www.samajalive.in
Wednesday, December 10, 2025
26.1 C
Bhubaneswar

ସଟ୍‌ଡାଉନ୍‌ରେ ସକାଳ ୫ରୁ ୮ ଯାଏ ଖବରକାଗଜ ବିକ୍ରେତା କଟକଣାମୁକ୍ତ

ଭୁବନେଶ୍ବର : ରାଜ୍ୟ ସରକାର କୋଭିଡ୍‌ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ସହିତ ଜୁନ୍‌ ମାସର ସବୁ ଶନିବାର ଓ ରବିବାର ସଟ୍‌ଡାଉନ୍‌ ଜାରି କରିଥିବାବେଳେ ଏହି ସମୟରେ ଥିବା କଟକଣା ସଂପର୍କରେ ଗୁରୁବାର ଏକ ସାନି ସଂଶୋଧିତ ମାର୍ଗଦର୍ଶିକା ଜାରୀ କରିଛନ୍ତି। ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାରି ହୋଇଥିବା ଏହି ଆଂଶିକ ସଂଶୋଧିତ ମାର୍ଗଦର୍ଶିକା ଅନୁସାରେ ଚଳିତ ମାସର ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍‌ ସମୟରେ ପୂର୍ବସୂଚିତ ୧୧ଟି ଜିଲାରେ ଖବରକାଗଜ ବିକ୍ରେତାମାନେ ଭୋର୍‌ ୫ଟାରୁ ସକାଳ ୮ଟା ପର୍ଯ୍ୟନ୍ତ କଟକଣାମୁକ୍ତ ରହିବେ। ସେମାନେ ଏହି ସମୟ ମଧ୍ୟରେ ଅନାୟାସରେ ନିଜ ନିଜର ଗନ୍ତବ୍ୟ ମାର୍ଗରେ ଯାତାୟାତ କରିବା ସହିତ ଖବରକାଗଜ ବଣ୍ଟନ ଓ ବିକ୍ରୟ କରିପାରିବେ।
ଏଥିସହିତ ଏହି ସମୟ ମଧ୍ୟରେ ବ୍ୟାଙ୍କ କ୍ଲିୟରିଂ ହାଉସ୍‌, ଆର୍‌ବିଆଇ ଶାଖା କାର୍ଯ୍ୟାଳୟ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବିତ୍ତୀୟ କାର୍ଯ୍ୟାଳୟ, ଏଟିଏମ୍‌ ଆଦି ସ୍ବାଭାବିକ ଭାବେ କାର୍ଯ୍ୟ କରିବ। ହୋଟେଲ, ରେସ୍ତୋରାଁ ଏବଂ ସ୍ବିଗି, ଜମାଟୋ ଭଳି ସଂସ୍ଥାଗୁଡ଼ିକ ମଧ୍ୟ ଚାହିଦା ଅନୁସାରେ ଲୋକଙ୍କ ଘରକୁ ଖାଦ୍ୟ ସାମଗ୍ରୀ ପରିବହନ କରିପାରିବେ ବୋଲି ସଂଶୋଧିତ ମାର୍ଗଦର୍ଶିକାରେ କୁହାଯାଇଛି।
ଏହି ସଟ୍‌ଡାଉନ୍‌ ଅବଧି ମଧ୍ୟରେ ରାଜ୍ୟର ସମସ୍ତ ପ୍ରକାର ଯାତ୍ରୀପରିବହନ ସେବା ଅବ୍ୟାହତ ରହିବ। ବିମାନ, ରେଳ ଓ ସଡ଼କରେ ଯାତ୍ରୀ ପରିବହନ ପାଇଁ ଥିବା ସାଧାରଣ ପରିବହନ ବ୍ୟବସ୍ଥା ଯଥା ବସ୍‌ ସେବା, ଓଲା, ଉବେର ଭଳି ଟ୍ୟାକ୍ସି ସେବା, ବିମାନବନ୍ଦର, ରେଳ ଷ୍ଟେସନ, ବସ୍‌ ଷ୍ଟାଣ୍ଡ, ଟର୍ମିନାଲ ଓ ବସ୍‌ ରହଣି ସ୍ଥଳଗୁଡ଼ିକୁ ଯାତ୍ରୀ ଏବଂ ପରିବହନ ବ୍ୟବସ୍ଥା ସହ ସଂପୃକ୍ତ କାର୍ଯ୍ୟାଳୟର କର୍ମଚାରୀଙ୍କ ଯାତାୟାତ କଟକଣାମୁକ୍ତ ରଖାଯିବ। ସଟ୍‌ଡାଉନ୍‌ ଘୋଷଣା କରାଯାଇଥିବା ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ବଲାଙ୍ଗିର ଆଦି ୧୧ଟି ଜିଲାରେ ଏଥିପାଇଁ ଅନୁମତି ପ୍ରଦାନ କରାଯାଇଛି।
ସ୍ବତନ୍ତ୍ର ରିଲିଫ କମିସନରଙ୍କ ମାର୍ଗଦର୍ଶିକା ଏବଂ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଟୁଇଟ ଆଧାରରେ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ଥିବା ଶନିବାର ଓ ରବିବାର ଦୁଇ ଦିନ ୧୧ଟି ଜିଲାରେ ସଟଡାଉନ ସମୟରେ ଯାତ୍ରୀବାହୀ ବସ୍‌ ଚଳାଚଳ, ବସଷ୍ଟାଣ୍ଡ ଏବଂ ଯାତ୍ରୀମାନେ ବସ୍‌ଷ୍ଟାଣ୍ଡରୁ ସେମାନଙ୍କ ଗନ୍ତବ୍ୟ ସ୍ଥଳ କିମ୍ବା ସେଠାରୁ ବସଷ୍ଟାଣ୍ଡକୁ ଆସିବା ପାଇଁ ବ୍ୟବହାର କରୁଥିବା ଯାନବାହନକୁ କଟକଣାମୁକ୍ତ ରଖାଯାଇଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ତେଣୁ ଏଣିକି ଯାତ୍ରୀମାନେ ନିର୍ଦ୍ବନ୍ଦ୍ବରେ ବସ୍‌ରେ ଯାତ୍ରା କରିପାରିବେ ବୋଲି ରାଜ୍ୟ ବସ୍‌ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ ଜଣାଇଛନ୍ତି। ବସ୍‌ଗୁଡ଼ିକ ଦୈନିକ ଦୁଇ ଥର ବିଶୋଧନ କରାଯାଉଛି। ଯାତ୍ରୀମାନେ ବସ୍‌ରେ ଯାତ୍ରା କଲାବେଳେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories