www.samajalive.in
Monday, December 8, 2025
20.1 C
Bhubaneswar

ରାଉରକେଲା ସ୍ୱତନ୍ତ୍ର କାରାଗାରରେ କଏଦୀଙ୍କୁ କୋଭିଡ୍ ଟିକାଦାନ

ରାଉରକେଲା : ରାଉରକେଲା ସ୍ଵତନ୍ତ୍ର କାରାଗାରରେ ଥିବା କଏଦୀମାନଙ୍କୁ ପ୍ରଥମ ଡୋଜ୍ କୋଭିଡ୍ ଟିକା ଦିଆଯାଇଛି। ଏନେଇ ବୁଧବାର ଦିନ ଜେଲ୍ ପରିସରରେ ଏକ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜନ କରାଯାଇଥିଲା। ଉଭୟ ୧୮-୪୪ ବର୍ଷ ବର୍ଗ ଏବଂ ୪୫ବର୍ଷରୁ ଅଧିକ ବର୍ଗର କଏଦୀଙ୍କୁ ଟିକା ଦିଆଯାଉଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ କାରାଗାରକୁ ଯାଇ ଟିକାକରଣର ସ୍ଥିତି ଅନୁଧ୍ୟାନ କରିଥିଲେ।

ଜେଲରେ ଥିବା ୪୬୧ ଜଣ କଏଦୀଙ୍କ ଭିତରୁ ୧୮-୪୪ ବର୍ଗରେ ୩୮୦ ଜଣ ଏବଂ ୪୫ ବର୍ଷରୁ ଅଧିକ ବର୍ଗରେ ୮୧ ଜଣ କଏଦୀ ଅଛନ୍ତି। ସମସ୍ତ କଏଦୀଙ୍କୁ ଆଜି ଟିକା ଦିଆଯାଉଛି। ଟକିାଦାନ ପାଇଁ ଜେଲ୍ ପରିସରରେ ବିଶେଷ ବ୍ୟବସ୍ଥା କରାଯାଇଛି। କଏଦୀମାନେ କୋଭିଡ୍ ନିୟମ ପାଳନ କରି ଟିକା ନେଉଛନ୍ତି।

- Advertisement -

ଟିକାଦାନ ବେଳେ ସ୍ୱତନ୍ତ୍ର କାରାଗାରର ସୁପରିଟେଣ୍ଡେଣ୍ଟ ଜୀବନ ସିଂ ମୁଣ୍ଡା, ଜେଲର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତେବାସୀମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ନିୟମିତ ବ୍ୟବଧାନରେ କାରାଗାରକୁ ବିଶୋଧନ କରାଯାଉଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories