www.samajalive.in
Thursday, December 11, 2025
27.1 C
Bhubaneswar

ରଣକ୍ଷେତ୍ର ପାଲଟିଲା ମନ୍ଦିର ବେଢ଼ା: ନୀଳଗିରିରେ ଗୋଷ୍ଠୀ ସଂଘର୍ଷ, ୨ ଗୁରୁତର

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ବିଦ୍ୟୁତ ସଂଯୋଗକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏନେଇ ମନ୍ଦିର ବେଢ଼ା ରଣକ୍ଷେତ୍ର ପାଲଟିଥିବା ବେଳେ ଇଟା ଓ ଠେଙ୍ଗାରେ ଆକ୍ରମଣ ହୋଇ ୨ଜଣ ଗୁରୁତର ହୋଇଛନ୍ତି। ନୀଳଗିରି ଥାନା ଅଧୀନ ପଞ୍ଚଲିଙ୍ଗେଶ୍ୱର ନିକଟସ୍ଥ ମାନଗଡ଼ ଗାଁର ପୂର୍ଣ୍ଣଚନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତି ଖୁଣ୍ଟରୁ ବିଦ୍ୟୁତ ସଂଯୋଗ କରିଥିଲେ। ପୂର୍ବରୁ ବହୁ ଅର୍ଥ ଖର୍ଚ୍ଚ କରି ଗାଁକୁ ବିଦ୍ୟୁତ ଅଣାଯାଇଥିବା ଯୋଗୁ ଗାଁର କେତେକ ଲୋକ ସଂଯୋଗକୁ ମନା କରି ବୈଠକରେ ନିଷ୍ପତି ନିଆଯିବ ବୋଲି ଜଣାଇଥିଲେ। ଏଥିନେଇ ମଙ୍ଗଳବାର ରାତିରେ ଗାଁର ଶିବ ମନ୍ଦିର ବେଢ଼ାରେ ଏକ ବୈଠକ ବସିଥିଲା। ଶତାଧିକ ଲୋକ ଉକ୍ତ ବୈଠକରେ ଉପସ୍ଥିତ ରହିଥିବା ବେଳେ ଗାଁର ଉମାକାନ୍ତ ବାରିକ, ତାଙ୍କ ପୁଅ ଜଗନ ଓରଫ ବିକାଶ ବାରିକ ଏବଂ ଜୀବନ ଓରଫ ନିଶିକାନ୍ତ ବାରିକ ଉତ୍ତେଜିତ ହୋଇ ବିଦ୍ୟୁତ ସଂଯୋଗକୁ ବିରୋଧ କରୁଥିବା ସେହି ଗାଁର ଅକ୍ରୁର ବାରିକଙ୍କ ଦୁଇ ପୁଅ ପୀତାମ୍ବର (୩୨) ଓ ପ୍ରଭାକର (୨୮)ଙ୍କୁ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଉଭୟଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଠେଙ୍ଗା ଓ ଇଟାରେ ସେମାନଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଆକ୍ରମଣ କରାଯାଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ରାତି ସାଢ଼େ ୧୦ଟାରେ ନୀଳଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଦେଖିବାକୁ ମିଳିଛି। ଏନେଇ ନୀଳଗିରି ଥାନାରେ ଏକ ଏତଲା ଦାଏର କରାଯାଇଛି। ଖବର ଲେଖା ହେବା ବେଳକୁ ଘଟଣାକୁ କେନ୍ଦ୍ରକରି ମାନଗଡ଼ ଗାଁରେ ଉତ୍ତେଜନା ଲାଗି ରହିଛି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories