-ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ(ଡିଆର୍ଡିଓ) ଦ୍ୱାରା ବିକଶିତ ଦେଢ଼ ଲକ୍ଷ ଅକ୍ସିକେୟାର୍ ବ୍ୟବସ୍ଥା କିଣିବା ପାଇଁ ପି.ଏମ୍. କେୟାର୍ସ ପାଣ୍ଠିରୁ ୩୨୨ କୋଟି ଟଙ୍କା ପ୍ରଦାନ
-ମାଲକାନଗିରି ଜିଲ୍ଲା ସୀମାନ୍ତରେ ଅଶାନ୍ତ ମାଓବାଦୀ, ଘରୁ ଡାକି ନେଇ ଡିଆରଜି ଯବାନଙ୍କୁ ହତ୍ୟା
-ରାଜ୍ୟରେ ଆଉ ୮୫୪୭ କରୋନା ଅକ୍ରାନ୍ତ ସୁସ୍ଥ : ଆରୋଗ୍ୟ ସଂଖ୍ୟା ୪ ଲକ୍ଷ ୭୩ ହଜାର ୬୮୦କୁ ବୃଦ୍ଧି
–ଆମ୍ଫୋଟେରିସିନ-ବି ଉତ୍ପାଦନ ବୃଦ୍ଧି ପାଇଁ ଔଷଧ ପ୍ରସ୍ତୁତକାରୀଙ୍କୁ ପରାମର୍ଶ
–ଚିନ୍ତାଜନକ ଭାରିଆଣ୍ଟ ବି.୧.୬୧୭ “ଭାରତୀୟ ଭାରିଆଣ୍ଟ” ନୁହେଁ : ସରକାର
-ରାଜ୍ୟରେ କୋଭିଡ୍-୧୯ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା
-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଜି
ଆଲୋଚନା କରିଛନ୍ତି ଶ୍ରୀ ପ୍ରଧାନ
–ଭାରତରେ ଜନସନ୍ ଆଣ୍ଡ ଜନସନ୍ କୋଭିଡ ଟିକାର ଏକକ ପାନ ଉତ୍ପାଦନ କରିବ ଆମେରିକା
-ଦେଶରେ ଏପର୍ଯ୍ୟନ୍ତ ୧୭ କୋଟି ୫୨ଲକ୍ଷ ପାନ କୋଭିଡ ଟିକା ଦିଆଯାଇଛି
-ଭାରତରେ କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଶିଖରରେ ପହଞ୍ଚିଛି, କେମ୍ବ୍ରିଜ ଜଜ୍ ବିଜନେସ ସ୍କୁଲ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଇକୋନୋମିକ୍ସ ଆଣ୍ଡ ସୋସିଆଲ ରିସର୍ଚ୍ଚର ଗବେଷକମାନଙ୍କ ଦ୍ୱାରା ବିକଶିତ କରାଯାଇଥିବା ଏକ ନୂଆ ଟ୍ରାକର ରିପୋର୍ଟରୁ ଏହା ଜଣାଯାଇଛି
-ଦିଲ୍ଲୀକୁ ଟିକା ଦେବାକୁ ମନା କଲା ଭାରତ ବାୟୋଟେକ। କେନ୍ଦ୍ର ନିର୍ଦେଶରେ ଭାରତ ବାୟୋଟେକ ଆବଶ୍ୟକ ଟିକା ଯୋଗାଇବାକୁ ମନା କରିଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଅଭିଯୋଗ କରିଛନ୍ତି
-ଶକ୍ତିମାନ ଧାରାବାହିକର ଅଭିନେତା ମୁକେଶ ଖାନା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି
-ଏ ନେଇ ସେ ନିଜେ ଫେସବୁକରେ ଭିଡିଓ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି,ମୁକେଶ ଖାନା ଆଉ ନାହାନ୍ତି ବୋଲି ସୋସିଆଲ ମିଡିଆରେ ଖବର ଭାଇରାଲ ହୋଇଥିଲା, ଯାହା ସମ୍ପୂର୍ଣ୍ଣ ଗୁଜବ ବୋଲି ସେ ସ୍ପଷ୍ଟ ହୋଇଛି।
-ଗୁଜରାଟର ଭାବନଗରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି, ହସ୍ପିଟାଲର ୩ୟ ମହଲାରେ ନିଆଁ ଲାଗି ଯାଇଥିଲା,
-ଯେଉଁଠି ଆଇସିୟୁରେ ୭୦ ରୋଗୀ ଚିକିତ୍ସିତ ହେଉଥିଲେ, ମାତ୍ର ସଠିକ ସମୟରେ ସେଠାରୁ ରୋଗୀଙ୍କୁ ଉଦ୍ଧାର କରାଯିବାରୁ ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।
-ଉତ୍ତରପ୍ରଦେଶ ଏବଂ ବିହାର ଦେଇ ଯାଇଥିବା ଗଙ୍ଗା ନଦୀରେ ୯୬ ମୃତଦେହ ଭାସୁଛି,ଏହାକୁ ନେଇ ନଦୀ ଉପକୂଳବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି
-କରୋନାରେ ପ୍ରାଣ ହରାଇବା ପରେ ଅନ୍ତିମ ସଂସ୍କାର କରିପାରି ନ ଥିବା ଲୋକମାନେ ସେମାନଙ୍କ ପରିଜନଙ୍କ ମୃତଦେହକୁ ନଦୀରେ ଭସାଇ ଦେଉଛନ୍ତି ବୋଲି ପ୍ରଶାସନ ଅନୁମାନ କରିବା ପରେ ଏହାକୁ ନେଇ ଚିନ୍ତା ପ୍ରକାଶ ପାଇଛି
-ଉତ୍ତରପ୍ରଦେଶର ଗାଜିୟାବାଦ ଜିଲାରେ ବୁଲନ୍ଦସହର ରୋଡ ସ୍ଥିତ କବିନଗର ଥାନା ଅନ୍ତର୍ଗତ ଏକ ରାସାୟନିକ କାରଖାନାରେ (କେମିକାଲ) ଭୟାବହ ଅଗ୍ନିକାଣ୍ଡ ଘଟିଛି
-କ୍ବାଡ୍ ରାଷ୍ଟ୍ର ସମୂହକୁ ନେଇ ବାଂଲାଦେଶକୁ ଚୀନର ଚେତାବନୀ, ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବାଂଲାଦେଶ -ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଡା. ଏ.କେ. ମୋମନ ଏହାର କଡ଼ା ଜବାବ ଦେଇ କହିଛନ୍ତି, ଚୀନ ରାଷ୍ଟ୍ରଦୂତଙ୍କ ଏପରି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ଆକ୍ରମଣାତ୍ମକ
-କରୋନା ମହାମାରୀର ୩ୟ ତରଙ୍ଗରେ ଶିଶୁମାନେ ସଂକ୍ରମଣର ଶିକାର ହେବେ ବୋଲି ବିଶେଷଜ୍ଞମାନେ ଏବେଠୁ ଚେତାବନୀ ଦେଇଛନ୍ତି,
-ଏହାକୁ ଦୃଷ୍ଟିରେ ରଖି ଆମେରିକା ୧୨ରୁ ୧୫ ବର୍ଷର ପିଲାଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନେଇଥିବାବେଳେ ଭାରତ ମଧ୍ୟ ଏକ ବଡ଼ ପଦକ୍ଷେପ ନେଇଛି। ଭାରତରେ ୨ ରୁ ୧୮ ବର୍ଷର ପିଲାଙ୍କୁ ଟିକା ଦେବା ଲାଗି କ୍ଲିନିକାଲ ପରୀକ୍ଷଣ ପାଇଁ ଭାରତ ବାୟୋଟେକ୍କୁ ମଞ୍ଜୁରୀ ପ୍ରଦାନ କରାଯାଇଛି।
–ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୮ ହଜାର୪୨୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୩୩,୪୦,୯୩୮କୁ ବୃଦ୍ଧି ପାଇଛି। ସେହିପରି ଗୋଟିଏ ଦିନରେ ୪ ହଜାର ୨୦୫ ସଂକ୍ରମିତ ପ୍ରାଣ ହରାଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୨,୫୪,୧୯୭ରେ ପହଞ୍ଚିଛି।
–ପାଲେଷ୍ଟାଇନର ଆତଙ୍କି ଗୋଷ୍ଠୀ ଏବଂ ଇସଲାମୀୟ ଗୋଷ୍ଠୀ ତେଲ ଆବିବ ଏବଂ ବୀରଶେବା ଉପରେ ଏକାଧିକ ରକେଟ ମାଡ କରିବା ପରେ ଇସ୍ରାଏଲ ବୁଧବାର ପ୍ରତ୍ୟୁଷରେ ଗାଜା ଅଞ୍ଚଳରେ ଆକାଶମାର୍ଗରୁ ଜୋରଦାର ଆକ୍ରମଣ କରିଛି
-ଏଥିରେ ଗାଜାରେ ଅନ୍ୟୂନ ୩୫ ଜଣ ଏବଂ ଇସ୍ରାଏଲରେ ୫ ଜଣଙ୍କର ପ୍ରାଣହାନି ଘଟିଛି।
–ଭାରତରେ ସଂପ୍ରତି କୋଭିଡ-୧୯ ଟିକାକରଣ ଯେଉଁ ହାରରେ ଚାଲିଛି ତାହା ଯଦି ଜାରି ରହେ, ତେବେ ଦେଶରେ ଗୋଷ୍ଠୀ ଶାରୀରିକ ରୋଗ ପ୍ରତିରୋଧ କ୍ଷମତା (ହର୍ଡ ଇମ୍ୟୁନିଟି) ସୃଷ୍ଟି ପାଇଁ ପାଖାପାଖି ୩.୫ ବର୍ଷ ଲାଗିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।
–ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିସନର ବଦଳିଛନ୍ତି। ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ବଦଳି ହୋଇ ତାଙ୍କ ବଦଳରେ ୧୯୯୭ ବ୍ୟାଚ ଆଇଏଏସ ଅଧିକାରୀ ସଂଜୟ କୁମାର ସିଂହଙ୍କୁ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ଅଛନ୍ତି।
–ରାଜ୍ୟରେ ଗୋଟିଏ ଦିନରେ ୧୦, ୯୮୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୩୯ ଜଣ ରହିଛନ୍ତି।
–ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ୨୨୩୨ ଜଣ ପ୍ରାଣ ହରାଇଥିବା ଜଣାପଡିଛି।



