www.samajalive.in
Saturday, December 13, 2025
15.1 C
Bhubaneswar

ଓ୍ୱାଲମୀଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ ଦ୍ୱାରା ଜଳମିତ୍ରମାନଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର/କଟକ: କଟକ ଜିଲା ପ୍ରତାପନଗରୀ ସ୍ଥିତଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ(ଓ୍ୱାଲମୀ) ତରଫରୁ ଜଳମିତ୍ରମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଭିନ୍ନ ଜିଲ୍ଲାରେ ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗତ ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲାର ବଡସାହି ଓ ରରୁଆଁ ବ୍ଲକର ପଞ୍ଚାୟତ ସମିତି ସଭାଗୃହଠାରେ ଦୁଇ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଗତ ବୁଧବାର ମୟୂରଭଞ୍ଜ ଜିଲାର ରରୁଆଁ ବ୍ଲକର ୩୪ଜଣ ଜଳମିତ୍ରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ବିଭିନ୍ନ ଦିବସରେ ରରୁଆଁ ବ୍ଲକର ବିଡିଓ ପ୍ରେମାନନ୍ଦ ବେହେରା ଏବଂ ବଡସାହି ବ୍ଲକର ବିଡିଓ ବନଜା ଦାସ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ  ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସେମାନଙ୍କୁ ଉତ୍ସାହିତ କରିଥିଲେ ।ଓ୍ୱାଲମୀ, ଓଡ଼ିଶାର ନିର୍ଦ୍ଦେଶକ ରାଜକିଶୋର ବିଶ୍ୱାଳଙ୍କ ତତ୍ୱାବଧାନରେ ଏହି  ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁରହିଥିବା ବେଳେ ଓ୍ୱାଲମୀଜରିଆରେ ମୟୂରଭଞ୍ଜ ଜିଲ୍ଲାରେ ୨୦୦୦ ରୁ ଊର୍ଦ୍ଧ୍ୱ ଜଳମିତ୍ରମାନଙ୍କ ପାଇଁ ପ୍ରଶିକ୍ଷଣ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଆୟୋଜନ କରିବା ପାଇଁଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

- Advertisement -

ୱାଲମୀର ପ୍ରାଧ୍ୟାପକ (ଯାନ୍ତ୍ରିକ)ମନିଷା ମନସ୍ୱିନୀ ରାଉତ,ପ୍ରଧାନ ପ୍ରଶିକ୍ଷଣ ସଂଯୋଜକ ପ୍ରଫେସର ସୁଧନ୍ୱାପାତ୍ର, ସହଯୋଗୀ ପ୍ରାଧ୍ୟାପକ (ଯାନ୍ତ୍ରିକ) ଇତିଶ୍ରୀ ମିଶ୍ର, ,ଉପନିର୍ଦ୍ଦେଶିକା ସୁପ୍ରିୟା ସାହୁ, ରୋଜି ତ୍ରିପାଠୀ ଓ ମାନସ ସ୍ୱାଇଁ ଆଦି କର୍ମକର୍ତ୍ତାମାନେ ବିଭିନ୍ନ ଦାୟିତ୍ୱ ନିର୍ବାହ କରି ରାଜ୍ୟରେ ଜଳମିତ୍ରମାନଙ୍କ ପ୍ରଶିକ୍ଷଣଏବଂ ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପ କାର୍ଯ୍ୟକାରୀ  ଅନ୍ତର୍ଗତ ଗ୍ରାମମାନଙ୍କରେ ବସବାସ କରୁଥିବା କୃଷକମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟର ସଂପାଦନାକରୁଛନ୍ତି ।ସେହିପରି ଏହିପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ୱଲପୁର ଜିଲାର ଯୁଜୁମୋରା, ଜମନକିରା ଓ ମାନେଶ୍ୱର ବ୍ଲକର ପଞ୍ଚାୟତ ସମିତି ସଭାଗୃହ ଠାରେଆୟୋଜନ କରାଯାଉଅଛି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories