ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ପୂର୍ବରୁ ଜାତୀୟ ତଦନ୍ତକାରୀ ଏଜେନ୍ସିକୁ ମିଳିଛି ବଡ଼ ସଫଳତା। ରାଜଧାନୀ ଦିଲ୍ଲୀର ବାଟ୍ଲା ହାଉସରୁ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ଜଡ଼ିତ ଜଣେ ସନ୍ଦିଗ୍ଧକୁ ଏନଆଇଏ ଗିରଫ କରିଛି। ଗିରଫ ସନ୍ଦିଗ୍ଧ ଆଇଏଏସର ଜଣେ ବିଶ୍ବସ୍ତ ତଥା ସକ୍ରିୟ ସଦସ୍ୟ। ସନ୍ଦିଗ୍ଧର ନାଁ ମୋହସିନ୍ ଅହମ୍ମଦ ଓ ସେ ବିହାରର ବାସିନ୍ଦା ବୋଲି ଜଣାପଡିଛି। ଏବେ ଆଇଏସଆଇଏସର ଅନଲାଇନ୍ ପ୍ରଚାର ଚାଲୁଥିଲା। ଗତ କିଛିଦିନ ହେବ ସେ ବାଟଲା ହାଉସରେ ରହୁଥିଲା।



