www.samajalive.in
Monday, December 8, 2025
27.1 C
Bhubaneswar

କେମିତି କଟିବ ଆଜିର ଦିନ

ମେଷ: ଅଶ୍ବିନୀ, କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ଭାଗ୍ୟଶାଳୀ ହେବେ। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା ଓ ବିଦ୍ବାନ୍‌ ହେବେ। ଦାମ୍ପତ୍ୟ ସୁଖ ମିଳିବ। ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭ ଫଳ ମିଳିବ।
ବୃଷ: କୃତ୍ତିକା ଓ ମୃଗଶିରା ନକ୍ଷତ୍ରଜାତ ବ୍ୟକ୍ତି ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ ଲାଭବାନ୍‌ ହୋଇପାରନ୍ତି। କଷ୍ଟସହିଷ୍ଣୁ ହେବେ। ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତି ସତର୍କରେ ଚଳିବାକୁ ପଡ଼ିବ।
ମିଥୁନ: ମୃଗଶିରା, ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ। ପତ୍ନୀଙ୍କ ଉପଦେଶ ଗ୍ରହଣୀୟ ହେବ। ପୁନର୍ବସୁ ନକ୍ଷତ୍ରଜାତ ବ୍ୟକ୍ତି ଅହଂକାରୀ ହେବେ।
କର୍କଟ: ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତି ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଭ୍ରାତୃଭାବ ନିବିଡ଼ ହେବ। ଅତି ଚତୁର ଓ ଶତ୍ରୁହନ୍ତା ହେବେ। ପୁନର୍ବସୁ, ଅଶ୍ଲେଷା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭଫଳ।
ସିଂହ: ମଘା ଓ ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ନିଜେ ପଢ଼ି ଓ ଆଶ୍ରିତଙ୍କୁ ପଢ଼ାଇ ଆନନ୍ଦ ଅନୁଭବ କରିବେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି କଷ୍ଟ କରି ଇଷ୍ଟ ପାଇପାରନ୍ତି।
କନ୍ୟା: ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ପରିଶ୍ରମ କଷ୍ଟସାଧ୍ୟ ହେଲେ ବି ତା’ର ମୂଲ୍ୟ ମିଳିବ। ଗୃହ ପରିବେଶକୁ ସ୍ବାସ୍ଥ୍ୟପ୍ରଦ ରଖିବେ। ହସ୍ତା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭଫଳ।
ତୁଳା: ଚିତ୍ରା ଓ ସ୍ବାତୀ ନକ୍ଷତ୍ରଜାତ ବ୍ୟକ୍ତି ଈଶ୍ବର ବିଶ୍ବାସୀ ହେବେ। ବ୍ୟବହାର ଭଦ୍ରୋଚିତ ହେବ। ଅସୁସ୍ଥତାରୁ ଆରୋଗ୍ୟ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହୋଇପାରେ। ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭଫଳ।
ବିଛା: ଅନୁରାଧା ନକ୍ଷତ୍ରଜାତ ବ୍ୟକ୍ତି ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ ଓ ଶାନ୍ତିପ୍ରିୟ ହେବେ। ଖାଦ୍ୟ ରୁଚିସମ୍ପନ୍ନ ହେବେ। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରର ସାମାନ୍ୟ ଶୁଭ।
ଧନୁ: ଆୟ ଆଶାନୁରୂପ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ମୂଳା ଓ ଉତ୍ତରାଷାଢ଼ାଜାତ ବ୍ୟକ୍ତି ଉପରୋକ୍ତ ଫଳ ପାଉଥିବାବେଳେ ପୂର୍ବାଷାଢ଼ାର ସାମାନ୍ୟ ଶୁଭ।
ମକର: ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି ମନ ଭୁଲା କଥା କହି ପରକୁ ଆପଣାର କରିପାରନ୍ତି। କର୍ମଚଞ୍ଚଳ ରହିବେ। ସାହସୀ ଓ ଜ୍ଞାନୀ ହୋଇପାରନ୍ତି। ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତି ବଦ୍‌ଖର୍ଚ୍ଚୀ ହେବେ।
କୁମ୍ଭ: ଶତଭିଷା ଓ ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି କର୍ମଚଞ୍ଚଳ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରୁ ଧନ ସହିତ ସମ୍ମାନ ପ୍ରାପ୍ତି ହୋଇପାରେ। ପୂର୍ବଭାଦ୍ରର ସାମାନ୍ୟ ଶୁଭଫଳ।
ମୀନ: ଉତ୍ତରାଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତି କୁଳ ପ୍ରଦୀପ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ଦୟାଳୁ ସ୍ବଭାବର ହେବେ। ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ରଜାତ ବ୍ୟକ୍ତି କୀର୍ତ୍ତିମାନ୍‌ ହେବେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories