www.samajalive.in
Thursday, December 11, 2025
13.1 C
Bhubaneswar

ମହିଳାମାନଙ୍କ ପାଇଁ ଏକ ସଶକ୍ତ ଓ ବ୍ୟାପକ କଣ୍ଟେଣ୍ଟ୍‌, ସୋସିଆଲ ମିଡିଆ ଓ ଲକ୍ଷ୍ୟ ପୂରଣକାରୀ ଡିଜିଟାଲ୍ ପ୍ଲାଟଫର୍ମ

ଭୁବନେଶ୍ୱର: ଚଳିତ ବର୍ଷ ମହିଳା ଦିବସ ଅବସରରେ ନୀତା ମୁକେଶ ଅମ୍ବାନି ଉଲ୍ଲାସର ସହ ‘ହର୍ ସର୍କଲ୍’ ବିଷୟରେ ଘୋଷଣା କରିଛନ୍ତି। ଏହା ହେଉଛି ଏକ ସ୍ୱତନ୍ତ୍ର ଅଭିଯାନ ଯାହା ଡିଜିଟାଲ୍ ବିପ୍ଳବର ଶକ୍ତି ଜରିଆରେ ମହିଳାଙ୍କ ଶକ୍ତିକୁ ଆହୁରି ସୁଦୃଢ଼ କରିବ। ଏହା ହେଉଛି ପ୍ରଥମ ଧରଣର ଡିଜିଟାଲ୍ ନେଟ୍‌ୱାର୍କିଂ ପ୍ଲାଟଫର୍ମ ଯେଉଁଥିରେ ଆଲୋଚନା, ସଂପୃକ୍ତି, ସହଯୋଗିତା ଓ ଆପୋଷ ସମର୍ଥନ ପାଇଁ ଏକ ଉଲ୍ଳାସପୂର୍ଣ୍ଣ ଓ ସୁରକ୍ଷିତ ସ୍ଥାନ ପ୍ରଦାନ କରି ବିଶ୍ୱସ୍ତରରେ ଭଗିନୀତ୍ୱର ସମ୍ପର୍କୁ ସୁଦୃଢ଼ କରିବା ସହ ମହିଳାଙ୍କ ସଶକ୍ତୀକରଣରେ ଉନ୍ନତି ପାଇଁ ଲକ୍ଷ୍ୟ ରଖାଯାଇଛି। ‘ହର୍ ସର୍କଲ୍’ ବିଶ୍ୱସ୍ତରରେ ମହିଳାମାନଙ୍କ ପାଇଁ ଏକ ଡିଜିଟାଲ୍ କଲେକ୍‌ଟିଭ୍‌ ହେବ। ଏହା ଭାରତୀୟ ମହିଳାଙ୍କ ଠାରୁ ଆରମ୍ଭ ହେବ କିନ୍ତୁ ସାରା ବିଶ୍ୱର ମହିଳାଙ୍କ ଅଂଶଗ୍ରହଣ ପାଇଁ ଏହା ଉନ୍ମୁକ୍ତ ରହିବ। ଏହା ହେଉଛି ଏକ ସମ୍ପୂର୍ଣ୍ଣ କଣ୍ଟେଣ୍ଟ, ସୋସିଆଲ ମିଡିଆ ଓ ଲକ୍ଷ୍ୟ ପୂରଣକାରୀ ଗୋଷ୍ଠୀ ଯାହା ସବୁ ସାମାଜିକ ବର୍ଗର ମହିଳମାନଙ୍କ ଦ୍ରୁତ ଗତିରେ ବଢ଼ୁଥିବା ଅଭିଳାଷ, ଆକାଂକ୍ଷା, ସ୍ୱପ୍ନ ଏବଂ ପ୍ରତିସ୍ପର୍ଦ୍ଧାକୁ ପୂରଣ କରିବ।
ଏହାର ଉନ୍ମୋଚନ ଅବସରରେ ନୀତା ଏମ୍ ଅମ୍ବାନି, ଅଧ୍ୟକ୍ଷା, ରିଲାଏନ୍ସ ଫାଉଣ୍ଡେସନ କହିଛନ୍ତି ଯେ, ଯେତେବେଳେ ମହିଳାମାନେ ମହିଳାଙ୍କ ଧ୍ୟାନ ରଖନ୍ତି ସେତେବେଳେ ଅବିଶ୍ୱସନୀୟ ଘଟଣା ଘଟିଥାଏ। ମୁଁ ସାରା ଜୀବନ ମଜଭୂତ ମହିଳାଙ୍କ ଗହଣରେ ରହିଛି ଯେଉଁମାନଙ୍କ ଠାରୁ ମୁଁ କରୁଣା, ଆପଣାର ଭାବ ଏବଂ ସକାରାତ୍ମକ ଭାବନା ଶିଖିଛି ଏବଂ ଏହାର ପ୍ରତିବଦଳରେ ମୁଁ ସେହି ଶିକ୍ଷା ଅନ୍ୟମାନଙ୍କୁ ଦେବାକୁ ପ୍ରୟାସ କରିଛି। ମୁଁ ୧୧ ବାଳିକା ଥିବା ପରିବାରରେ ବଢ଼ିଛି ଯେଉଁଠାରେ ମୋତେ ନିଜ ଉପରେ ବିଶ୍ୱାସ ରଖିବା ଶିଖାଯାଇଥିଲା। ନିଜ ସ୍ୱପ୍ନକୁ ସାକାର କରିବା ଲାଗି ବିନା ସର୍ତର ପ୍ରେମ ଓ ବିଶ୍ୱାସର ଶିକ୍ଷା ମୋତେ ମୋ ଝିଅ ଈଶା ଠାରୁ ମିଳିଛି। ମୋ ବୋହୂ ଶ୍ଳୋକା ଠାରୁ ମୁଁ ସହାନୁଭୂତି ଓ ଧୈର୍ଯ୍ୟ ଶିଖିଛି। ରିଲାଏନ୍ସ ଫାଉଣ୍ଡେସନରେ ମୋ ସହିତ କାମ କରୁଥିବା ମହିଳାମାନେ ହୁଅନ୍ତୁ କିମ୍ବା ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସତରର ମହିଳା ନେତା, ଆମକୁ ମିଳିଥିବା ଅନୁଭବରୁ ମୋତେ ଏହି ଶିକ୍ଷା ମିଳିଛି ଯେ ଆମର ସଂଘର୍ଷ ଏବଂ ବିଜୟ ପରସ୍କର ସହିତ ଯୋଡ଼ି ହୋଇରହିଛି।’
ନୀତା ଅମ୍ବାନି କହିଛନ୍ତି ଯେ ମୁଁ ବହୁତ ଖୁସି ଯେ ହରସର୍କଲ୍ ଡଟ୍ ଇନ୍ ଜରିଆରେ ଆମେ ଲକ୍ଷାଧିକ ମହିଳାମାନଙ୍କ ପାଇଁ ସମର୍ଥନ ଏବଂ ଏକଜୁଟତାର ଏକ ବିସ୍ତୃତ ସର୍କଲ୍ ପ୍ରସ୍ତୁତ କରିପାରିବା ଯେଉଁଥିରେ ସବୁ ମହିଳାଙ୍କୁ ସ୍ୱାଗତ କରାଯିବ। ଚବିଶ ଗଂଟା ବିଶ୍ୱସ୍ତରୀୟ ନେଟ୍‌ୱାର୍କିଂ, ଡିଜିଟାଲ୍ ବିପ୍ଳବ ଏବଂ ସମସ୍ତଙ୍କ ସହଯୋଗରେ ହର୍ସର୍କଲ୍ ସବୁ ପ୍ରକାର ସଂସ୍କୃତି, ସମୁଦାୟ ଏବଂ ଦେଶର ମହିଳାମାନଙ୍କ ବିଚାର ଏବଂ ଅଭିଯାନକୁ ସ୍ୱାଗତ କରିବ। ସମନତା ଓ ସିଷ୍ଟରହୁଡ୍ ବା ଭଗିନୀତ୍ୱ ହେବ ଏହି ପ୍ଲାଟଫର୍ମର ବିଶେଷତା।


ହର୍ସର୍କଲ୍ ମହିଳାମାନଙ୍କ ସମ୍ପର୍କିତ ସାମଗ୍ରୀ ପ୍ରଦାନ କରିବା ଲାଗି ଏକ ୱାନ୍ ଷ୍ଟପ୍ ଡେଷ୍ଟିନେସନ ବା ଏକକ ସ୍ଥାନ ହେବ। ଏହା ଆକର୍ଷକ ଏବଂ ମହିଳାଙ୍କ ବିକାଶ ସମ୍ପର୍କିତ ସାମଗ୍ରୀରେ ଭରପୁର ରହିବ। ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଏହି ମହିଳାମାନଙ୍କୁ ପରସ୍ପର ସହ ଯୋଡ଼ିପାରିବ। ଏଥିରେ ଭିଡିଓ ଦେଖିହେବ। ଏହା ସହିତ ଅର୍ଥ, କାର୍ଯ୍ୟ, ବ୍ୟକ୍ତିତ୍ବ ବିକାଶ, ସାମୁଦାୟିକ ସେବା, ସୌନ୍ଦର୍ଯ୍ୟ, ଫେସନ, ମନୋରଂଜନ, ରଚନାତ୍ମକ ଆତ୍ମଅଭିବ୍ୟକ୍ତିର ଲେଖା ପଢ଼ିହେବ। ମହିଳାମାନଙ୍କ ସାର୍ବଜନୀନ ଜୀବନରେ ସକ୍ରିୟ ସହଯୋଗିତା ରଖୁଥିବା ସମ୍ପର୍କିତ ସମାଧାନ ଜୀବନ ରଣନୀତି ଭିତିକ ଲେଖା ମଧ୍ୟ ଏଥିରେ ମିଳିବ। ପ୍ଲାଟଫର୍ମରେ ରିଲାଏନ୍ସର ବିଶେଷଜ୍ଞ ପ୍ୟାନେଲ୍ ମହିଳାମାନଙ୍କୁ ସ୍ୱାସ୍ଥ୍ୟ, କଲ୍ୟାଣ, ଶିକ୍ଷା, ଉଦ୍ୟମିତା, ବିତ, ପରୋପକାର ଏବଂ ନେତୃତ୍ୱ ଆଦି ଉପରେ ନିଶୁଳ୍କ ପରାମର୍ଶ ପ୍ରଦାନ କରିବେ। ଦକ୍ଷତାରେ ଉନ୍ନତି ଏବଂ ନିଯୁକ୍ତି ଚୟନରେ ପ୍ରୋଫାଇଲ୍ ଅନୁକୂଳ ଚାକିରି ସୁବିଧା ମଧ୍ୟ ମିଳିବ। ଡିଜିଟାଲ୍ ପାଠ୍ୟକ୍ରମ ମାଧ୍ୟମରେ ମହିଳାମାନେ ସଫଳ ଉଦ୍ୟୋଗୀ ହେବାର ଗୁଣ ଶିଖିପାରିବେ। ହରସର୍କଲ୍‌ର ସୋସିଆଲ ନେଟ୍ୱର୍କିଂ କେବଳ ମହିଳାମାନଙ୍କ ପାଇଁ ହିଁ ରହିବ। ଭିଡିଓ ଓ ନିବନ୍ଧ ବର୍ଗ ସମସ୍ତଙ୍କ ପାଇଁ ଖୋଲା ରହିବ। ସୋସିଆଲ ନେଟୱାର୍କିଂରେ କେବଳ ମହିଳାମାନେ ରହିବା ଦ୍ୱାରା ସେମାନେ ବିନା କୌଣସି ଚିନ୍ତାରେ ବାନ୍ଧବୀ ସୃଷ୍ଟି କରିପାରିବେ ଓ ପ୍ରଶ୍ନ କରିପାରିବେ। ବିତ ପରିଚାଳନା ଏବଂ ସ୍ୱାସ୍ଥ୍ୟ ସମପର୍କିତ ପ୍ରଶ୍ନ ପାଇଁ ବିଶେଷ ଚାଟ୍‌ ରୁମ୍‌ ରହିବ। ଫିଟନେସ୍, ଗର୍ଭ ଏବଂ ପ୍ୟାରେଟିଂ (ଳାଳନପାଳନ) ସମ୍ପର୍କିତ ବିଷୟ ପାଇଁ ଏଥିରେ ସ୍ୱତନ୍ତ୍ର ଭାବେ ‘ହର୍ ଗୁଡ୍ ହାବିଟ୍ ଟ୍ରାକ୍ଟର’ ଉପଲବ୍ଧ ରହିବ।
ହର୍ ସର୍କଲ୍ ଡେକ୍ସଟପ୍ ଓ ମୋବାଇଲ୍ରେ ଖୋଲି ହେଉଥିବା ଏକ ୱେବସାଇଟ୍। ଏହା ଗୁଗୁଲ୍ ପ୍ଲେ ଷ୍ଟୋର୍ ଓ ମାଇଁ ଜିଓ ଆପ୍ ଷ୍ଟୋର୍ରେ ମାଗଣାରେ ଉପଲବ୍ଧ ହୋଇଛି। ହରସର୍କଲ୍‌ର ବ୍ୟବହାରକାରୀମାନେ ମାଗଣାରେ ପଞ୍ଜୀକରଣ କରିପାରିବେ। ଏବେ ଏହି ୱେବସାଇଟ୍ ଇଂରାଜି ଭାଷାରେ ଉପଲବ୍ଧ ରହିଥିବା ବେଳେ ଅନ୍ୟ ଭାରତୀୟ ଭାଷାରେ ଏହାକୁ ଶୀଘ୍ର ଉନ୍ମୋଚନ କରାଯିବ।

- Advertisement -

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories