www.samajalive.in
Thursday, December 11, 2025
13.1 C
Bhubaneswar

ନୀଳଗିରିରେ ଦନ୍ତାର ମୃତ୍ୟୁ, ବିଷକ୍ରିୟା ଯୋଗୁ ଯାଇଥାଇପାରେ ହାତୀ ଜୀବନ

ନୀଳଗିରି: ସମ୍ପ୍ରତି ବାଲେଶ୍ଵର ଜିଲା ଅଧୀନ ନୀଳଗିରିରେ ଗଜରାଜ୍ ଅସୁରକ୍ଷିତ ହୋଇପଡିଛି। ଦୀର୍ଘ ଦିନ ହେବ ନୀଳଗିରିର କୁଲଡିହା ଅଭୟାରଣ୍ୟରୁ ଖସି ଆସି ସ୍ଥାନୀୟ ତିନିକୋଶିଆ ଜଙ୍ଗଲରେ ଘୁରି ବୁଲୁଥିବା ଏକ ଦନ୍ତା ହାତୀର ଶୋଚନୀୟ ମୃତ୍ୟୁ ଘଟିଛି । ହାତୀର ଉପଦ୍ରବ ସମ୍ପର୍କରେ ଅଞ୍ଚଳବାସୀ ବନ ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ସୁଧା କର୍ମଚାରୀ ମାନେ କର୍ତ୍ତବ୍ୟରେ ଖିଲାପ କରିବା ତଥା ହାତୀକୁ ନିଜ ସ୍ଥାନକୁ ନପହଞ୍ଚାଇବା ଯୋଗୁଁ ଏଭଳି ଶୋଚନୀୟ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ।

ସେପଟେ କିଛିଦିନ ପୂର୍ବରୁ ଏହି ଦନ୍ତାଟି ନରଣପୁରର ବାରହାଗଡିଆ ଗାଁର ଜଣେ ଯୁବକକୁ କଚାଡି ମାରିଥିଲା । ପୁଣି ସେହି ଗାଁରେ ହାତୀଟି ମରି ପଡ଼ିଥିବା ଯୋଗୁଁ ଏହା ବିଷକ୍ରିଆରେ ମୃତ୍ୟୁ ହୋଇ ଥାଇପାରେ ବୋଲି ଅଭିଯୋଗ ଉଠିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ରହସ୍ୟ ଉନ୍ମଚିତ ହେବ ବୋଲି କୁହାଯାଉଛି। ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories