www.samajalive.in
Saturday, December 6, 2025
26.1 C
Bhubaneswar

ଅଭୟାରଣ୍ୟରେ ଚାଲିଛି ପଥର ମାଫିଆଙ୍କ ରାଜୁତି, ସବୁଜାଣି ଚୁପ୍ ବନବିଭାଗ

ନୀଳଗିରି: ବାଲେଶ୍ୱର ଜିଲାର ନୀଳଗିରିରେ ରହିଛି କୁଲଡିହା ଅଭୟାରଣ୍ୟ । ଏହା ଭିତରେ ରହିଛନ୍ତି ହାତୀ, ବାଘ, ଭାଲୁ, ହରିଣ, ଗୟଳ ପ୍ରଭୃତି ବନ୍ୟଜନ୍ତୁ । ସବୁଜିମା ଭରା ଏହି ଅଭୟାରଣ୍ୟରେ ରହିଛି ସଂଖ୍ୟାଧିକ ଔଷଧିୟ ବୃକ୍ଷ ଆଉ ବହୁ ପୁରୁଣା ଗଛ । କିନ୍ତୁ କାଠମାଫିଆ ଓ ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟିକୁ ପ୍ରତିହତ କରିପାରୁନି ବନବିଭାଗ । ଯାହାର ନଜିର ଦେଖିବାକୁ ମିଳିଛି ଅଭୟାରଣ୍ୟର ଅଢ଼େଇ କିଲୋମିଟର ଦୂରରେ । ସଜନାଗଡ଼ରୁ କାଳିଝାଟୀ ଗାଁ ଦେଇ ଜଙ୍ଗଲକୁ କାଟିବା ପରେ ଦୀର୍ଘ ଅଢ଼େଇ କିମି ପର୍ଯ୍ୟନ୍ତ ରାସ୍ତା ତିଆରି କରିଛନ୍ତି ମାଫିଆ । ଅଭୟାରଣ୍ୟ ଭିତରେ ଚାଲିଛି ବେଆଇନ ଗଛକଟା ଓ ପଥର ଖାଦାନ । ଖାଦାନରେ ବିସ୍ଫୋରଣ କରାଯାଇ ପଥର ଉତ୍ତୋଳନ କରାଯାଉଛି ଆଉ ବାହାରକୁ ଚାଲାଣ କରାଯାଉଛି ।

ଜଙ୍ଗଲରୁ କୁଟା କି କାଠି ଖଣ୍ଡେ ଉଠାଇଲେ ବନବିଭାଗ ସେମାନଙ୍କୁ କୋର୍ଟ ଚାଲାଣ କରୁଛି । ହେଲେ ବର୍ଷ ବର୍ଷ ଧରି ଏଭଳି ବେଆଇନ ପଥର ଖାଦାନକୁ କେମିତି ବନବିଭାଗ ଦେଖି ପାରୁନାହିଁ, ତାହା ସମ୍ପ୍ରତି ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ଜଙ୍ଗଲରେ ଗଛକଟା ଓ ପଥର ଖାଦାନ ଯୋଗୁ ବନ୍ୟଜନ୍ତୁମାନେ ଭୟଭୀତ ହୋଇ ଜନବସତିକୁ ଦୌଡ଼ି ପଳାଉଛନ୍ତି । ସେମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି ଲୋକେ । ଏସବୁ ସତ୍ତ୍ୱେ ବନବିଭାଗ ଅଧିକାରୀମାନେ ସଫେଇ ଦେଉଛନ୍ତି ଅଭୟାରଣ୍ୟ ସୁରକ୍ଷିତ ଅଛି, କୌଣସି ବେଆଇନ କାର୍ଯ୍ୟ ହେଉନି । ରାଜ୍ୟ ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ(ପିସିସିଏଫ) ଏଥିପ୍ରତି ଦୃଷ୍ଟି ନଦେଲେ ବାଲେଶ୍ୱର ଜିଲାର ଏକମାତ୍ର ଅଭୟାରଣ୍ୟ କୁହାଯାଉଥିବା କୁଲଡିହା ଜଙ୍ଗଲ ଶେଷରେ ଶ୍ରୀହୀନ ହେବା ସୁନିଶ୍ଚିତ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ବାଲେଶ୍ୱର ଜିଲା ନୀଳଗିରିରୁ ଅଶେଷ ସ’ଙ୍କ ରିପୋର୍ଟ ସମାଜ ଲାଇଭ୍‌ ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories