www.samajalive.in
Tuesday, December 9, 2025
16.1 C
Bhubaneswar

ସାପ୍ତାହିକ ବନ୍ଦ ବେଳେ କୋଭିଡ୍‌ ଟିକାକରଣ ବନ୍ଦ

ଭୁବନେଶ୍ବର : ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରାଯାଉଛି। ଜନସାଧାରଣଙ୍କ ସ୍ବାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଛତିଶଗଡ଼ ଓ ଝାଡଖଣ୍ଡ ସୀମାନ୍ତବର୍ତ୍ତୀ ୧୦ଟି ଜିଲାରେ ସାପ୍ତାହିକ ବନ୍ଦ (ସଟ୍ ଡାଉନ) ଘୋଷଣା ହୋଇଥିବାବେଳେ କୋଭିଡ଼ ଟିକାକରଣରେ କେତେକ ପରିବର୍ତ୍ତନ କରାଯାଇଛି। ସୀମାନ୍ତବର୍ତ୍ତୀ ୧୦ଟି ଜିଲାରେ ଏଣିକି ଶନିବାର ଓ ରବିବାର କୋଭିଡ଼ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦେଶ ଦେଇଛନ୍ତି।
ଶ୍ରୀ ମହାପାତ୍ର ଏ ସଂକ୍ରାନ୍ତରେ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲାପାଳ ଏବଂ ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ ଆୟୁକ୍ତଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଏହାସହିତ ସଂପୃକ୍ତ ଜିଲାର ସ୍ବାସ୍ଥ୍ୟଅଧିକାରୀଙ୍କୁ ଦର୍ଶାଇଛନ୍ତି ଯେ କରୋନା ସଂକ୍ରମଣ ରାଜ୍ୟରେ କ୍ଷୀପ୍ର ଗତିରେ ବଢ଼ୁଥିବା ଯୋଗୁଁ ରାଜ୍ୟବ୍ୟାପୀ ରାତ୍ରି ଚଳାଚଳ ନିଷିଦ୍ଧ (ନାଇଟ କର୍ଫ୍ୟୁ) ଓ ପଶ୍ଚିମଓଡ଼ିଶାର ୧୦ଟି ଜିଲାରେ ସାପ୍ତାହିକ ବନ୍ଦ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ୧୦ଟି ଜିଲାର ସହରାଞ୍ଚଳ ଗୁଡ଼ିକରେ ପ୍ରତି ଶନିବାର ଓ ରବିବାର ବନ୍ଦ ବଳବତ୍ତର ରହିବାକୁ ଥିବାରୁ ଏହି ଦୁଇଦିନ ଧରି କୋଭିଡ୍ ଟିକାକରଣ ଏଠାରେ କରାଯିବ ନାହିଁ । ମାତ୍ର ଏହିସବୁ ଜିଲାର ଅନ୍ୟ ସ୍ଥାନଗୁଡିକରେ କୋଭିଡ଼ ମାର୍ଗଦର୍ଶିକା ଅନୁସାରେ ଟିକାକରଣ ପୂର୍ବଭଳି ଜାରି ରହିବ ବୋଲି ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories