www.samajalive.in
Thursday, December 11, 2025
27.1 C
Bhubaneswar

ବୁଧବାର ରାଶିଫଳ (୦୭.୦୪.୨୦୨୧)

ମେଷ: ସୁଖ ସମ୍ମାନ ଲାଭ କରିପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟିବ। ଧନାଗମର ସୂଚନା ମିଳୁଛି। ସରକାରୀ ସାହାଯ୍ୟ ପାଇପାରନ୍ତି। ଯାନବାହନ ସୁଖ ମିଳିବ। ବିଦ୍ୟାର୍ଥୀ ପରିଶ୍ରମୀ ହେବେ। ମହିଳାଙ୍କର ସୁଖ ଭୋଗ ଅଛି।
ବୃଷ: ପଦ ପଦବୀରେ ମଣ୍ଡିତ ହୋଇପାରନ୍ତି। ଯାନବାହନ ସୁଖ ଅଛି। ଜନ ହିତକର କାର୍ୟ୍ୟ କରି ପ୍ରଶଂସାର ପାତ୍ର ହେବେ। କର୍ମକ୍ଷେତ୍ରରେ ସମ୍ମାନିତ ହେବେ। ନୃତ୍ୟ ସଙ୍ଗୀତ ପ୍ରିୟ ହୋଇପାରନ୍ତି। ବିଦ୍ୟାର୍ଥୀ ସଫଳ ହେବେ। ମହିଳା ସୁଖୀ ହେବେ।
ମିଥୁନ: ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ପରୋପକାରୀ ହେବେ। ବ୍ୟବସାୟ ପ୍ରତିଦ୍ୱନ୍ଦ୍ବିତାମୂଳକ ହେବ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି। ଭ୍ରାତୃ ବିବାଦ ଦେଖା ଦେଇପାରେ। ବିଦ୍ୟାର୍ଥୀ ଉଦ୍ୟମୀ ହେବେ। ମହିଳା କର୍ମ ନିପୁଣା ହେବେ।
କର୍କଟ: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ବନ୍ଧୁଙ୍କଠାରୁ ସାହାଯ୍ୟ ପାଇ ଉପକୃତ ହେବେ। ବ୍ୟବସାୟରେ ନୂତନ ପନ୍ଥା ଅବଲମ୍ବନ କରି ଲାଭବାନ୍‍ ହୋଇପାରନ୍ତି। ବିଦ୍ୟାର୍ଥୀ ମନଯୋଗୀ ହେବେ। ମହିଳାଙ୍କର ଶୁଭଦିନ।
ସିଂହ: ଶତ୍ରୁ ବିଜୟୀ ହେବେ। ମାନସିକ ଶାନ୍ତି ମିଳିବ। ହଜିଥିବା ଦ୍ରବ୍ୟ ଖୋଜିଲେ ପାଇବେ। ପାରିବାରିକ ଶାନ୍ତି ମିଳିବ। କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି। ବିଦ୍ୟାର୍ଥୀଙ୍କୁ ସୁଖ ମିଳିବ। ମହିଳା କୃତକାର୍ୟ୍ୟ ହେବେ। ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକୁ ସହଜରେ ସମ୍ପାଦନ କରିପାରନ୍ତି।
କନ୍ୟା: କର୍ମକ୍ଷେତ୍ରରେ ସହଯୋଗ ପାଇ ଖୁସି ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ମନ ପ୍ରଫୁଲ୍ଲ ରହିବ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ବିଦ୍ୟାର୍ଥୀ ମନଯୋଗୀ ହେବେ। ଦୁଃସାହସୀ ହୋଇପାରନ୍ତି।
ତୁଳା: ଦିଅଁ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। କାର୍ୟ୍ୟରେ ଆଗକୁ ବଢ଼ିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ମାନସିକ ଶାନ୍ତି ମିଳିବ। ଆୟ ବ୍ୟୟ ପ୍ରାୟ ସମାନ ହେବ। ଲୋକସଂପର୍କ ବୃଦ୍ଧି ପାଇବ। ବିଦ୍ୟାର୍ଥୀଙ୍କର ଶୁଭଫଳ। ମହିଳା ଦୃଢ଼ମନା ହେବେ।
ବିଛା: ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟର ସ୍ଥିତି ମଜଭୁତ ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ। ସୁସ୍ଥ ଓ ନିରାମୟ ରହିବେ। ବିଦ୍ୟାର୍ଥୀମାନେ କ୍ରୀଡ଼ା ପ୍ରତି ଆଗ୍ରହ ପ୍ରକାଶ କରିବେ। ମହିଳାମାନେ କର୍ମଯୋଗୀ ହେବେ।
ଧନୁ: ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। କର୍ମକ୍ଷେତ୍ରରେ ଅଧିକ ଦାୟିତ୍ୱ ବହନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୀତିନିଷ୍ଠ ହେବେ। ବିଦ୍ୟାର୍ଥୀମାନେ ଉପକୃତ ହେବେ। ମହିଳାମାନେ ସୁଖଭୋଗ କରିବେ।
ମକର: ସୁଖ ସମ୍ମାନ ଲାଭ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଧନବାନ୍‍ ହେବେ। ଗୁଣଜ୍ଞ ହୋଇପାରନ୍ତି। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ବିଦ୍ୟାର୍ଥୀ କୃତକାର୍ୟ୍ୟ ହେବେ। ମହିଳାମାନେ ସୁଖୀ ହେବେ।
କୁମ୍ଭ: ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ଆୟ ବ୍ୟୟ ପ୍ରାୟ ସମାନ୍ତରାଳ ଗତି କରିବ। ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟରେ ସଫଳତା ମିଳିବ। ସୁସ୍ଥ ରହିବେ। ମନୋବଳ ଦୃଢ଼ ରହିବ। କର୍ମଯୋଗୀ ହୋଇପାରନ୍ତି। ମହିଳାମାନେ ବିବେକୀ ହେବେ। ବିଦ୍ୟାର୍ଥୀ ସୁଖୀ ହେବେ।
ମୀନ: ଭୂମିଲାଭର ସୂଚନା ମିଳୁଛି କର୍ମକ୍ଷେତ୍ର ଶୁଭଦାୟକ ହେବ। ଉପାର୍ଜନ ଅଧିକ ହୋଇପାରେ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଲୋକପ୍ରିୟତା ବୃଦ୍ଧି ପାଇବ। ଯାନବାହନ ସୁଖ ମିଳିବ। ବିଦ୍ୟାର୍ଥୀଙ୍କର ଶୁଭଫଳ। ମହିଳାମାନେ ଶାନ୍ତି ପାଇବେ।

Hot this week

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories