ପୁରୁଣା ଫୋନ୍ ଦେଇ ନେଇପାରିବେ ନୂଆ ନଥିଂ ଫୋନ୍, ଫ୍ଲିପକାର୍ଟ ଆଣିଲା ଅଫର୍

ନୂଆଦିଲ୍ଲୀ : ନଥିଂ ନିଜ ନୂଆ ସ୍ମାର୍ଟଫୋନ ନଥିଂ(ଥ୍ରିଏ) ସିରିଜ୍ ଫ୍ଲିପକାର୍ଟରେ ଲଞ୍ଚ୍ କରିବାର ଘୋଷଣା କରିଛି । ଏହି ଫୋନ୍ ୧୧ ମାର୍ଚ୍ଚରୁ ଇ-କମର୍ସ ଓ୍ବେବସାଇଟରେ ବିକ୍ରି ପାଇଁ ଉପଲବ୍ଧ ହେବ । ଫ୍ଲିପକାର୍ଟ ସହିତ ଗ୍ୟାରେଣ୍ଟିଡ୍ ଏକ୍ସଚେଞ୍ଜ ଭାଲ୍ୟୁ ପ୍ରୋଗ୍ରାମ ଚାଲୁଛି ଯେଉଁଥିରେ ଆପଣ ପୁରୁଣା ଫୋନକୁ ନଥିଂର ନୂଆ ସ୍ମାର୍ଟଫୋନ୍ ସହିତ ଏକ୍ସଚେଞ୍ଜ କରିପାରିବେ ।

ଏହି କାର୍ଯ୍ୟକ୍ରମ ଅନୁସାରେ ଆପଣ ପୁରୁଣା ଫୋନ୍ (ଆଣ୍ଡ୍ରଏଡ୍ ୨୦୨୦ ମସିହା ପରର ଫୋନ୍) ବା ଆଇଓଏସ୍ (୨୦୧୮ ମସିହା ପରର) ଫୋନକୁ ଏକ୍ସଚେଞ୍ଜ କରିପାରିବେ । ଏହା ବ୍ୟତୀତ ନଥିଂ ଫୋନ୍ ଥ୍ରିଏ ସିରିଜକୁ କମ୍ ଦାମରେ ମଧ୍ୟ କ୍ରୟ କରିପାରିବେ । ନଥିଂ ଥ୍ରିଏର ଫିଚର୍ କଥା କହିବା ତ ଏଥିରେ ଟ୍ରାନ୍ସପରେଣ୍ଟ ଡିଜାଇନ୍ ରହିଛି ଯାହା ଏହାକୁ ଭିନ୍ନ ଲୁକ୍ ଦିଏ । ଏଥିରେ ୫୦ ଏମପିର ଟ୍ରିପଲ କ୍ୟାମେରା ସେଟଅପ୍ ରହିଛି । ସ୍ନାପଡ୍ରାଗନ ୭ଏସ୍ ଜେନ୍ ୩ ଚିପସେଟ୍ ଫୋନରେ ମିଳିବ । ଫୋନରେ ୫ ହଜାର ଏମଏଏଚର ବ୍ୟାଟେରୀ ମିଳିବ । ସ୍ମାର୍ଟଫୋନରେ ୮ ଜିବି ରାମ୍ ଓ ୨୫୬ ଜିବି ଷ୍ଟୋରେଜ୍ ରହିଛି । ଫୋନ୍ ଆଣ୍ଡ୍ରଏଡ୍ ୧୫ରେ ଚାଲିବ । ଏହାର ଦାମ୍ ୧୯,୯୯୯ ଟଙ୍କା ରହିଛି । ଫ୍ଲିପକାର୍ଟର ଭାଇସ୍ ପ୍ରେସିଡେଣ୍ଟ ସ୍ମୃତି ରବିଚନ୍ଦ୍ରନ କୁହନ୍ତି କି ଗ୍ରାହକଙ୍କୁ ପୁରୁଣା ଫୋନରୁ ନୂଆ ଫୋନକୁ ଅପଗ୍ରେଡ୍ କରିବା ପାଇଁ ସହଜ ସୁଯୋଗ ପ୍ରଦାନ କରୁଛୁ ।

Comments are closed.