www.samajalive.in
Monday, December 8, 2025
14.1 C
Bhubaneswar

ଭାରତ ଫେରିବେ ନିରବ ମୋଦୀ !

ଲଣ୍ଡନ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରୁ ବହୁକୋଟି ଟଙ୍କାର ଋଣ ଠକି ଇଂଲଣ୍ଡ ପଳାଇଥିବା ବିଶିଷ୍ଟ ହୀରା ବ୍ୟବସାୟୀ ନିରବ ମୋଦୀ ଖୁବ୍‌ଶୀଘ୍ର ଭାରତକୁ ପ୍ରତ୍ୟର୍ପିତ ହେବାକୁ ଯାଉଛନ୍ତି। ନିରବଙ୍କୁ ଭାରତ ପ୍ରତ୍ୟର୍ପଣ ସମ୍ପର୍କରେ ସ୍ଥାନୀୟ ଅଦାଲତ ନିର୍ଦେଶ ଦେଇଛନ୍ତି। ଗୁରୁବାର ଲଣ୍ଡନର ଜିଲା ଜଜ୍ ସାମୁଏଲ୍ ଗୁଜ୍ ନିରବଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ନିର୍ଦେଶ ଦେଇଛନ୍ତି। ତେବେ ଏହି ଭାରତ ପ୍ରତ୍ୟର୍ପଣ ନିର୍ଦେଶକୁ ଉଚ୍ଚ ଅଦାଲତରେ ଚାଲେଞ୍ଜ କରିବାକୁ ସେ ନିରବଙ୍କୁ ସୁଯୋଗ ଦେଇଛନ୍ତି। କାରଣ ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ମାମଲାକୁ ଏକ ହାଇପ୍ରୋଫାଇଲ ମାମଲା ଭାବେ ବିବେଚନା କରାଯାଉଛି। ଆଜିର ଶୁଣାଣି ସମୟରେ ନିରବଙ୍କ ଓକିଲ ଯୁକ୍ତି କରିଥିଲେ ଯେ ତାଙ୍କ ମହକିଲଙ୍କ ମାନସିକ ସ୍ବାସ୍ଥ୍ୟ ଅବନତି ହେବାରେ ଲାଗିଛି। ଏହା ସହିତ ଭାରତରେ ଜେଲ୍‌ରେ କଏଦୀଙ୍କ ରହିବା ଲାଗି ନିମ୍ନମାନର ବ୍ୟବସ୍ଥା ଯୋଗୁଁ ନିରବଙ୍କ ପ୍ରତ୍ୟର୍ପଣ କରାଯିବା ଠିକ୍ ନୁହେଁ। ତେବେ ସମସ୍ତ ପ୍ରକାର ମାନବାଧିକାର ରକ୍ଷା ପୂର୍ବକ ନିରବଙ୍କୁ ପ୍ରତ୍ୟର୍ପଣ କରାଯିବ ବୋଲି ଅଦାଲତ କହିଛନ୍ତି। ନିରବଙ୍କ ଦ୍ବାରା ହୋଇଥିବା ବ୍ୟାଙ୍କ ଋଣ ଜାଲିଆତି ଉପରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତ କରୁଛି। ନିରବଙ୍କୁ ଭାରତ ପ୍ରତ୍ୟର୍ପଣ ଲାଗି ସିବିଆଇ ଲଣ୍ଡନ ଅଦାଲତରେ ଆବେଦନ କରିଛି। ଏହା ପୂର୍ବରୁ ସିବିଆଇ ଜାରି କରିଥିବା ପ୍ରତ୍ୟର୍ପଣ ୱାରେଣ୍ଟ ବଳରେ ଲଣ୍ଡନ ପୁଲିସ ନିରବଙ୍କୁ ୨୦୧୯ ମାର୍ଚ୍ଚ ୧୯ରେ ଗିରଫ କରିଥିଲା। ନିରବ ଏବେ ଲଣ୍ଡନର ଜେଲ୍‌ରେ ବନ୍ଦୀ ଅଛନ୍ତି। ଆଜିର ଶୁଣାଣି ସମୟରେ ନିରବଙ୍କ ୱେଷ୍ଟମିନିଷ୍ଟ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର କରାଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories