www.samajalive.in
Thursday, December 11, 2025
18.1 C
Bhubaneswar

ଟଙ୍କା ନିଅ ଭୋଟ ଦିଅ, ଗାଁ-ଗାଁରେ ଭୋଜି ଭାତର ଆସର

ଲକ୍ଷ୍ମୀପୁର : ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିବା ବେଳେ ଶୁକ୍ରବାର ଠାରୁ ଟଙ୍କା ବଣ୍ଟା ଆରମ୍ଭ ହୋଇଛି । ସେହିପରି ସାହି ସାହିରେ ଭୋଜି ଭାତ ହେଉଥିବା ଜଣାପଡ଼ିଛି । ବିଭିନ୍ନ ପ୍ରାର୍ଥୀ ମାନେ ଘରକୁ ଘର ବୁଲି ନୋଟ୍ ଦେଇ ଭୋଟ ମାଗୁଛନ୍ତି। ଏପରିକି ଅନେକ ସାହିକୁ ସାହିରେ ଭୋଜି ଭାତ ନିମନ୍ତେ ଟଙ୍କା ବଣ୍ଟାଯାଉଛି । ଅବଶ୍ୟ ସ୍ବାଭିମାନୀ ଭୋଟରଙ୍କୁ ପ୍ରାର୍ଥୀମାନେ ଟଙ୍କା ବାଣ୍ଟିବାକୁ ସକ୍ଷମ ହୋଇ ପାରୁ ନାହାନ୍ତି, ତେବେ ଅନେକ ଶିକ୍ଷତ ଓ ଥିଲା ବାଲାମାନେ ମଧ୍ୟ ଟଙ୍କା ନେଉଥିବା ପରିଲକ୍ଷିତ ହେଉଛି। ଏଥି ମଧ୍ୟରେ ବିଭିନ୍ନ ବର୍ଗର ଭୋଟର ଅଛନ୍ତି, କେଉଁ ମାନେ ନିର୍ଦ୍ଧିଷ୍ଟ ପ୍ରାର୍ଥୀ ମାନଙ୍କ ଠାରୁ ସେମାନଙ୍କୁ ଭୋଟ ଦେବା ପାଇଁ ପ୍ରତିଶ୍ରୁତି ଦେଇ ଟଙ୍କା ନେଉଥିବା ବେଳେ ଆଉ କିଛି ଭୋଟର ଅଛନ୍ତି ଯେଉଁମାନେ ସମସ୍ତଙ୍କ ଠାରୁ ପଇସା ନେଇ ସେମାନଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ଚକରରେ ଅଛନ୍ତି। ସେହିପରି ଅନ୍ୟ ଏକ ବର୍ଗର ଭୋଟର ଅଛନ୍ତି ସେମାନେ କାହାଠାରୁ ଟଙ୍କା ନିଅନ୍ତି ନାହିଁ କିମ୍ବା ସେମାନଙ୍କୁ ଟଙ୍କା ଦେଇ କୌଣସି ପ୍ରାର୍ଥୀ ମାନେ ପ୍ରଲୋଭିତ କରିବାକୁ ସାହାସ କରନ୍ତି ନାହିଁ, ଏମାନଙ୍କ ସଂଖ୍ୟା ବର୍ତ୍ତମାନ ନଗଣ୍ୟ । ତେବେ ମୋଟାମୋଟି ଭାବେ ବର୍ତ୍ତମାନ ନୋଟ୍ ବାଣ୍ଟି ଭୋଜି ଭାତ ପାଇଁ ପଇସା ଦେଇ ଭୋଟରଙ୍କୁ କିଣି ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories