www.samajalive.in
Monday, December 8, 2025
24.1 C
Bhubaneswar

କଂଗ୍ରେସ ବିଧାୟକଙ୍କ ଗୁଣ୍ଡାଗିରି; ଯନ୍ତ୍ରୀଙ୍କ ଉପରେ କାଦୁଅ ଢାଳିଲେ, ପୋଲରେ ବାନ୍ଧିଲେ

ମୁମ୍ବଇ : ଜଣେ ଯନ୍ତ୍ରୀଙ୍କୁ ପିଟିବା, ଖରାପ ଭାଷାରେ ଗାଳିଗୁଲଜ କରିବା ଓ ଉପରେ କାଦୁଆ ଢାଲିବା ଭଳି ଅଭିଯୋଗରେ ମହାରାଷ୍ଟ୍ର କନକଭାଲିର କଂଗ୍ରେସ ବିଧାୟକ ନିତେଶ ରାଣାଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି।
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ତଥା ବିଧାୟକ ନିତେଶ ରାଣା ଗୁରୁବାର କନକଭାଲି ନିକଟ ମୁମ୍ବଇ-ଗୋଆ ରାଜପଥ ପରିଦର୍ଶନରେ ଯାଇଥିଲେ। ସେଠାରେ ରାଜପଥରେ ଖାତ ଦେଖି ସେ ରାଗି ଯାଇଥିଲେ। ସେଠାକୁ ସେ ଯନ୍ତ୍ରୀଙ୍କୁ ଡାକି ଗାଳିଗୁଲଜ ଥିଲେ। ସେଠାରେ ବିଧାୟକ ଓ ତାଙ୍କ ସମର୍ଥକମାନେ ବାଲ୍ଟିରେ କାଦୁଅ ଭରା ପାଣି ଆଣି ଯନ୍ତ୍ରୀଙ୍କ ଉପରେ ଢାଳିଥିଲେ। ପରେ ନିକଟରେ ଥିବା ଏକ ପୋଲରେ ଯନ୍ତ୍ରୀଙ୍କୁ ବାନ୍ଧିବାକୁ ଚେଷ୍ଟା କରିଥିଲେ। ଏହି ଘଟଣାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ନଗର ନିଗମର ଜଣେ କର୍ମଚାରୀଙ୍କୁ ବ୍ୟାଟରେ ପିଟିବା ମାମଲାରେ ଇନ୍ଦୋର-୩ର ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟ ଗିରଫ ହୋଇ ଜେଲରେ ଥିବାବେଳେ ଏଭଳି ଆଉ ଏକ ଘଟଣା ପଦାକୁ ଆସିଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories