www.samajalive.in
Saturday, December 6, 2025
26.1 C
Bhubaneswar

ଟ୍ରେନ୍‌ ଓ ଟ୍ରାକ୍‌ରେ ସେଲ୍‌ଫି, ରିଲ୍ସ କଲେ ଜେଲ୍‌ଦଣ୍ଡ

ଭୁବନେଶ୍ୱର: ଚଳନ୍ତା ରେଳ, ରେଳ ଲାଇନ ଏବଂ ରେଳ ଚାଲୁଥିବା ସମୟରେ ପାର୍ଶ୍ବବର୍ତ୍ତୀରେ ସେଲ୍‌ଫି କିମ୍ବା ରିଲ୍ସ କଲେ ଅପରାଧିକ ମାମଲା ରୁଜୁ ସହିତ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ। ଏ ସଂକ୍ରାନ୍ତରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବାକୁ ଆରପିଏଫ ଏବଂ ଜିଆରପିକୁ ପୂର୍ବତଟ ରେଳପଥ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ପୂର୍ବତଟ ରେଳପଥ ଜନସାଧାରଣଙ୍କୁ ବିଶେଷକରି ଯୁବପିଢ଼ି ଏବଂ ସାମାଜିକ ଗଣମାଧ୍ୟମ ରୁଚିଶୀଳଙ୍କୁ ରେଳପଥ ଉପରେ, ଟ୍ରାକ୍ ନିକଟରେ କିମ୍ବା ଚାଲୁଥିବା ରେଳର ଫୁଟବୋର୍ଡ କିମ୍ବା ଛାତ ଉପରେ ଭିଡିଓ ସୁଟିଂ କିମ୍ବା ‘ରିଲ୍‌’ କରିବା ବେଆଇନ ଅଭ୍ୟାସ ବିରୋଧରେ ସତର୍କ କରିଛି। ଏସଂକ୍ରାନ୍ତରେ ପୂର୍ବତଟ ରେଳପଥ ଏକ ସଚେତନତା ଅଭିଯାନ ଆରମ୍ଭ କରିଛି। ପୂର୍ବତଟ ରେଳପଥ ସ୍ପଷ୍ଟ କରିଛି ଯେ, ଏପରି ବେପରୁଆ କାର୍ଯ୍ୟ କେବଳ ଜୀବନ ପାଇଁ ବିପଦପୂର୍ଣ୍ଣ।

- Advertisement -

ରେଳବାଇ ଆଇନ ୧୯୮୯ ଅନୁଯାୟୀ ଦଣ୍ଡନୀୟ ଅପରାଧ। ସାମାଜିକ ଗଣମାଧ୍ୟମର ଖ୍ୟାତି ପାଇବା ପାଇଁ କେହି ବ୍ୟକ୍ତି ସ୍ୱୟଂ ତାଙ୍କର ଏବଂ ରେଳ ପରିଚାଳନାର ସୁରକ୍ଷାକୁ ବିପଦରେ ପକାନ୍ତି। ଅନେକ ସମୟରେ ଦୁଃଖଦ ଦୁର୍ଘଟଣା ଘଟିଥାଏ। ପୂର୍ବତଟ ରେଳପଥ ଅନୁରୋଧ କରିଛି ଯେ, ରେଳପଥ, ଷ୍ଟେସନ ପରିସର ଏବଂ ଚଳନ୍ତା ରେଳଗୁଡ଼ିକରେ ମନୋରଞ୍ଜନ ଭିଡିଓ ଉଠାଇବା ପାଇଁ ପୃଷ୍ଠଭୂମି ନୁହେଁ। ଏଗୁଡ଼ିକ ଉଚ୍ଚ ବିପଦପୂର୍ଣ୍ଣ କାର୍ଯ୍ୟକ୍ଷମ କ୍ଷେତ୍ର। ଏହି ସ୍ଥାନଗୁଡ଼ିକରେ ଅନଧିକାର ପ୍ରବେଶ କିମ୍ବା ଷ୍ଟଣ୍ଟ ପ୍ରଦର୍ଶନ କରିବା ଜୀବନ ପ୍ରତି ବିପଦ ଥାଏ ଏବଂ ଅପରାଧିକ କାର୍ଯ୍ୟ । ଆରପିଏଫ ଏବଂ ଜିଆରପିକୁ ଉଲ୍ଲଘଂନକାରୀଙ୍କ ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଅବଲମ୍ବନ କରିବାକୁ ନିର୍ଦେଶ ଦିଆଯାଇଛି।

ଉଲ୍ଲଘଂନକାରୀଙ୍କ ବିରୋଧରେ ରେଳ ଆଇନ ୧୯୮୯ର ଧାରା ୧୪୭ ଏବଂ ୧୫୩ ଅନୁଯାୟୀ ମାମଲା ରୁଜୁ ହେବ। ଯେଉଁଥିରେ ଜେଲ୍‌ ଦଣ୍ଡ ସହିତ ଆର୍ଥିକ ଦଣ୍ଡ ମଧ୍ୟ ମିଳିବ। ପିଲାଙ୍କୁ ଏହି ବିଷୟରେ ସଚେତନ କରିବା ପାଇଁ ଅଭିଭାବକ ଓ ଶିକ୍ଷକଙ୍କୁ ମଧ୍ୟ ରେଳପଥ ଅନୁରୋଧ କରିଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories