ବେଗୁନିଆ: ବେଗୁନିଆ ବ୍ଲକ ଶଗଡ଼ଭଙ୍ଗା ପଞ୍ଚାୟତ ଅନ୍ତର୍ଗତ ଛିମା ଗ୍ରାମରେ କୃଷି ଜିଲ୍ଲା ଅଧିକାରୀଙ୍କ ପ୍ରତେକ୍ଷ ତତ୍ୱାବଧାନରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ୨୦୨୦-୨୧ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସଏଲ କେମିଷ୍ଟ ଶାରଦାପ୍ରସନ୍ନ କର ଏହି ତାଲିମ କାର୍ଯ୍ୟରେ ଯୋଗଦେଇ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ବେଗୁନିଆ କୃଷି ଓଭରସିୟର ଶ୍ୟାମସୁନ୍ଦର ବେହେରା ଓ ବ୍ଲକ କୃଷି ଅଧିକାରୀ ଦାୟିତ୍ୱରେ ଥିବା ସୀତାରତ୍ନମାଳା ଦାସ ଯୋଜନା ସମ୍ପର୍କରେ ବୁଝାଇଥିଲେ। ସ୍ଥାନୀୟ କୃଷି କର୍ମଚାରୀ ଇଶାନ କୁମାର ନାୟକ ଓ ମହିଳା କୃଷି କର୍ମଚାରୀ ମାନିନି ଦଳେଇ ସଭା ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏଟିଏମ୍ ବିକାଶ କୁମାର ମହାନ୍ତି କୋଭିଡ କଟକଣା ମାନି ତାଲିମ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ।
Popular Categories



