀ, ଗ) ଉଚ୍ଚଗୁଣମାନର ସୌର ଉପକରଣ, ଘ) ସୋଲାର ପ୍ୟାନେଲଗୁଡ଼ିକର ଅଭିନବ ନିୟୋଜନ, ଙ) ସୋଲାର
ପ୍ୟାନେଲ ଓ ଉପକରଣର ରକ୍ଷଣାବେକ୍ଷଣ, ଚ) ସୁଲଭ ମୂଲ୍ୟର ରୁଫ ଟପ ସୋଲାର ସିଷ୍ଟମ, ଛ) ଜଳସେଚନ ପାଇଁ ମାଇକ୍ରୋ/ମିନି
ପମ୍ପସେଟ, ୱାଟର ପ୍ୟୁରିଫାୟର, ୱାଟର ହିଟର, ସୋଲାର କୁକର, ସୋଲାର ହୋମ ଲାଇଟିଂ, ମାଇକ୍ରୋ ସୋଲାର ଗ୍ରୀଡ, ସୋଲାର ଟୟ
ଇତ୍ୟାଦି। ଉଦଯାପନ ଦିବସର ପ୍ରଥମ ଅଧିବେସନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ଯୁଗ୍ମ ସଚିବ ଶ୍ରୀ ଅଜୟ ନାୟକ, ଅଂଶଗ୍ରଣକାରୀମାନଙ୍କୁ ଦକ୍ଷତା ବିକାଶ ଓ ଇନକ୍ୟୁବେଶନ କେନ୍ଦ୍ରର ପ୍ରୋତ୍ସାହନ ପାଇଁ ଓଡ଼ିଶାରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ତିମ ଅଧିବେସନରେ ଡ. ତପନ କୁମାର ଚାନ୍ଦ ସୂଚନା ଦେଇଥିଲେଯେ ସୌର ଉଦ୍ୟୋଗରେ ଉଜ୍ଜ୍ୱଳ ସମ୍ଭାବନା ରହିଛି, ଏଥିପାଇଁ କୁଶଳୀ କର୍ମଚାରୀମାନଙ୍କର ଆବଶ୍ୟକତା ପଡ଼ିବ। ଶିଳ୍ପ ପ୍ରତିଷ୍ଠା ପାଇଁ ସୁବିଧା ସହ ସୌର ଉପକରଣ ଓ ଯନ୍ତ୍ରପାତି ତିଆରି, ଲିଥିୟମ ଆଇଅନ ବ୍ୟାଟେରୀ ଉତ୍ପାଦନ ଲାଗି ବହୁ ଉଦ୍ୟୋଗ ସ୍ଥାପନ ପାଇଁ ଓଡ଼ିଶା ଉଦ୍ୟୋଗୀ ମାନଙ୍କ ପାଇଁ ପସନ୍ଦର ସ୍ଥାନ ହୋଇପାରେ। ଉକ୍ତ ସମାରୋହରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅଂଶଗ୍ରହଣକାରୀ ନୀତି ଆୟୋଗର ସହାୟତାରେ ପ୍ରତିଷ୍ଠିତ ଏଆଇସି-ଏନଆଇଟିଏଫର ଅତ୍ୟାଧୁନିକ ସୁବିଧା ଓ ଉଦ୍ଦେଶ୍ୟକୁ ପ୍ରଶଂସା କରିଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories