www.samajalive.in
Wednesday, December 10, 2025
26.1 C
Bhubaneswar

ପାହାଡ଼ ଉପରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ବେଳେ ୪ କୁଇଣ୍ଟାଲ ଗଞ୍ଜେଇ ଜବତ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ପୋଲିସ ଏକ ପାହାଡ଼ ଉପରେ ଥିବା ଜଙ୍ଗଲରେ ଚଢ଼ାଉ କରି ୪ କୁଇଣ୍ଟାଲ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବା ବେଳେ ଘଟଣାସ୍ଥଳରୁ ସମସ୍ତ ମାଫିଆ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଗୋଛାପଡା ଥାନା ବନ୍ଧୁଲି ଗାଁନିକଟରେ ଥିବା ପାହାଡ଼ ଶିଖରରେ ଥିବା ଘଞ୍ଚ ଜଙ୍ଗଲରେ କିଛି ମାଫିଆ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚଳାଇଥିବା ଖବର ମିଳିଥିଲା ଓ ଖବର ପାଇ ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ସହ ଏକ ଟିମ ଉକ୍ତ ପାହାଡ଼ରେ ଅତର୍କିତ ଚଢ଼ାଉ କରିଥିଲେ। ତେବେ ପୋଲିସ ଆସିବା ସୂଚନା ପାଇଁ ଘଟଣାସ୍ଥଳରୁ ମାଫିଆ ମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ୪କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories