www.samajalive.in
Monday, December 8, 2025
27.1 C
Bhubaneswar

କରୋନା ପରୀକ୍ଷାର ନୂଆ ସୂତ୍ର – ଏକ୍ସ-ରେ ସେତୁ

ଗ୍ରାମାଞ୍ଚଳରେ କରୋନାର ଦ୍ୱିତୀୟ ଲହରରେ ଅଧିକ ଲୋକ ପୀଡ଼ିତ ହେଉଥିବାରୁ ଏହାକୁ ଚିହ୍ନଟ କରିବା ପାଇଁ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ଏବଂ ଭାରତ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗର ମିଳିତ ଉଦ୍ୟମରେ ନୂଆ ଏକ୍ସ-ରେ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥାର ନାମ ‘ଏକ୍ସ-ରେ ସେତୁ’ ରଖାଯାଇଛି। ମୋବାଇଲ୍‍ ମାଧ୍ୟମରେ ବିଶେଷକରି ହ୍ୱାଟ୍‍ସଆପ୍‍ ମାଧ୍ୟମରେ ପଠାଯାଇଥିବା ଛାତିର ଏକ୍ସ-ରେ ଚିତ୍ରକୁ ଅନୁଧ୍ୟାନ କରି କୋଭିଡ ସଂକ୍ରମଣ ହୋଇଛି କି ନାହିଁ, ତାହା ଏହି ବ୍ୟବସ୍ଥା ମାଧ୍ୟମରେ ଜାଣିହେବ। ମିଳିଥିବା ସୂଚନା ଅନୁଯାୟୀ କେତେକ କ୍ଷେତ୍ରରେ କୋଭିଡର ଲକ୍ଷଣକୁ ବିଚାରକୁ ନେଇ ଆର୍‍ଟି-ପିସିଆର ପରୀକ୍ଷା ସଠିକ୍‍ ହେଉନଥିବା ବେଳେ ଏହି ବ୍ୟବସ୍ଥା ଜରିଆରେ ସହଜରେ ଏବଂ ଶୀଘ୍ର କୋଭିଡ ସଂକ୍ରମଣ ସଂପର୍କରେ ଜଣାପଡ଼ିବ। ଅତି କମ୍‍ ରିଜଲ୍ୟୁସନ୍‍ରେ ଉଠାଯାଇଥିବା ଛାତିର ଏକ୍ସ-ରେ ଚିତ୍ରକୁ ଅନୁଧ୍ୟାନ କରାଯାଇ ସଂକ୍ରମଣ ଠଉରାଇ ହେବ।

ଏହି ପ୍ରକ୍ରିୟାରେ ୱେବ୍‍ସାଇଟ୍‍ www.xraysetu.comକୁ ଯାଇ ସମସ୍ତ ବ୍ୟବସ୍ଥାର ଉପଯୋଗ କରାଯାଇ ପାରିବ ବୋଲି କୁହାଯାଇଛି। ଏପର୍ଯ୍ୟନ୍ତ ୧ଲକ୍ଷ ୨୫ ହଜାରରୁ ଅଧିକ ପରୀକ୍ଷା ଏହି ବ୍ୟବସ୍ଥା ଜରିଆରେ କରାଯାଇଥିବା ସୂଚନା ଦିଆଯାଇଛି। ଏଥିରେ ୯୮ ଦଶମିକ ୮/୬ପ୍ରତିଶତ ସଠିକ୍‍ ଫଳ ମିଳୁଥିବା ଜଣାପଡ଼ିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories