www.samajalive.in
Sunday, December 7, 2025
16.1 C
Bhubaneswar

ବିଜୟ ଦିବସ : ମାତ୍ର ୧୩ ଦିନରେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ

ଡିସେମ୍ବର ୧୬ ତାରିଖ ଆସିବା ମାତ୍ରେ ପ୍ରତ୍ୟେକ ଭାରତୀୟଙ୍କର ୧୯୭୧ ର ସେହି ଦିନ ମନେ ପଡେ। ଯେଉଁ ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତର ସବୁଠାରୁ ବଡ ବିଜୟ ହାସଲ କରିଥିଲା। ଡିସେମ୍ବର ୩ରେ ପାକିସ୍ତାନ ଭାରତର ୧୧ଟି ଏୟାର ଫିଲ୍ଡ ଉପରେ ଆକ୍ରମଣ କରିଥିଲା। ଏହି ଯୁଦ୍ଧ ଆରମ୍ଭ ହେବାର ମାତ୍ର ୧୩ ଦିନ ମଧ୍ୟରେ ଭାରତୀୟ ସୈନ୍ୟ ପାକିସ୍ତାନକୁ ଧୂଳି ଚଟାଇଥିଲେ। ଏହି ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନୀ ସେନାକୁ ଶୋଚନୀୟ ଭାବେ ପରାସ୍ତ କରି ବିଜୟ ଲାଭ କରିଥିଲେ। ଏହି ସମୟରେ ଭାରତ ପାକିସ୍ତାନର ପ୍ରାୟ ଏକ ଲକ୍ଷ ଯୋଦ୍ଧାଙ୍କୁ ବନ୍ଦୀ କରି ପାକିସ୍ତାନ କବଳରୁ ବାଂଲାଦେଶକୁ ମୁକ୍ତ କରିଥିଲା। ଏହା ପରେ ଏକ ନୂତନ ଦେଶ ବାଂଲାଦେଶ ଗଠନ ହେଲା। ସେହି ବର୍ଷ ଠାରୁ ଭାରତରେ ପ୍ରତିବର୍ଷ ୧୬ ଡିସେମ୍ବରକୁ ବିଜୟ ଦିବସ ଭାବରେ ପାଳନ କରାଯାଏ।

୧୯୭୧ ପୂର୍ବରୁ ବାଂଲାଦେଶ ପାକିସ୍ତାନର ଏକ ଅଂଶ ଥିଲା ଯାହାକୁ ‘ପୂର୍ବ ପାକିସ୍ଥାନ’ କୁହାଯାଉଥିଲା। ବର୍ତ୍ତମାନର ପାକିସ୍ତାନକୁ ‘ପଶ୍ଚିମ ପାକିସ୍ଥାନ’ କୁହାଯାଉଥିଲା। ‘ପୂର୍ବ ପାକିସ୍ଥାନ’ ର ଲୋକଙ୍କ ଉପରେ ବର୍ଷ ବର୍ଷ ଧରି ଅତ୍ୟାଚାର କରାଯାଉଥିଲା। ଲୋକଙ୍କୁ ମାଡ ଦିଆଯାଉଥିଲା, ଶୋଷଣ କରାଯାଇଥିଲା, ମହିଳାଙ୍କୁ ବଳାତ୍କାର କରାଯାଇଥିଲା ଏବଂ ହତ୍ୟା କରାଯାଇଥିଲା। ଏହି ଅତ୍ୟାଚାର ବିରୋଧରେ ଭାରତ ବାଂଲାଦେଶୀମାନଙ୍କୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲା। ପାକିସ୍ତାନୀ ସେନାର ଅତ୍ୟାଚାରକୁ ବିରୋଧ କରି ‘ପୂର୍ବ ପାକିସ୍ଥାନ’ର ଲୋକମାନେ ରାସ୍ତାକୁ ଓହ୍ଲାଇଥିଲେ।

- Advertisement -

‘ମୁକ୍ତି ବାହିନୀ’ ଗଠନ

ବାଂଲାଦେଶର ସ୍ୱାଧୀନତା ସଂଗ୍ରାମ ସମୟରେ ପାକିସ୍ତାନୀ ସେନାର ଅତ୍ୟାଚାରକୁ ବିରୋଧ କରିବା ପାଇଁ ‘ମୁକ୍ତି ବାହିନୀ’ ଗଠନ କରାଯାଇଥିଲା। ୧୯୬୯ ମସିହାରେ, ପାକିସ୍ତାନର ତତ୍କାଳୀନ ସାମରିକ ଶାସକ ଜେନେରାଲ ଆୟୁବଙ୍କ ବିରୋଧରେ ପୂର୍ବ ପାକିସ୍ତାନରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ୧୯୭୦ ରେ ବାଂଲାଦେଶର ପ୍ରତିଷ୍ଠାତା ନେତା ଶେଖ ମୁଜିବୁର ରହମାନଙ୍କ ଗତିବିଧି ସମୟରେ ଏହା ସର୍ବୋଚ୍ଚ ସ୍ତରରେ ଥିଲା। ଶେଷରେ ୧୬ ଡିସେମ୍ବର ୧୯୭୧ରେ ବାଂଲାଦେଶ ପାକିସ୍ତାନର ଅତ୍ୟାଚାରରୁ ମୁକ୍ତି ପାଇଲା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories