www.samajalive.in
Saturday, December 13, 2025
17.1 C
Bhubaneswar

ବିଏମସି ଡାକ୍ତରଖାନା ଅନ୍ଧାର: ରୋଗୀ, ଡାକ୍ତର ସଭିଏଁ ଦହଗଞ୍ଜ

ଭୁବନେଶ୍ବର: ବିଦ୍ୟୁତ ବିଭ୍ରାଟକୁ ନେଇ ରାଜ୍ୟବାସୀ ବିବ୍ରତ ଥିବା ବେଳେ ଏବେ ଡାକ୍ତରଖାନା ଭଳି ଜରୁରୀ ସେବା ଯୋଗାଉଥିବା ସ୍ଥାନ ମଧ୍ୟ ଘଣ୍ଟା ଘଣ୍ଟା ଅନ୍ଧାର ଘେରରେ ଥିବା ଦେଖିବାକୁ ମିଳିଛି। ସେ ବି ପୁଣି ରାଜ୍ୟ ରାଜଧାନୀର ଚିକିତ୍ସାଳୟରେ। ଭୁବନେଶ୍ବର ମହାନଗର ନିଗମ ଡାକ୍ତରଖାନାରେ ଶୁକ୍ରବାର ବିଦ୍ୟୁତ ବିଭ୍ରାଟ ଦେଖାଦେଇଛି। ପ୍ରାୟ ୧ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ହସ୍ପିଟାଲରେ ବିଜୁଳି ନଥିବା ଦେଖିବାକୁ ମିଳିଛି। ଅପରପକ୍ଷେ, ହସ୍ପିଟାଲରେ ଡିଜି ମେସିନ ମଧ୍ୟ ଚାଲି ପାରି ନଥିଲା। ଡିଜି ଚଲାଇବା ପାଇଁ ତେଲ ନଥିବା କର୍ମଚାରୀ ସୂଚନା ଦେଇଥିଲେ।  ଫଳରେ ଦୀର୍ଘ ସମୟ ଧରି ଅନ୍ଧାର ସହ ଡାକ୍ତରଖାନାର ବୈଦ୍ୟୁତିକ ସରଞ୍ଜାମ ଓ ମେସିନ୍‌ଗୁଡ଼ିକ ଅଚଳ ହୋଇଯାଇଥିଲା। ରୋଗୀ ଓ ଡାକ୍ତର ସମସ୍ତେ ଦହଗଞ୍ଜ ହୋଇଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories