www.samajalive.in
Sunday, December 7, 2025
26.1 C
Bhubaneswar

ସନ୍ଧ୍ୟା ୬ଟା – ମୁଖ୍ୟ ଖବର

–ନୀତି ଆୟୋଗ ସ୍ବାସ୍ଥ୍ୟ ସଦସ୍ୟ ଡା.ଭି.କେ.ପଲଙ୍କ ସୂଚନା- ବିଶ୍ବ ତୃତୀୟ ଲହର କରୋନା ସଂକ୍ରମଣ ଆଡ଼କୁ ବଢୁଛି। ଭାରତରେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି, ଆଗକୁ ଖରାପ ହୋଇପାରେ।

–କେମିତି ପରିସ୍ଥିତି ଖରାପ ନ ହେବ, ତାହା ଆମ ଉପରେ ନିର୍ଭର କରେ। ଆମେ ଠିକ ଭାବେ କୋଭିଡ ନିୟମ ପାଳନ କଲେ ତୃତୀୟ ଲହରକୁ ଏଡ଼ାଇ ପାରିବା। ଏସିଆ, ୟୁରୋପ, ଆଫ୍ରିକାରେ ତୃତୀୟ ଲହର ଆରମ୍ଭ ହୋଇଗଲାଣି।

- Advertisement -

–ସ୍ପେନ୍‌ରେ ସପ୍ତାହକ ମଧ୍ୟରେ ମାମଲା ୬୪ ପ୍ରତିଶତ ବୃଦ୍ଧି ପାଇଲାଣି। ନେଦରଲାଣ୍ଡରେ ସପ୍ତାହକ ମଧ୍ୟରେ ୩ଶହ ପ୍ରତିଶତ ମାମଲା ବଢ଼ିଲାଣି। ଇଣ୍ଡୋନେସିଆ, ବାଂଲାଦେଶ, ମାଲେସିଆ, ଥାଇଲାଣ୍ଡରେ ମଧ୍ୟ ମାମଲା ବଢୁଛି

–ଲୋକପ୍ରିୟ ବଲିଉଡ଼ ପ୍ରଯୋଜକ ତଥା ଟି-ସିରିଜ୍ ମୁଖ୍ୟ ଭୂଷଣ କୁମାରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ୩୦ ବର୍ଷୀୟା ମହିଳା। ଏନେଇ ମୁମ୍ବଇର ଡିଏନ୍ ନଗର ପୁଲିସ ଶୁକ୍ରବାର ଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

–ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ସଦାନନ୍ଦ ବିହାର ଚତୃର୍ଥ ଗଳିଠାରେ ଥିବା ନକଲି ପାଣି କଳକାରଖାନାରେ ଚଢାଉ

–ଦେଶରେ ଥିବା ଶୈବପୀଠଗୁଡିକରେ ଶ୍ରାବଣ ମାସରେ ଜଳଲାଗି କରିବାକୁ ଶ୍ରଦ୍ଧାଳୁଙ୍କ ଦ୍ୱାରା ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା କାଉଡି ଯାତ୍ରାକୁ ଚଳିତ ବର୍ଷ କୋଭିଡ ମହାମାରୀ କାରଣରୁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି କେନ୍ଦ୍ର ସରକାର କହିଛନ୍ତି।

–ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ୩ୟ ତରଙ୍ଗ ନେଇ ଆଲୋଚନା ; ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ

–ପାରାଦ୍ଵୀପ ନେହେରୁବଙ୍ଗଳା ମାଛଧରା ବନ୍ଦରରେ ଥିବା ଏକ ଟୁରିଷ୍ଟ ବୋଟରେ ଅଗ୍ନିକାଣ୍ଡ । ପାରାଦୀପ ପିପିଏଲ୍ ମୁଖ୍ୟ ଫାଟକ ସମ୍ମୁଖ ଲେବଲ୍ କ୍ରସିଂରେ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ

–ସୁରକ୍ଷାକର୍ମୀ – ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ; ୨ ଆତଙ୍କବାଦୀ ନିହତ

–ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ପରଲୋକ ; ସୁରେଖାଙ୍କୁ ୭୫ ବର୍ଷ ବୟସ ହୋଇଥିଲା; ହୃଦଘାତରେ ପରଲୋକ ଘଟିଥିବା ସୂଚନା

–ଆଇସିଏମଆରର ଚେତାବନୀ- ଅଗଷ୍ଟ ଶେଷସୁଦ୍ଧା ଭାରତରେ କରୋନାର ତୃତୀୟ ଲହର

–ପୁଡୁଚେରୀରେ ୨୦ ଶିଶୁ କରୋନା ସଂକ୍ରମିତ

–ତାଲିବାନକୁ ଆକାଶ ମାର୍ଗରେ ସହାୟତା ଦେଉଛି ପାକିସ୍ତାନ

–ରାଜ୍ୟରେ ଆଜି ଠାରୁ ଆରମ୍ଭ ଆଂଶିକ ତାଲାବନ୍ଦ ; ସମସ୍ତ ଜିଲାରେ ଗଡିବ ବସ ; କଟକଣା କଡାକଡି ଭାବେ କରାଯିବ ପାଳନ

–ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଖୁବ୍‌ଶୀଘ୍ର ଦିଲ୍ଲୀ ଗସ୍ତ ; ଦିଲ୍ଲୀ ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ

–ବଢୁଛି ଡ୍ରୋନ ଆତଙ୍କ; ସାମ୍ବା ଓ ଜମ୍ମୁରେ ଠାବ ହେଲା ଆଉ ୪ଟି ଡ୍ରୋନ

–ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮,୯୪୯ ନୂଆ କରୋନା ସଂକ୍ରମିତ ଚିହ୍ନଟ। ଗୋଟିଏ ଦିନରେ ୪୦,୦୨୬ ଜଣ କରୋନାରୁ ସୁସ୍ଥ ; ମୋଟ ୩,୦୧,୮୩,୮୭୬ ଜଣ ଆରୋଗ୍ୟଲାଭ କରିସାରିଛନ୍ତି

–ଆରୋଗ୍ୟ ହାର ୯୭.୨୮% ; ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୪୨୨। ଦୈନିକ ସଂକ୍ରମଣ ହାର ୧.୯୯% , ସାପ୍ତାହିକ ସଂକ୍ରମଣ ହାର ୨.୧୪%। ଏପର୍ୟ୍ୟନ୍ତ ମୋଟ ୪୪ କୋଟି କୋଭିଡ ନମୁନା ପରୀକ୍ଷା ୩୯.୫୩ କୋଟି ପାନ କୋଭିଡ ଟିକା ଦିଆଯାଇସାରିଛି

–ରାଜ୍ୟରେ ଆଉ ୬୪ କରୋନା ସଂକ୍ରମିତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୨୨ ମୃତ ; କରୋନା ଜନିତ ମୃତ୍ୟୁସଂଖ୍ୟା ୪୯୨୫। ରାଜ୍ୟରେ ଆଉ ୨୦୭୦ କରୋନା ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୧୧୯୫ ଏବଂ ସ୍ଥାନୀୟ ସଂକ୍ରମିତ ୮୭୫। ରାଜ୍ୟରେ ମୋଟ ୯୨୩୨୦୯ ଜଣ ସୁସ୍ଥ ; ରାଜ୍ୟରେ ସଂପ୍ରତି ୨୧୭୪୨ ଜଣ ସକ୍ରିୟ ସଂକ୍ରମିତ

 

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories