www.samajalive.in
Monday, December 8, 2025
13.1 C
Bhubaneswar

ସନ୍ଧ୍ୟା ୬ଟା – ମୁଖ୍ୟ ଖବର

–କ୍ୟାପିଟାଲ ହାଇସ୍କୁଲରେ ଅଭାବନୀୟ ଘଟଣା। ମାଆ ଓ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ। ଦଶମ ପରୀକ୍ଷା ପାଇଁ ଫର୍ମପୂରଣ ହୋଇନ ପାରିବାରୁ ପଦକ୍ଷେପ।

–ଆଇଆଇଟିଗୁଡ଼ିକରେ ନାମଲେଖା ପାଇଁ ଅକ୍ଟୋବର ୩ରେ ଜେଇଇ ଆଡଭାନ୍ସଡ୍‌ ଅନୁଷ୍ଠିତ ହେବ। କରୋନା କଟକଣା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ।

- Advertisement -

–ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ହେବାକୁ ଥିବା ଟି-୨୦ ମ୍ୟାଚକୁ ଘୁଞ୍ଚାଇ ଦିଆଯାଇଛି।

–ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କର ଗତ ସପ୍ତାହରେ ତିବତ ଗସ୍ତ ଭାରତ ପାଇଁ ବିପଦ ବୋଲି ଆମେରିକାର ଜଣେ ପ୍ରଭାବଶାଳୀ ସାଂସଦ କହିଛନ୍ତି

–ଚାଇନାର ଏଭଳି ଅଭିଯାନକୁ ପ୍ରତିହତ କରିବା ଦିଗରେ ଜୋ ବାଇଡେନଙ୍କ ସରକାର ଯଥେଷ୍ଟ ପଦକ୍ଷେପ ନେଉନଥିବା ସେ ଅଭିଯୋଗ ମଧ୍ୟ କରିଛନ୍ତି ।

–ଦେଶରେ ଦୈନିକ କରୋନା ସଂକ୍ରମଣ ୩୦ ହଜାର ତଳକୁ ଖସିବା ଆଶ୍ୱସ୍ତି ଆଣିଦେଇଛି। ଦୀର୍ଘ ୧୩୨ ଦିନ ପରେ ଦୈନିକ ସଂକ୍ରମଣ ହାର ଏଭଳି ତଳକୁ ଖସିଥିବା ଜଣାଯାଇଛି।

–ପାକିସ୍ତାନ ଅଧିକୃତ କାଶ୍ମୀରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପାକିସ୍ତାନର ଶାସକ ଇମ୍ରାନ ଖାଁଙ୍କ ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ବ୍ୟାପକ ଜାଲିଆତି କରିଥିବା ଅଭିଯୋଗ ହୋଇଛି ।

–ଆମେରିକାରେ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ମଙ୍ଗଳବାର ଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଆମେରିକାର ବୈଦେଶିକ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ

–ଓଡ଼ିଶାରେ ଦିନକ ମଧ୍ୟରେ ୧୬୨୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୯୩୯ ଏବଂ ସ୍ଥାନୀୟ ସଂକ୍ରମିତ ୬୯୦। ରାଜ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ସୁନ୍ଦରଗଡରୁ ସର୍ବାଧିକ ୧୪

–ମୋଟ ୯୪୭୩୮୧ ଜଣ କରୋନା ରୋଗୀ ସୁସ୍ଥ  ; ରାଜ୍ୟରେ ସଂପ୍ରତି ୧୭୭୪୬ ଜଣ ସକ୍ରିୟ ସଂକ୍ରମିତ। ଓଡ଼ିଶାରେ ମୋଟ ୧୫୭୧୮୮୯୦ କୋଭିଡ ନମୁନା ପରୀକ୍ଷା କରାଯାଇସାରିଛି

–ଦେଶରେ ଦୈନିକ କରୋନା ସଂକ୍ରମଣ ଦୀର୍ଘ ୧୩୨ ଦିନ ପରେ ଦୈନିକ ସଂକ୍ରମଣ ହାର ହ୍ରାସ। ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୨୯,୬୮୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ

–ଏଥିସହିତ ସେହି ସମୟ ମଧ୍ୟରେ ୪୨,୩୬୩ ଜଣ କରୋନା ରୋଗୀ ସୁସ୍ଥ ; ଆରୋଗ୍ୟ ଲାଭ କରିବା ହାର ୯୭.୩୯%। ସୋମବାର ସୁଦ୍ଧା ଦେଶରେ ମୋଟ ୪୫.୯୧ କୋଟି ନମୁନା ପରୀକ୍ଷା। ଦୈନିକ ସଂକ୍ରମଣ ହାର ୧.୭୩% ଏବଂ ସାପ୍ତାହିକ ସଂକ୍ରମଣ ୨.୩୩%

–ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ତଳକୁ ଖସି ୩,୯୮,୧୦୦ରେ ପହଞ୍ଚିଛି, ଯାହା ୧୨୪ ଦିନ ମଧ୍ୟରେ ସବୁଠାରୁ କମ୍‍
ସୋମବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୪୪.୧୯ କୋଟି ପାନ ଟିକା ଦିଆଯାଇସାରିଛି

–କାବୁଲରେ ଭାରତର ରାଷ୍ଟ୍ରଦୂତଙ୍କୁ ଭେଟିଲେ ଆଫଗାନ ପ୍ରତିନିଧି; ଶାନ୍ତି ପ୍ରକ୍ରିୟା ଉପରେ ଆଲୋଚନା। ପାକ ଅଧିକୃତ କାଶ୍ମୀର ନିର୍ବାଚନରେ ବ୍ୟାପକ ଜାଲିଆତି; ପାକିସ୍ତାନ ସୈନ୍ୟ ବାହିନୀ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

–ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଦୁଇଦିନିଆ ଭାରତ ଗସ୍ତ ; ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ହେବ ଆଲୋଚନା
ମୀରାବାଈଙ୍କୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିଯୁକ୍ତି

–ଆସାମ- ମିଜୋରାମ ସୀମାରେ ହିଂସା : ୬ ପୁଲିସ ମୃତ, ୫୦ ଆହତ ; ଶାହାଙ୍କ ହସ୍ତକ୍ଷେପ ଲୋଡିଲେ ଦୁଇ ମୁଖ୍ୟମନ୍ତ୍ରୀ

–କୁନ୍ଦ୍ରାଙ୍କ କାନପୁରସ୍ଥିତ ବ୍ୟାଙ୍କ ଆକାଉଣ୍ଟ ଜବତ ; ସାକ୍ଷୀ ପାଲଟିଲେ କୁନ୍ଦ୍ରାଙ୍କ କର୍ମଚାରୀ:‘ଆପ୍‌ରେ ଅଶ୍ଳୀଳ ଦୃଶ୍ୟ ପ୍ରସାରଣ ପାଇଁ ମନା କରିଥିଲୁ’

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories