www.samajalive.in
Saturday, December 6, 2025
26.1 C
Bhubaneswar

ଖରଭୁଇଁ ଅଂଚଳରେ କ୍ରସର ବନ୍ଦ ପ୍ରସଙ୍ଗ: ଗ୍ରାମ୍ୟ କମିଟି, ଜନପ୍ରତିନିଧି ଓ ଜିଲ୍ଲାପ୍ରଶାସନ ମଧ୍ୟରେ ତ୍ରୀସ୍ତରୀୟ ବୈଠକ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅର୍ନ୍ତଗତ ଖରଭୁଇଁ ଅଂଚଳରେ ଗଢିଉଠିଥିବା ବେଆଇନ ପଥର କ୍ରସର ଓ କୁଆଁରୀ ବନ୍ଦ ପ୍ରସଙ୍ଗ ଉପରେ ଶୁକ୍ରବାର ଖରଭୁଇଁ ଶିବମନ୍ଦିରଠାରେ ଗ୍ରାମ୍ୟ କମିଟି, ଜନପ୍ରତିନିଧି ଏବଂ ଜିଲ୍ଲାପ୍ରଶାସନ ମଧ୍ୟରେ ଏକ ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କ୍ରସର ଏବଂ ପଥର କୁଆଁରୀ ଭଳି ବିନାଶକାରୀ ଶିଳ୍ପ ବନ୍ଦ ଦାବୀକୁ ଗାଁ ଲୋକେ ପୁର୍ନବାର ଦୋହରାଇଥିଲେ।

ଏହାର ପ୍ରଭାବରେ ଚିରସବୁଜ ପ୍ରାକୃତିକ ଜଙ୍ଗଲ ଧ୍ୱଂସ ପାଇବା ସହିତ ଚାଷ ଜମି ନଷ୍ଟ,କ୍ରସର ଧୁଳିକଣାରେ ଶ୍ୱାସ, ଚର୍ମ ଏବଂ କିଡନୀ ରୋଗ ବୃଦ୍ଧି ସାଙ୍ଗକୁ ଜୀବନଜୀବିକା ପ୍ରଭାବିତ ହେଉଥିବା ଗାଁ ଲୋକ ଅଭିଯୋଗ ଉଠାଇଥିଲେ।ସରକାରୀ ଅନୁମତିରେ କ୍ରସର ଏବଂ ପଥର କୁଆଁରୀ ଚାଲିଥିବା ଜିଲ୍ଲାପ୍ରଶାସନ ଗାଁ ଲୋକଙ୍କୁ ବୁଝାଇଥିଲେ।ଲିଜଧାରୀ ଯଦି ବେନିୟମଭାବେ ପଥର ବ୍ଲାଷ୍ଟିଂ ଏବଂ କ୍ରସର ପରିଚାଳନା ଭଳି ଅନ୍ୟାନ୍ୟ ଅଭିଯୋଗ ଉପରେ ସ୍ୱତନ୍ତ୍ର ଦୃଷ୍ଟିଦେବା ପାଇଁ ଗାଁ ଲୋକଙ୍କୁ ନେଇ ଏକ କମିଟି ଗଠନ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।ଗ୍ରାମ୍ୟ କମିଟି ଏବଂ ଜିଲ୍ଲାପ୍ରଶାସନ ସହଯୋଗରେ ଏସୁବୁ ବେନିୟମ କାର୍ଯ୍ୟର ତଦାରଖ କରାଯିବା ପାଇଁ ଆଲୋଚନା ହୋଇଥିଲା।କ୍ରସର, ପଥରକୁଆଁରୀ ଏବଂ ବ୍ଲାଷ୍ଟିଂ ପରିଚାଳନା ଆଈନ ଉପରେ ଗାଁ ଲୋକଙ୍କୁ ଅବଗତ ପାଇଁ ପ୍ରଶାସନ ସହମତି ପ୍ରକାଶ କରିଥିଲେ। ଏହା ସହିତ ସେମାନଙ୍କ ଅବଗତ ପାଇଁ ଏସବୁର ଏକ ଓଡିଆ କପି ମଧ୍ୟ ଦେବାକୁ ପ୍ରଶାସନ ରାଜି ହୋଇଥିଲେ। ପ୍ରଶାସନ ପକ୍ଷରୁ ଏହାର ଓଡିଆ ଅନୁବାଦ ପାଇବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରିବା ପାଇଁ ଶେଷରେ ନିଷ୍ପତି ଗ୍ରହଣ କରାଯାଇଥିଲା।

- Advertisement -

ଆଜିର ବୈଠକରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଏନ,ସି ଜ୍ୟୋତିରଂଜନ ନାଏକ, ବୌଦ୍ଧ ଉପଜିଲ୍ଲାପାଳ ଅଶ୍ୱିନୀ ମେହେର, ହରଭଙ୍ଗା ତହସିଲଦାର ଶମ୍ଭୁ ଭୁଷଣ ମିଶ୍ର, ଅତିରିକ୍ତ ତହସିଲଦାର ହରିଓମ ଭୋଇ, ହରଭଙ୍ଗା ବି.ଡି.ଓ ନୀଲକଣ୍ଠ ବେହେରା, ୯ନଂ ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ, ଛତ୍ରଙ୍ଗ ସରପଂଚ ଶୁସିଲ ପ୍ରଧାନ, ହୃଦାନନ୍ଦ ଦେହୁରୀ, ତିଳୋତମା କହଁର, ଅନିଲ ପ୍ରଧାନ, ମଳୟ ପ୍ରଧାନ, ବିଷ୍ଣୁ ରଣା, ପ୍ରଶାନ୍ତ ରଣା, ପ୍ରବୀଣ ଷାଣ୍ଢ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories