www.samajalive.in
Sunday, December 7, 2025
16.1 C
Bhubaneswar

ମନ୍ତ୍ରୀଙ୍କ ପୁଅକୁ ଗିରଫ ଦାବିରେ ରାଜ୍ୟପାଳଙ୍କ ପାଖରେ ଫେରାଦ୍ ହେଲା ବିଜେପି

ଘସିପୁରା : ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଚତୁର୍ଥ ପୁତ୍ର ବୁଟୁଲୁ ପାତ୍ର, ନରହତ୍ୟା ଉଦ୍ୟମ ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବାରୁ ତାକୁ ତୁରନ୍ତ ଗିରଫ କରିବା ପାଇଁ ଆନନ୍ଦପୁର ଉପଖଣ୍ଡର ବିଜେପି କର୍ମୀମାନେ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ସ୍ମାରକପତ୍ର ପଠାଇଥିବାର ଖବର ମିଳିଛି । ଗୁରୁବାର ଦିନ ବିଜେପି କର୍ମୀମାନେ ଦେଇଥିବା ଉକ୍ତ ସ୍ମାରକପତ୍ରରେ ବଦ୍ରିଙ୍କୁ କ୍ୟାବିନେଟରୁ ବହିଷ୍କାର କରିବାକୁ ତଥା ଜଣେ ଯୁବ ଆଇପିଏସ ଅଧିକାରୀଙ୍କୁ ଏଠାରେ ଏସଡିପିଓ ଭାବେ ନିଯୁକ୍ତି ଦେବାକୁ ମଧ୍ୟ ଦାବି କରିଛନ୍ତି । ସ୍ମାରକପତ୍ରରେ ସେମାନେ ଉଲ୍ଲେଖ ରହିଛି ଯେ ଆନନ୍ଦପୁର ଅଞ୍ଚଳ ବିଶେଷ କରି ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ର ଓ ତାଙ୍କ ପୁଅମାନଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ସହ ଗତ ୨୦୦୦ ମସିହାରୁ ହିଂସା, ହତ୍ୟାକାଣ୍ଡ ଇତ୍ୟାଦି ସଂଗଠିତ ହେଉଥିବା ଫଳରେ ସମ୍ପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ୨୦୦୩ ମସିହାରେ ମାନସ ରାମ୍ ନାମକ ଯୁବକଙ୍କୁ ମନ୍ତ୍ରୀଙ୍କ ଚତୁର୍ଥ ପୁଅ ବୁଟୁଲୁ ପାତ୍ର ଓ ତା’ ସହଯୋଗୀମାନେ ସ୍ପଷ୍ଟ ଦିନରେ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ଗିରଫ ହୋଇଥିଲେ ହେଁ ପୁଲିସର ପକ୍ଷପାତି ତଦନ୍ତ ଫଳରେ ନିର୍ଦ୍ଦୋଷରେ ଖଲାସ୍ ହୋଇଥିବା ଅଭିଯୋଗ ହୋଇଛି। ତା’ ପରେ ପରେ ସାଇଁକୂଳ ଛକରେ ପେଟ୍ରୋଲ୍ ପମ୍ପ୍ କରିଥିବା ଖଲଣା ଗାଁ’ର ଶ୍ରୀକାନ୍ତ ସାହୁଙ୍କୁ ବୋମା ଫିଙ୍ଗି ହତ୍ୟା କରିବା ପଛରେ ମଧ୍ୟ ପୂର୍ବୋକ୍ତ ଆତତାୟୀଙ୍କ ହାତ ଥିବା ଅଭିଯୋଗ ହୋଇଛି। ଟାଣୁଆ ଆଦିବାସୀ ନେତା ସାଲଖୁ ହେମ୍ବ୍ରମ ହତ୍ୟାକାଣ୍ଡ ପଛରେ କିଏ ଅଛି ତା’ର ତଦନ୍ତ ହେଲାନାହିଁ । ଘଷିପୁରାର ଲୋକପ୍ରିୟ ଡାକ୍ତର୍ ପୂର୍ଣ୍ଣ ବଳଙ୍କ ସାନପୁଅ ବାବୁନୀ ପାତ୍ରଙ୍କର ରାମଚନ୍ଦ୍ରପୁର ଅଞ୍ଚଳରେ ରହସ୍ୟଜନକ ମୃତ୍ୟୁର କୌଣସି ତଦନ୍ତ ହୋଇନଥିବା ସୂଚନା ମିଳିଛି। ଆନନ୍ଦପୁର ଅଞ୍ଚଳରେ କିଛି ନେତୃସ୍ଥାନୀୟ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ତାମିଲ୍ କତାରେ ହାଣିବା ଏବଂ ସେହି ମାମଲାରେ ଅନ୍ୟତମ ଅଭିଯୁକ୍ତଙ୍କୁ ପଦନା ଛକରେ ଧରିବାବେଳେ ପୁଲିସ୍ ଉପରେ ଭୟଙ୍କର ଆକ୍ରମଣ କରି ପୁଲିସ୍ ହାତରୁ ଆସାମୀକୁ ଛଡାଇନେବା ଭଳି ସଂଗୀନ୍ ଅପରାଧ କରି ବଦ୍ରିଙ୍କ ଦ୍ୱିତୀୟ ପୁଅ ଟୁଟୁ ପାତ୍ର ଗତ ଦୁଇ ମାସ ହେଲା କେନ୍ଦୁଝର ଜେଲରେ ଅଛି । ଗତ ଦୀପାବଳି ଦିନ ବୁଟୁଲୁ ପାତ୍ର ନେତୃତ୍ୱରେ କିଛି ଆତତାୟୀ ବେଲବାହାଳୀର ଜନୈକ ଯୁବକଙ୍କୁ ହାଣିପକାଇଥିବା ଯୁବକ ଜଣକ କହିଛନ୍ତି। ଯୁବକ ଜଣକ ନିଜ ଏତଲାରେ ଲେଖିଥିବା ତଥା ଘଟଣାସ୍ଥଳରେ ଉପସ୍ଥିତ ସାକ୍ଷୀମାନେ ମଧ୍ୟ ସମାନ କଥା କହୁଥିବାବେଳେ ଏବେ ସୁଦ୍ଧା ବୁଟୁଲୁ ବାହାରେ ବୁଲୁଥିବା ଜଣାପଡିଛି । ଏଣୁ ରାଜ୍ୟପାଳ ସ୍ୱୟଂ ହସ୍ତକ୍ଷେପ କରି ଆନନ୍ଦପୁରର ଆଇନଶୃଙ୍ଖଳା ରକ୍ଷା କରିବାକୁ ବିଜେପି ଦାବି କରିଛି । ବିଜେପି ଦ୍ୱାରା ମନ୍ତ୍ରୀ ବଦ୍ରିଙ୍କର କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି। ପୂର୍ବତନ ବିଧାୟକ ଭାଗିରଥି ସେଠୀ, ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ଅଧ୍ୟକ୍ଷ ଶ୍ରୀଧର ସାହୁ, କେନ୍ଦୁଝର ବିଜେପି ଯୁବମୋର୍ଚ୍ଚା ଉପାଧ୍ୟକ୍ଷ ପ୍ୟାରୀମୋହନ୍, ଯୁବନେତା ସଂଜୟ ଯେନା, ଜଟିଆ ରାଉତ, ଦେବ୍ ଅନଙ୍ଗ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ପାଇଁ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଆସିଥିବା ବିଜେପି କର୍ମୀଙ୍କ ନେତୃତ୍ୱ ନେଇଥିଲେ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories