www.samajalive.in
Monday, December 8, 2025
14.1 C
Bhubaneswar

ବଲାଙ୍ଗିର ବରକୁ ସମ୍ବଲପୁର କନିଆ: ଅନନ୍ୟା – ଚଞ୍ଚଳ

ସମ୍ବଲପୁର: ଚଳିତ ସମୟର ସବୁଠୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ଆଇଏଏସ ଯୋଡ଼ିଙ୍କ ବିବାହ। ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ ଓ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରଣାଙ୍କ ବିବାହ। ଆସାମ ରାଜଧାନୀ ଗୁଆହାଟୀର ଏକ ସମ୍ପ୍ରାନ୍ତ ହୋଟେଲ ରେଡିସନ ବ୍ଲୁରେ ଏହି ବିବାହ ସୋମବାର ସମ୍ପନ୍ନ ହୋଇଥିବାବେଳେ ବାହାଘରକୁ ସୀମିତ ଅତିଥିଙ୍କୁ ଡକା ଯାଇଥିବା ସୂଚନା ମିଳିଛି। ବିବାହ ଉତ୍ସବରେ ଏ ଅଞ୍ଚଳରୁ ପରିଚିତ କହିଲେ କେବଳ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକ କୁଶଲକର ସପତ୍ନୀକ ଉପସ୍ଥିତ ଥିବା ଦେଖାଯାଇଛି। ସମ୍ବଲପୁର ଜିଲାପାଳଙ୍କ ଆବାସରେ ଗତ ମାସ ୧୮ ତାରିଖରେ ନିର୍ବନ୍ଧ ହୋଇଥିଲା। କେବଳ ସମ୍ବଲପୁର ଓ ବଲାଙ୍ଗିର ନୁହେଁ ସମଗ୍ର ପଶ୍ଚିମାଞ୍ଚଳରେ ଏବେ ଘରେ ଘରେ ଆଇଏଏସ ଯୋଡ଼ିଙ୍କ ବିବାହ ଓ ନୃତ୍ୟଗୀତର ଆସର ଚର୍ଚ୍ଚା ଜୋର ଧରିଛି।

ପାଠପଢ଼ାରେ ନିପୁଣ ଦୁଇ ଆଇଏଏସ ନୃତ୍ୟଗୀତରେ ମଧ୍ୟ ଏଭଳି ମାହିର ଦେଖି ଲୋକେ ତାଜୁବ ହୋଇଛନ୍ତି। ଆସାମ ରାଜଧାନୀ ଗୁଆହାଟୀ ପଞ୍ଚତାରକା ହୋଟେଲ ରେଡିସନ୍‌ ବ୍ଲୁରେ ରବିବାର ପୂର୍ବାହ୍ଣ ୧୦ରେ ମେହେନ୍ଦୀ ଓ ସନ୍ଧ୍ୟା ୭ରେ ସଙ୍ଗୀତ୍‌ ଥିଲା। ସୋମବାର ପୂର୍ବାହ୍ଣ ୧୦ରେ ହଲଦୀ ଓ ସନ୍ଧ୍ୟାରେ ପାରମ୍ପରିକ ରୀତିନୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଉଭୟ ଜିଲାପାଳଙ୍କ ପରିବାରବର୍ଗ ଏବେ ଗୁଆହାଟୀରେ ଉତ୍ସବ ମନାଉଛନ୍ତି। ସାମାଜିକ ଗଣମାଧ୍ୟମରେ ଏହା ସବୁଠାରୁ ଅଧିକ ଚର୍ଚ୍ଚିତ ଖବର ପାଲଟିଛି। ସମ୍ବଲପୁର ଜିଲାପାଳ ଗତ ୨୯ ତାରିଖରୁ ଅତିରିକ୍ତ ଜିଲାପାଳ ଉମାକାନ୍ତ ରାଜ (ରାଜସ୍ବ)ଙ୍କୁ ଦାୟିତ୍ବ ହସ୍ତାନ୍ତର କରି ପ୍ରାୟ ୨୦ ଦିନ ପାଇଁ ଛୁଟିରେ ଯାଇଛନ୍ତି। ଉଭୟଙ୍କ ଏହା ହେଉଛି ଦ୍ବିତୀୟ ବିବାହ। ପାରସ୍ପରିକ ସହମତିରେ ସେମାନଙ୍କ ପ୍ରଥମ ବିବାହ ବିଚ୍ଛେଦ ଘଟିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories