www.samajalive.in
Saturday, December 6, 2025
26.1 C
Bhubaneswar

ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳର ବବିତାଙ୍କ ସ୍ବର୍ଣ୍ଣ ପଦକ ହାସଲ

ନବରଙ୍ଗପୁର : ଭୁବନେଶ୍ୱର ଠାରେ ଚାଲିଥିବା ରାଜ୍ୟ ଏଥେଲେଟିକ ମିଟରେ ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳର ଖେଳାଳି ବବିତା ସାନ୍ତା ୮୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ପାଇ ଜିଲ୍ଲା ପାଇଁ ଗୌରବ ଆଣିଥିବା ବେଳେ ୬୦୦ ମିଟର ଦୌଡ଼ ରେ ସୁଶାନ୍ତ ସାୟାନ ରୋପ୍ୟ ପଦକ ଏବଂ ୮୦୦ ଓ ୨୦୦୦ ମିଟର ଦୌଡ଼ରେ ଶୁଭମ ଜ୍ୟୋତି ସିଂ ଓ କାନୁ ବିରୁଆ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ଖବର ପାଇ ନବରଙ୍ଗପୁର କ୍ରୀଡ଼ା ସଙ୍ଘର ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ,ଉପସଭାପତି ଏମ. ବାଳକୃଷ୍ଣ ରାଓ,ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଆଗାମୀ ଦିନରେ ଜିଲ୍ଲା ପାଇଁ ଆହୁରି ପଦକ ଆସିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।
ସୂଚନା ଯୋଗ୍ୟ , ୮ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କିଟ ଏଥେଲେଟିକ ଷ୍ଟାଡିୟମରେ ୬୮ ତମ ରାଜ୍ୟ ଏଥେଲେଟିକ ମିଟ ଅନୁଷ୍ଠିତ ହେଉଛି। ଗସ୍ତ କରିଥିବା ଦଳର କୋଚ ଭାବରେ ଦୁର୍ଯ୍ୟ ହରିଜନ ଏବଂ ମ୍ୟାନେଜର ଭାବରେ ଶେଷ ସାନ୍ତାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସପନ ବୈରାଗୀ ଓ ଏମ.ବିଜୟ କୁମାର ଅଫିସିଆଲ ଅଛନ୍ତି । ଦଳର ଏହି ସଫଳତା ପାଇଁ ଜିଲ୍ଲାପାଳ ତଥା କ୍ରୀଡ଼ା ସଙ୍ଘର ସଭାପତି ଡ଼ଃ. କମଳ ଲୋଚନ ମିଶ୍ର ଏବଂ ଜିଲ୍ଲାର ପ୍ରାକ୍ତନ ଖେଳାଳି ମାନେ ଶୁଭକାମନା ଜଣାଇଛନ୍ତି ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories