www.samajalive.in
Saturday, December 6, 2025
26.1 C
Bhubaneswar

ଅଟୋନଗର ଠାରେ ଦୁର୍ଘଟଣା ; ବିଜେଡ଼ି ମହିଳା ସଭାନେତ୍ରୀଙ୍କ କାରକୁ ଧକ୍କା ଦେଲା ଟ୍ରକ

ଗୋପାଳପୁର : ଜାତୀୟ ରାଜପଥ ନଂ ୧୬ରେ ହଳଦିଆପଦର ଅଟୋନଗର ସମ୍ମୁଖ ରାସ୍ତାରେ ଗତକାଲି ଏକ ଟ୍ରକ ଆଗରେ ଯାଉଥିବା ଜିଲ୍ଲା ବିଜେଡ଼ି ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇଙ୍କ କାରକୁ ଧକ୍କା ଦେବା ଫଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହେବା ସହ ଘଟଣା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଲାଇ ଓ ଅନ୍ୟ ତିନିଜଣ ନେତ୍ରୀଙ୍କ ସହ ନିଜ କାର ଯୋଗେ ଛତ୍ରପୁରରୁ ଜୀବନବିନ୍ଦୁ କାର୍ୟ୍ୟକ୍ରମ ସାରି କନିଷି ଫେରୁଥିବା ସମୟରେ ଅଟୋନଗର ସ୍ଥିତ ରାଧାକୃଷ୍ଣ ମନ୍ଦିର ସାମ୍ନାରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ମାଲ ବୋଝେଇ ଟ୍ରକ କାରକୁ ଧକ୍କା ଦେଇଥିଲା। ଯାହା ଫଳରେ କାରରେ ବସିଥିବା ରାଜ୍ୟ ସମ୍ପାଦିକା ଯୋଛନା ପାଢ଼ୀ, ହଳଦୀଆ ପଦର ସରପଞ୍ଚ ରାଜେଶ୍ବରୀ ଦୋରା, ବ୍ଲକ ଉପ ସଭାନେତ୍ରୀ,ଟି.ପ୍ରେମାଞ୍ଜଳି ଓ ସଂଘମିତ୍ରା ଦଳାଇ ପ୍ରମୁଖ ଡରି କାରରୁ ଓହ୍ଲେଇ ଦେଖିବା ସମୟରେ ଟ୍ରକ ଡ୍ରାଇଭର ଜଣଙ୍କ ପ୍ରଚୁର ମଦ୍ୟ ପାନକରିଥିବା ବେଳେ ହୋହାଲ୍ଲା ଦେଖି ଟ୍ରକ ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।
ଅନ୍ୟ ପଟେ ସେଠାରେ ଥିବା ଅନେକ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଟ୍ରକ ଡ୍ରାଇଭର ଜଣଙ୍କ ମଦ୍ୟପାନ କରି ଗାଡି ଚଳାଇ ଏପରି ଦୁର୍ଘଟଣା କରିଥିବା ପ୍ରକାଶ କରିଛନ୍ତି। ଘଟଣା ନେଇ ଶ୍ରୀମତି ଦଳାଇ ଗୋଳନ୍ଥରା ଥାନା ରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣା ପଡ଼ିଛି। ଘଟଣା ସ୍ଥଳରୁ ଡ଼୍ରାଇଭର ଓ ହେଲପର ଦୁଇଜଣ ଫେରାର ଥିବା ଜଣାପଡିଛି। ପୁଲିସ  ଟ୍ରକକୁ ଅଟକ ରଖଛି। ସୂଚନା ଯୋଗ୍ୟ ହଳଦିଆପଦର ବସଷ୍ଟାଣ୍ଡ ସମ୍ମୁଖ ରାସ୍ତାରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ଓଭରବ୍ରିଜ ନିର୍ମାଣ କାର୍ୟ୍ୟ ଚାଲୁ ରହୁଥିବାରୁ ଜାତୀୟ ରାଜପଥ ସଙ୍କୁଚିତ ହେବା ସହ ରାସ୍ତା ଟି ଅଣ ଓସାରିଆ ହୋଇ ରହିଛି, ଯାହାଫଳରେ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ମାନ ଘଟୁଥିଲେ ସୁଦ୍ଧା ନିର୍ମାଣ କାର୍ୟ୍ୟ ରେ ନିୟୋଜିତ ରହିଥିବା ଠିକା ସଂସ୍ଥା କିମ୍ବା ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥିପ୍ରତି କୈାଣସି ଧ୍ୟାନ ଦେଉନଥିବା ସାଧାରଣରେ ଅଭିଯୋଗ ହେଉଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories