www.samajalive.in
Friday, December 12, 2025
19.1 C
Bhubaneswar

ବିଡିଓଙ୍କ ନିର୍ଦ୍ଦେଶକୁ ଫୁ: ଡିଲରଙ୍କ ମନମାନୀରେ ରାସନ ଯୋଗାଣ ନେଇ ଅଭିଯୋଗ

ଗଡ଼ମଧୁପୁର : କଟକ ଜିଲା ଧର୍ମଶଳା ବ୍ଲକ ପାଖର ପଂଚାୟତରେ ଖାଦ୍ୟ ଯୋଗାଣ ସାମଗ୍ରୀ ବଣ୍ଟନରେ ଅନିୟମିତତାର ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଭାଗ ସାଧାରଣ ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ନଥିବା ଦେଖାଯାଇଛି। ଲୋକମାନଙ୍କ ଅଭିଯୋଗକୁ ସମ୍ମାନ ଦେଇ ବିଡିଓ ଦେଇଥିବା ନିର୍ଦ୍ଦେଶ ନଂ ୨୨୭୬କୁ ଫୁ କରି ଦେଇ ଡିଲର ମନୋମୁଖି ଭାବରେ କାର୍ୟ୍ୟ କରୁଥିବା ଅଭିଯୋଗ ହୋଇଛି।
ସୂଚନା ଯୋଗ୍ୟ,  ଏହି ପଂଚାୟତରେ ବିରିବାଟି (ଓସରା) ଗ୍ରାମର ଜଗନ୍ନାଥ ବେହେରା ପି. ଯୋଗେନ୍ଦ୍ର ବେହେରା, ୧୩୦୬ପି୦୭୬ ଡିଲର କୋଡ ପଂଚାୟତର ଡିଲର ଭାବରେ ଦୀର୍ଘଦିନ ରାସନ ସାମଗ୍ରୀ ଯୋଗଇ ଦେଉଥିଲେ। ଜଗନ୍ନାଥ ବେହେରା ଜଣେ ବେତନଧାରୀ ସହକାରୀ ଶିକ୍ଷକ ଭାବରେ କାର୍ୟ୍ୟ କରୁଥାଇ ଡିଲରସିପ କରୁଥିବା ଅଭିଯୋଗ ପରେ ସେ ଏଥିରୁ ଅବ୍ୟାହତି ନେଇଥିଲେ। ନୂତନ ଡିଲର ନିଯୁକ୍ତି ପୂର୍ବରୁ ମହିଶରା ପଂଚାୟତର ଡିଲର ରଘୁନାଥ ପୃଷ୍ଟିଙ୍କୁ ଏହି ପଂଚାୟତର ମାଲ ଟ୍ୟାଗ କରାଯିବା ପରେ ସେ ପୁର୍ବତନ ଡିଲର ସହିତ ମିଶି କାର୍ୟ୍ୟ କରିବା ଓ ତାଙ୍କ ଘରେ ରାସନ ସାମଗ୍ରୀ ରଖି ହେରାଫେରି କରୁଥିବାର ପୁନଃର୍ବାର ଅଭିଯୋଗ ହୋଇଥିଲା।
ପୃଷ୍ଟି ପ୍ରତ୍ୟେକ ଥର ରାସନ ଉଠାଇ ପୁର୍ବ ଡିଲର ଜଗନ୍ନାଥ ବେହେରାଙ୍କ ସହାୟତା ନେଉଥିବା ଏବଂ ରାସନ ଯୋଗାଣରେ ହେରଫେର କରୁଥିବା କିଛି ଲୋକ ଅଭିଯୋଗ କରିଥିଲେ। ଏ ନେଇ ଦୁଇଥର ସେହି ପଂଚାୟତର କିଛି ଲୋକ ଯୋଗାଣ ଅଧିକାରୀ ଓ ବିଡିଓଙ୍କ ଦୃଷ୍ଟି ଗୋଚର କଲା ପରେ ଯୋଗାଣ ବିଭାଗ ୭/୭/୨୦ ତାରିଖ ନିର୍ଦ୍ଦେଶ ନଂ ୨୨୭୬ରେ ରଘୁନାଥ ପୃଷ୍ଟି ପିଡିଏସ ସାମଗ୍ରୀ ପଂଚାୟତ ଅଫିସ ନିକଟରେ ରଖି ବଣ୍ଟନ କରିବେ ଓ ପଂଚାୟତର ପିଇଓ ଏହାକୁ ସୁପରଭାଇଜ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। କିନ୍ତୁ ପୃଷ୍ଟି ଦୁଇ ମାସ ପାଇଁ ଆସିଥିବା ପିଡିଏସ ସାମଗ୍ରୀକୁ ପୁନଃର୍ବାର ଶିକ୍ଷକ ଜଗନ୍ନାଥଙ୍କ ରାସନ ବଣ୍ଟନ ଘରେ ରଖିଥିବାରୁ ବିଡିଓଙ୍କ ନିର୍ଦ୍ଦେଶ ଚୁଲିକୁ ଯାଇଛି।
ଏହି ଗ୍ରାମର ଅନେକ ପରିବାର ଅଯୋଗ୍ୟ ହିତାଧିକାରୀ ହୋଇଥିବାରୁ ସେମାନେ ପଂଚାୟତ କାର୍ୟ୍ୟାଳୟକୁ ଆସି ସାମଗ୍ରୀ ଗ୍ରହଣ କରିବାକୁ ଡରୁଛନ୍ତି। ପୁର୍ବର ଡିଲର ସେହି ଗାଁର ହୋଇଥିବାରୁ ସେହି ଅଯୋଗ୍ୟ ହିତାଧିକାରୀମାନେ ରାତି ଅଧିଆ ଆସି ଡିଲର ଘରୁ ପିଡିଏସ ସାମଗ୍ରୀ ନେଇ ଯାଉଥିଲେ ହେଁ କାହାରିକୁ ଜଣା ପଡୁନଥିଲା। ଏବେ ସେମାନେ ପଂଚାୟତ ପରିଷରରୁ ରାସନ ସଂଗ୍ରହ କଲେ ଅଯୋଗ୍ୟ ବୋଲି ଧରା ପଡିବା ଭୟରେ ନଆସି ପୂନଃର୍ବାର କିପରି ସେହି ଗାଁରେ ରାସନ ସାମଗ୍ରୀ ରଖାଯାଇ ବଣ୍ଟନ କରାଯିବ ସେଥିପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ଏହାକୁ ନେଇ ରାଜନିତୀକରଣ କରାଯାଉଥିବା ଅଭିଯୋଗ ମଧ୍ୟ ହେଲାଣି। ବିରିବାଟି ଗାଁ ଠାରୁ ପଂଚାୟତ କାର୍ୟ୍ୟାଳୟ ଏକ କିମିରୁ ସାମାନ୍ୟ ଅଧିକ ଦୂରତା ବହନ କରୁଥିବାରୁ ନୂତନ ଡିଲର ପଂଚାୟତ ପରିଷରରେ ଥିବା ଘରେ ରାସନ ରଖି ଯୋଗାଣରେ କି ବାଧା ରହିଛି ତାହା ବୁଝା ପଡୁନାହିଁ। ଏହି ଗାଁରେ ଥିବା ହିତାଧିକାରୀ ମାନଙ୍କ କାର୍ଡକୁ ଯାଞ୍ଜ କରି ଯୋଗ୍ୟ କି ଅଯୋଗ୍ୟ ତାର ତଦାରଖ କରିବାକୁ ଦାବି କରାଯାଇଛି। ଜଣାଯଏ ପୁର୍ବତନ ଡିଲର ତଥା ସରକାରୀ ଶିକ୍ଷକ, ଅବିବାହିତ ଜଗନ୍ନାଥ ବେହେରାଙ୍କ ମାଆ କଇନ ବେହେରାଙ୍କ ନାମରେ ଏକ ଅନ୍ତୋଦୟ କାର୍ଡ ରହିଛି ଯାହାର ନଂ ୧୩୦୬୨୭୧୦୨୪୩। ଜଣେ ସରକାରୀ ଶିକ୍ଷକ ଦୁଇ ବର୍ଷଧରି କିପରି ପିଡିଏସ ସାମଗ୍ରୀ ବଣ୍ଟନ କରୁଥିଲେ ଓ ତାଙ୍କ ମାଆଙ୍କ ନାମରେ କାର୍ଡ ରଖିଥିଲେ ତାର ତଦନ୍ତ କରାଯିବା ପାଇଁ ଜିଳାପାଳ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହୋଇଛି।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories