-ବ୍ରିଟେନରେ କରୋନା ଜନିତ ମୃତ୍ୟୁ ଶୂନ ; ୨୦୨୦ ମାର୍ଚ୍ଚ ପରେ ପ୍ରଥମ ସଫଳତା
-ଜାତୀୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ହେଲେ ସୁପ୍ରିମକୋଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରୁଣ କୁମାର ମିଶ୍ର
-ଭାରତ ଓ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଅସ୍ତ୍ରବିରତି ରାଜିନାମା ୧୦୦ ଦିନ
-ସ୍ଥିତି ପରଖିବାକୁ ପହଞ୍ଚିଛନ୍ତି ଭାରତର ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବାଣେ
-ଦେଶରେ ଏପର୍ଯ୍ୟନ୍ତ ୨୧ କୋଟି ୮୫ ଲକ୍ଷ ୪୬ ହଜାର ୬୬୭ ଜଣଙ୍କୁ କୋଭିଡ ପ୍ରତିଷେଧକ ଟିକା ଦିଆଯାଇଛି।
-ଭୁବନେଶ୍ୱରରେ ଇଣ୍ଡିଆନ ଅଏଲର ‘କୋଭିଡ୍-୧୯ ଟିକାକରଣ ଶିବିର’କୁ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
-୮ ଜୁନ୍ ପର୍ଯ୍ୟନ୍ତ ଚାଲିବ ଏହି ଟିକାକରଣ ଶିବିର
-ସ୍ୱିଜରଲାଣ୍ଡ ପରିବର୍ତ୍ତେ ପହଞ୍ଚିଲେ ପାକିସ୍ତାନରେ ; ଚାରିବର୍ଷର ପ୍ରତୀକ୍ଷା ପରେ ଫେରିଲେ ଭାରତୀୟ ଆଇଟି କର୍ମଚାରୀ
-ଲଣ୍ଡନରେ ଖୋଲିଲା ଭାସମାନ ସନ୍ତରଣାଗାର; ବିଶ୍ୱରେ ପ୍ରଥମ
-ଆତଙ୍କବାଦ ଦମନ ପାଇଁ ବ୍ରାଜିଲ-ରୁଷିଆ-ଭାରତ-ଚୀନ-ଦକ୍ଷିଣ ଆଫ୍ରିକା (ବ୍ରିକ୍ସ) ସମ୍ମିଳନୀରେ ଦୃଢମତ
-ଚଳିତ ବର୍ଷ ଆତଙ୍କବାଦ ଦମନ ନିମନ୍ତେ ବ୍ରିକ୍ସ ଗୋଷ୍ଠୀର ସଦସ୍ୟ ରାଷ୍ଟ୍ରସମୂହ ଲକ୍ଷ୍ୟ ଭିତ୍ତିକ କାର୍ଯ୍ୟାନ୍ୱୟନ ଯୋଜନା ଚୂଡାନ୍ତ କରିବାକୁ ହୋଇଛନ୍ତି ପ୍ରତିବଦ୍ଧ
-ଉତ୍ତରପ୍ରଦେଶର ଗୋଣ୍ଡା ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ ପରେ ୨ଟି ଘର ଭୁଷୁଡି ୮ ଜଣଙ୍କର ମୃତ୍ୟୁ ହେବା ସହ ୭ ଜଣ ଆହତ ହୋଇଛନ୍ତି
-ଦେଶରେ ୨୪ ଘଣ୍ଟାରେ ନୂଆ ଆଉ ୧ଲକ୍ଷ ୩୨ ହଜାର ୭୮୮ ନୂଆ ଆକ୍ରାନ୍ତ ଚିହ୍ନଟ
-ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୮୩,୦୭,୮୩୨କୁ ବୃଦ୍ଧି ପାଇଛି
-ଚିକିତ୍ସାଧୀନ ଅବସ୍ଥାରେ ୩,୨୦୭ ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୫ ହଜାର ୧୦୨ରେ
-ଉତ୍ତରପ୍ରଦେଶ ଫିରୋଜାବାଦ ଜିଲା ପ୍ରଶାସନର ନିର୍ଦ୍ଦେଶନାମା ; ଟିକା ନନେଲେ ଦରମା ନାହିଁ
-ନେହରୁ ଓ ଜବାହାର ଇନଷ୍ଟିଚ୍ୟୁଟର ଏଭରେଷ୍ଟ ଆରୋହଣ ; ଦୁଇ ପ୍ରତିଷ୍ଠାନ ପକ୍ଷରୁ ପ୍ରଥମ ମିଳିତ ଅଭିଯାନ
ଇଲେକଟ୍ରନିକ ଯାନ ପାଇଁ ଲାଗୁ ହେବନାହିଁ ରେଜିଷ୍ଟ୍ରେସନ ଦେୟ
-ରାଜଧାନୀକୁ ଟପିଗଲା ମାଲଗାଡି ; ଉତ୍ସର୍ଗୀକୃତ ପଣ୍ୟ କରିଡରରେ ଘଣ୍ଟାକୁ ପ୍ରାୟ ୧୦୦ କିଲୋମିଟର ବେଗରେ ଚାଲିଲା ମାଲବାହୀ ଟ୍ରେନ
ଭାରତରେ ନିର୍ମିତ ପ୍ରଥମ ଦଫା ରୁଷୀୟ କୋଭିଡ ଟିକା ସ୍ପୁଟନିକ ଭି ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରେଟୋରୀ (ସିଡିଏଲ) କସଉଲିର ଲାଭ କରିଛି ମଞ୍ଜୁରି
-କରୋନା-୨୦୧୯ ଦ୍ବିତୀୟ ଲହରରେ ପ୍ରାୟ ଏକ କୋଟି ଭାରତୀୟ ହରାଇଛନ୍ତି ଚାକିରି
-କରୋନା ଆରମ୍ଭରୁ ଏ ପର୍ଯ୍ୟନ୍ତ ଦେଶର ୯୭ ପ୍ରତିଶତ ପରିବାରର ଆୟ ହ୍ରାସ ପାଇଛି ବୋଲି ‘ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି’ (ସିଏମଆଇଇ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ ବ୍ୟାସ ଦେଇଛନ୍ତି ସୂଚନା
-ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପଦରୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିବା ଆଲାପନ୍ ବନ୍ଦୋପାଧ୍ୟାୟଙ୍କ ବଢ଼ୁଛି ଅଡ଼ୁଆ
-ଟି୨୦ ବିଶ୍ବକପ୍ ଭାରତରେ ଆୟୋଜନ ହେବ କି ନାହିଁ, ଜୁନ୍ ୨୮ ସୁଦ୍ଧା ଜଣାଅ – ଆଇସିସି
ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୦୨ , ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୪୭୪୧ ଏବଂ ସ୍ଥାନୀୟ ସଂକ୍ରମିତ ୩୬୫୮ ଜଣ ରହିଛନ୍ତି
-ଓଡ଼ିଶାରେ ଦିନକରେ ୪୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା ୨୮୩୧କୁ ବୃଦ୍ଧି
-ରାଉରକେଲା ସ୍ଵତନ୍ତ୍ର କାରାଗାରରେ କଏଦୀମାନଙ୍କୁ ପ୍ରଥମ ଡୋଜ୍ କୋଭିଡ୍ ଟିକାଦାନ
– ବୁଧବାର ଦିନ ଜେଲ୍ ପରିସରରେ ଏକ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜନ
-ବାଲେଶ୍ୱରରେ ବାତ୍ୟାଜନିତ କ୍ଷୟକ୍ଷତି ରିପୋର୍ଟ ଦେଲା ଜିଲା ପ୍ରଶାସନ ; ଜିଲାର ୧୨ ବ୍ଲକର ୨୭୨୨ଟି ଗ୍ରାମ ପ୍ରଭାବିତ ହୋଇଛି
-ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ଝୁଲେନବର ନିକଟରେ ସଡକ ଦୁର୍ଘଟଣା ; ଗଛରେ ପିଟି ହେଲା ଆମ୍ବୁଲାନ୍ସ, ରୋଗୀ ଓ ସଂପର୍କୀୟ ମୃତ
-ଦେଓଗାଁରେ କୋଭିଡ ଆଇନକୁ ପାଳନ କରୁ ନଥିବା ୫୭୪ ଜଣ ବ୍ୟକ୍ତିଙ୍କଠାରୁ ୨ଲକ୍ଷ ୩୬ହଜାର ୮ଶହ ଟଙ୍କା ଜରିମାନା ଆଦାୟ
-ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଅଞ୍ଚଳରେ ହାଇୱାକୁ ଅନ୍ୟ ଏକ ହାଇୱା ପଛରୁ ପିଟିବାରୁ ଘଟଣାସ୍ଥଳରେ ପଛରୁ ପିଟିଥିବା ହାଇୱାର ଚାଳକ ଜୀବନ୍ତ ଦଗ୍ଧ ହୋଇଛନ୍ତି
-କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଶରଧାପୁର ନିକଟରେ ୨ଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣ ଯୁବକ ଗୁରୁତର ହୋଇଛନ୍ତି
-ତ୍ରିକୋଣୀୟ ପ୍ରେମ, ସାଙ୍ଗ ନେଲା ସାଙ୍ଗର ଜୀବନ ; ରାୟାଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା