www.samajalive.in
Monday, December 8, 2025
13.1 C
Bhubaneswar

ଏହି ଭୁଲ୍ ପାଇଁ ବଜାରରୁ ହଜିଗଲା ନିରମା

ନୂଆଦିଲ୍ଲୀ : ଆଜିର ସମୟରେ ବଜାରରେ ଅନେକ ଓ୍ବାଶିଂ ପାଉଡର ରହିଛି । କିନ୍ତୁ ଦିନ ଥିଲା ଘରେ ଘରେ ନିରମାର ଜାଦୁ ଚାଲିଥିଲା । ଖାଲି ସଫାସଫି ପାଇଁ ନୁହେଁ, ନିରମାର ବିଜ୍ଞାପନ ମଧ୍ୟ ସମସ୍ତଙ୍କ ପସନ୍ଦ ସାଜିଥିଲା । ନିର୍ମାର ପ୍ରତିଷ୍ଠାତା କରସନଭାଇ ପଟେଲଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ । ସେ ସାଇକେଲରେ ଓ୍ବାଶିଂ ପାଉଡର ବିକି ବିକି ୧୭ ହଜାର କୋଟି ଟଙ୍କାର କମ୍ପାନୀ ଠିଆ କରିଥିଲେ । ଓ୍ବାଶିଂ ପାଉଡର ଶୁଣିବା ମାତ୍ରେ ସମସ୍ତଙ୍କ ମନକୁ ପ୍ରଥମେ ଆସୁଥିବା ନାଁ ଥିଲା ନିର୍ମା । କିନ୍ତୁ ଦିନେ ୬୦ ପ୍ରତିଶତ ବଜାର ଅକ୍ତିଆର କରିଥିବା ନିର୍ମାକୁ ଆଜି ବଜାରରେ ଖୋଜିଲେ ମଧ୍ୟ ମିଳୁନି ।

ନିର୍ମା ଧିରେ ଧିରେ ଲୋକପ୍ରିୟତାର ଶିଖରରେ ପହଞ୍ଚିବା ପରେ କମ୍ପାନୀ ଅନ୍ୟ କ୍ଷେତ୍ରରେ ପାଦ ଥାପିଲା । କମ୍ପାନୀ ସିମେଣ୍ଟ ପ୍ରସ୍ତୁତ କରିବା ଆରମ୍ଭ କରିବା ସହ ନିର୍ମା ବିଶ୍ବବିଦ୍ୟାଳୟ ତଥା କେମିକାଲ ବ୍ୟବସାୟରେ ମଧ୍ୟ ନିବେଶ କଲା । କିନ୍ତୁ କମ୍ପାନୀ ନିଜ ଓ୍ବାଶିଂ ପାଉଡରରେ କିଛି ବି ନୂଆ ପରିବର୍ତ୍ତନ ଆଣିପାରିଲା ନାହିଁ । ବଜାରକୁ ନୂଆ ନୂଆ ଓ୍ବାଶିଂ ପାଉଡର ଆସିବା ଫଳରେ ନିର୍ମା ନିଜ ପୁରୁଣା ସ୍ଥାନ ବଜାୟ ରଖିପାରିଲାନାହିଁ ।

- Advertisement -

ବିଜ୍ଞାପନ କ୍ଷେତ୍ରରେ ମଧ୍ୟ ଏକ ବଡ ଭୁଲ୍ କଲା କମ୍ପାନୀ । ନିର୍ମାର ବିଜ୍ଞାପନ ମୁଖ୍ୟତଃ ଗୃହିଣୀଙ୍କୁ ଫୋକସ୍ କରେ କିନ୍ତୁ କମ୍ପାନୀ ଏଥିରେ ପରିବର୍ତ୍ତନ କରି ପୁରୁଷଙ୍କୁ ଡ୍ରେସ୍ ସଫା କରିବା ବିଜ୍ଞାପନ ଦେଖାଇଲା । ଅଭିନେତ୍ରୀଙ୍କ ବଦଳରେ ଅଭିନେତା ହ୍ରିତିକ୍ ରୋଶନଙ୍କୁ ବ୍ରାଣ୍ଡ୍ ଆମ୍ବାସଡର କଲା କମ୍ପାନୀ । ଏହି ନିଷ୍ପତ୍ତି ଫଳରେ ନିର୍ମା ନିଜ ମୁଖ୍ୟ ଗ୍ରାହକ ମହିଳାଙ୍କୁ ହରାଇଦେଲା । ଧିରେ ଧିରେ ବଜାର ଭାଗିଦାରୀ ୬୦ ପ୍ରତିଶତରୁ ଖସି ମାତ୍ର ୧୨ ପ୍ରତିଶତ ରହିଗଲା । ତେବେ କମ୍ପାନୀ ଆଜି ମଧ୍ୟ ଏକ ମୂଲ୍ୟବାନ୍ ବ୍ରାଣ୍ଡ୍ ରୂପେ ନିଜ ସ୍ଥାନ ବଜାୟ ରଖିପାରିଛି ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories