ପୁରୀ : ପୂର୍ବ ଘୋଷଣା ଅନୁଯାୟୀ ପୁରୀରୁ ଯାତାୟତ ସମସ୍ତ ଟ୍ରେନ ଚଳାଚଳକୁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସ୍ୱଭାବିକ କରାଯାଇଛି। ସମସ୍ତ ଏକ୍ସପ୍ରେସ, ମେମୁ, ପାସେଞ୍ଜର ଟ୍ରେନ ଚଳାଚଳ ସୋମବାର ସ୍ୱଭାବିକ ହୋଇଛି। ସୂଚନାଯୋଗ୍ୟ, ସାମୁଦ୍ରିକ ଝଡ଼ ଫନି ଭୟଙ୍କର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ମେ ପହିଲାରୁ ରେଳ ବିଭାଗ ପକ୍ଷରୁ ପୁରୀରୁ ଚଳାଚଳ ହେଉଥିବା ସମସ୍ତ ଟ୍ରେନ ବାତିଲ କରାଯାଇଥିଲା।
Popular Categories



