www.samajalive.in
Monday, December 8, 2025
27.1 C
Bhubaneswar

ରାତି ୯ଟା – ମୁଖ୍ୟ ଖବର

– କରୋନା ଟିକାକରଣରେ ଆମେରିକାକୁ ଟପିଲା ଭାରତ, ଆମେରିକାରେ ୩୨ କୋଟି ୩୩ଲକ୍ଷ ୨୭ହଜାର ଲୋକଙ୍କୁ ଟିକାକରଣ କରାଯାଇଥିବା ବେଳେ ଭାରତରେ ୩୨ କୋଟି ୩୬ଲକ୍ଷ ୬୩ହଜାର ୨୯୭ ଜଣଙ୍କୁ ଟିକାକରଣ କରାଯାଇଛି
– କ୍ରେଡିଟ୍ କାର୍ଡ ଜାଲ କରି ଲକ୍ଷାଧିକ ଟଙ୍କା ଲୁଟୁଥିବା ଢେଙ୍କାନାଳ ଏଚଡିଏଫସି ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ
– ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ବିଭିନ୍ନ ସମୀକ୍ଷା ବୈଠକରେ ଯୋଗ ଦେବା ପରେ ବିବାଦ, କେବେ ତାଙ୍କ ଝିଅଙ୍କୁ ପ୍ରତିନିଧି କରାଇଲେ ସେ ନେଇ ସ୍ପଷ୍ଟ କରନ୍ତୁ ବୋଲି ଜିଲ୍ଲା ବିଜେପିର ଦାବି
– ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ, ୧୦ଟି ପ୍ରସଙ୍ଗ ନେଇ ଚିଠା ପ୍ରସ୍ତାବ ବୈଠକରେ ପାରିତ, ରାଜ୍ୟ ସରକାରଙ୍କ ବିଫଳତା ନେଇ ଲୋକଙ୍କ ପାଖକୁ ଯିବ ଦଳ
– କୋଭିଡ ମହାମାରୀ କାଳରେ ଅର୍ଥନୈତିକ ପୁନରୁଦ୍ଧାର ଲାଗି ୬ ଲକ୍ଷ ୨୮ ହଜାର ୯୯୩ କୋଟି ଟଙ୍କାର ଅର୍ଥନୈତିକ ରିଲିଫ ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
– କୋଭିଡ ପ୍ରଭାବିତ କ୍ଷେତ୍ର ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଯୋଜନା
– ଯୁକ୍ତ ଦୁଇ ନାମଲେଖାରେ ଅସୁବିଧା ହେବନି, ଆକବଶ୍ୟକସ୍ଥଳେ ସିଟ ବଢ଼ାଯିବ କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।
– ମାଟ୍ରିକ ପରୀକ୍ଷା ଅସନ୍ତୋଷ ନେଇ କଟକ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା କହିଲେ- ସ୍କୁଲମାନଙ୍କରୁ ଯାହା ନମ୍ବର ଆସିଥିଲା ତର୍ଜମା କରି ଦିଆଯାଇଛି
– ଜୁଲାଇ ୧୫ ପର୍ୟ୍ୟନ୍ତ କରୋନା କଟକଣା ବୃଦ୍ଧି କଲେ ପଶ୍ଚିମବଙ୍ଗ ସରକାର
– ପ୍ରଫେସର ବଂଶୀଧର ମାଝି ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକନୋଲୋଜିର କୁଳପତି ନିଯୁକ୍ତ
– ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା; ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ସମର୍ଥ
– ଦିନକରେ ରାଜ୍ୟରେ ୩ ହଜାର ୩୧୯ ନୂଆ ଆକ୍ରାନ୍ତ ଚିହ୍ନଟ, ୪୩ ମୃତ
– ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ଦିଆଯିବ ସ୍ପୁଟନିକ ଟୀକା

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories