www.samajalive.in
Tuesday, December 9, 2025
16.1 C
Bhubaneswar

ନାଲ୍‌କୋ ପାଇଲା ଉତ୍କଳ-ଇ କୋଇଲା ବ୍ଲକ୍‌ ଖଣି ଳିଜ୍‌

ଭୁବନେଶ୍ବର : ଦେଶର ପ୍ରମୁଖ ଆଲୁମିନା ଏବଂ ଆଲୁମିନିୟମ୍‌ ଉତ୍ପାଦନ ଓ ରପ୍ତାନିକାରୀ ନବରତ୍ନ ଉଦ୍ୟୋଗ ନାଲକୋକୁ ଓଡ଼ିଶା ସରକାର ଉତ୍କଳ-ଇ କୋଇଲା ଖଣି ପାଇଁ ଖଣି ଲିଜ୍‌ ମଞ୍ଜୁର କରିଛନ୍ତି। ଏହି ସଂକ୍ରାନ୍ତରେ ଇସ୍ପାତ ଏବଂ ଖଣି ମନ୍ତ୍ରାଳୟଦ୍ବାରା ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ଉତ୍କଳ-ଇ-କୋଇଲା ଖଣି ଅନୁଗୋଳ ଜିଲାର ଛେଣ୍ଡିପଦା ତହସିଲ ଅନ୍ତର୍ଗତ ନନ୍ଦିଛୋଡ଼, ଗୋପୀନାଥପୁର ଜଙ୍ଗଲ, କୁଣ୍ଡାଝରି ଜଙ୍ଗଲ, କୋଶଳ ଏବଂ କୋରଡ଼ା ଗ୍ରାମର ୫୨୩.୭୩ହେକ୍ଟର ଜମି ଉପରେ ଅବସ୍ଥିତ। ୭୦ ମିଲିୟନ୍‌ ଟନ୍ ସଂରକ୍ଷିତ ଥିବା ଏହି ଖଣିରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାର୍ଷିକ ୨ ମିଲିୟନ୍‌ ଟନ୍ କୋଇଲା ଉତ୍ପାଦନ କରାଯାଇପାରିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ନାଲ୍‌କୋର ଅନ୍ୟତମ କୋଇଲା ଖଣି ଉତ୍କଳ-ଡି କୋଇଲା ବ୍ଲକ୍‌ ପାଇଁ ଲିଜ୍‌ କାର୍ଯ୍ୟକାରୀ କରାଯାଇଅଛି। ନାଲ୍‌କୋ ତରଫରୁ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀଧର ପାତ୍ର, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଖଣି ଲିଜ୍ ମଞ୍ଜୁର କରିଥିବାରୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories