www.samajalive.in
Wednesday, December 10, 2025
26.1 C
Bhubaneswar

ନିର୍ଭୟା ମାମଲା: ସୁପ୍ରିମକୋର୍ଟରେ କ୍ୟୁରେଟିଭ ଦଲିଲ ଦାଖଲ କଲେ ଫାଶୀ ଅଭିଯୁକ୍ତ ବିନୟ

ନୂଆଦିଲ୍ଲୀ: ଫାଶୀ ଦଣ୍ଡାଦେଶରୁ ମୁକୁଳିବାର ଶେଷ ଚେଷ୍ଟା ସ୍ୱରୂପ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ ବିନୟ କୁମାର ଶର୍ମା ଗୁରୁବାର ସୁପ୍ରିମକୋର୍ଟରେ କ୍ୟୁରେଟିଭ ଦଲିଲ ଦାଖଲ କରିଛନ୍ତି। ଭାରତୀୟ ଆଇନ ପ୍ରକ୍ରିୟାରେ କ୍ୟୁରେଟିଭ ଦଲିଲ ଜଣେ ଅଭିଯୁକ୍ତ ପାଇଁ ଶେଷ ଆଶ୍ରା।

ନିର୍ଭୟା ମାମଲାରେ ଗତ ମଙ୍ଗଳବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଚାରି ଅଭିଯୁକ୍ତ ମୁକେଶ, ପବନ ଗୁପ୍ତ, ବିନୟ ଶର୍ମା ଏବଂ ଅକ୍ଷୟ ସିଂଙ୍କ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ କରିବା ପାଇଁ ଡେଥ ୱାରଣ୍ଟ ଜାରି କରିଥିଲେ। ସେମାନଙ୍କୁ ଚଳିତ ମାସ ୨୨ ତାରିଖ ସକାଳ ୭ଟାରେ ତିହାର ଜେଲରେ ଫାଶୀ ଦିଆଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

- Advertisement -

ବିନୟ ଦାୟର କରିଥିବା କ୍ୟୁରେଟିଭ ଦଲିଲରେ ଦର୍ଶାଇଛି ଯେ ତାର ଯୁବାବସ୍ଥାକୁ ତ୍ରୁଟିପୂର୍ଣ୍ଣ ଭାବେ ଖାରଜ କରାଯାଇଛି। ସେ କହିଛି ଯେ ତାର ସାମାଜିକ-ଆର୍ଥିକ ପରିସ୍ଥିତି, ତା ଉପରେ ନିର୍ଭରଶୀଳ ପରିବାର ସଦସ୍ୟଙ୍କ ସଂଖ୍ୟା, ରୋଗୀଣା ବାପମା ଏବଂ ଜେଲରେ ଥିବା ସମୟରେ ଉତ୍ତମ ବ୍ୟବହାରକୁ ଉଚିତ ଅର୍ଥରେ ବିଚାରକୁ ନିଆଯାଇନାହିଁ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories