www.samajalive.in
Saturday, December 6, 2025
26.1 C
Bhubaneswar

ଅମିତାଭଙ୍କ ଚିଠି ପଢି ଭାବବିହ୍ୱଳ ହେଲେ ନୀନା ଗୁପ୍ତା

ମୁମ୍ବଇ : ବଲିଉଡର ବିଗ ବି ଅମିତାଭ ବଚ୍ଚନଙ୍କୁ ଯେଉଁ ଚଳଚ୍ଚିତ୍ର ପସନ୍ଦ ଆସିଥାଏ ସେ ସଙ୍ଗେସଙ୍ଗେ ସେହି ସିନେମାର ପ୍ରଶଂସା କରିଥାନ୍ତି। ସେହିଭଳି କିଛିଦିନ ପେୂର୍ବ ଆୟୁସମାନ ଖୁରାନାଙ୍କ ଅଭିନୀତ ‘ବଧାଇ ହୋ’ ନାମକ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଏହି ସିନେମାରେ ନୀନା ଗୁପ୍ତା ଆୟୁସ୍ମାନଙ୍କ ମାଁ ଚରିତ୍ରରେ ଅଭିନୟ କରିଥିଲେ। ବୃଦ୍ଧାବସ୍ଥାରେ ସେ ଏକ ଗର୍ଭବତୀ ଚରିତ୍ରରେ ଅଭିନୟ କରିଥିବା ଦେଖିବାକୁ ମିଳିଥିଲା। ଏଥିରେ ଦର୍ଶକ ମାନଙ୍କୁ ତାଙ୍କ ଅଭିନୟ ବେଶ୍ ପସନ୍ଦ ଆସିଥିଲା। ଏହି ସିନେମାକୁ ଦେଖିବାପାଇଁ ଅମିତାଭ ବଚ୍ଚନ ମଧ୍ୟ ଯାଇଥିଲେ ଯାହାକୁ ଦେଖି ସେ ନୀନାଙ୍କ ଅଭିନୟର ବେଶ୍ ପ୍ରଶଂସା କରିବା ସହ ସେ ନୀନାଙ୍କୁ ଏକ ପତ୍ର ଲେଖିଛନ୍ତି। ଯେଉଥିରେ ସେ ନୀନାଙ୍କ ଅଭିନୟର ପ୍ରଶଂସା କରି ଲେଖିଛନ୍ତି – ମୁଁ ତୁମ ଅଭିନୀତ ‘ବଧାଇ ହୋ’ ଚଳଚ୍ଚିତ୍ର ଦେଖିଲି ଏହି ଚଳଚ୍ଚିତ୍ରରେ ତୁମେ ବହୁତ ଭଲ ଅଭିନୟ କରିଛ। ଏଥିରେ ତୁମ ଅଭିନୟ ଜୀବନ୍ତ ଲାଗୁଛି। ମୋ ତରଫରୁ ଏ ଫୁଲ ଏବଂ ପତ୍ର ଆପଣଙ୍କୁ ପଠାଉଛି। ଅମିତାଭଙ୍କ ଠାରୁ ଫୁଲ ଏବଂ ଚିଠି ପାଇ ନୀନା ଗୁପ୍ତା ବହୁତ ଖୁସି ହେବାସହ ଭାବବିହ୍ୱଳ ହୋଇଛନ୍ତି। ଭାବବିହ୍ୱଳ ହୋଇ ସେହି ପତ୍ରକୁ ନୀନା ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି – ଆପଣଙ୍କ ଠାରୁ ଏ ଚିଠି ପାଇ ମୋତେ ବହୁତ ଖୁସି ଳାଗୁଛି। ଧନ୍ୟବାଦ ଅମିତାଭ ସାର।

ଏହି ଚଳଚିତ୍ରଟି ବକ୍ସଅଫିସରେ ଭଲ ବ୍ୟବସାୟ କରିଥିଲା । ସିନେମାଟି ସପ୍ତମ ଦିନରେ ୧୦୦କୋଟି କ୍ଲବରେ ସାମିଲ ହୋଇଥିଲା।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories