www.samajalive.in
Saturday, December 6, 2025
26.1 C
Bhubaneswar

କେଶ ପାଇଁ କାନ୍ଦିଲେ ମହିଳା ; ଚାଲିଗଲା ୪୦ ହଜାର

ନୂଆଦିଲ୍ଲୀ : ଯୁବତୀ ହୁଅନ୍ତୁ ଅଥବା ମହିଳା ସଭିଏଁ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ଉପାୟ ଆପଣାଇ ଥାଆନ୍ତି। ଏଥିରେ ଅନେକ ପ୍ରସାଧନ ସାମଗ୍ରୀ ବ୍ୟବହାର ସହ ପାର୍ଲର ମଧ୍ୟ ଯାଇଥାଆନ୍ତି। ବିିଭିନ୍ନ ଉପାୟ ମଧ୍ୟରୁ ଗୋଟିଏ ହେଉଛି କେଶ କାଟିବା। ସୁନ୍ଦର ଦେଖାଯିବା ପାଇଁ ଅନେକ ଯୁବତୀ ମହିଳା କେଶ କାଟିବା ସହ ରଙ୍ଗ କରିଥାଆନ୍ତି। ତେବେ କେଶକୁ ରଙ୍ଗ କରିବା ପାଇଁ ୪୦ହଜାର ଖର୍ଚ୍ଚ କରିବା ପରେ ଜଣେ ଯୁବତୀ ବିକଳ ହୋଇ କାନ୍ଦିଛନ୍ତି। ଘଟଣାଟି ଘଟିଛି ନ୍ୟୁୟର୍କରେ।
ଘଟଣାକ୍ରମେ ଏହି ମହିଳା ଜଣକ ଅନେକ ସମୟରୁ ନିଜ କଳାକେଶକୁ ସୁନେଲି ମାଟିଆ ରଙ୍ଗ କରିବା ପାଇଁ ଇଚ୍ଛୁକ ଥିଲେ। ଏଥିପାଇଁ ମହିଳା ଜଣକ ବହୁ ପୂର୍ବରୁ ଟଙ୍କା ଜମା କରିବା ଆରମ୍ଭ କରିଥିଲେ। ମାତ୍ର ୪୦ ହଜାର ଖର୍ଚ୍ଚ କରିବା ପରେ ନିଜ କେଶ ଅବସ୍ଥା ଦେଖି ବିକଳ ହୋଇ କାନ୍ଦିବାକୁ ଲାଗିଲେ।
ମହିଳା ଜଣକ ଟଙ୍କା ସଞ୍ଚୟ କରିବା ପରେ ନିଜ ଘର ପାଖ ସେଲୁନକୁ ଯାଇଥିଲେ। ମାତ୍ର କେଶ ରଙ୍ଗ କରିବା ପରେ ଅଇନା ଦେଖି ସେ ଖୁବ ଜୋରରେ କାନ୍ଦିବାକୁ ଲାଗିଲେ। ତାଙ୍କର ୪୦ ହଜାର ଟଙ୍କା ନଷ୍ଟ ହୋଇଗଲା ବୋଲି କହିଲେ।
ତାଙ୍କୁ କେଶର ରଙ୍ଗ ସୁନେଲି ମାଟିଆ ଦରକାର ଥିଲା,ମାତ୍ର ରଙ୍ଗ କରିବା ପରେ ତାହା ଲାଲ ରଙ୍ଗ ହୋଇଯାଇଥିଲା। ଏହାପରେ ମହିଳା ଦୁଃଖର ସହ କାନ୍ଦି କାନ୍ଦି ଭିଡିଓ ସେୟାର କରିଥିଲେ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories