www.samajalive.in
Saturday, December 6, 2025
26.1 C
Bhubaneswar

ଓଡ଼ିଶାରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ: ଗତ ୨୪ ଘଣ୍ଟାରେ ନୂଆ ୬୧୬୪ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୧୩୨

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ନିୟନ୍ତଣ ବାହାରକୁ ଯିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ନୂଆ ୬୧୬୪ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୩୫୭୫ ଓ ସ୍ଥାନୀୟ ସଂକ୍ରମିତ ୨୫୮୯ ଜଣଙ୍କୁ ଚିହ୍ନଟ କରାଯାଇଛି। ଅନୁଗୁଳରୁ ୧୩୬, ବାଲେଶ୍ୱର ୭୮, ବରଗଡ ୨୩୬, ଭଦ୍ରକ ୭୧, ବଲାଙ୍ଗୀରରୁ ୨୨୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୧୩୨ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାଯାଇଛି। ଷ୍ଟେଟ ପୁଲରୁ ୨୪୧ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ଗତ ୨୪ ଘଣ୍ଟାରେ ୭ ଜଣଙ୍କର ପ୍ରାଣହାନି ଘଟିଛି। ଏଥିସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୯୬୫କୁ ବୃଦ୍ଧିପାଇଛି।
ସେହଭଳି ବଉଦରୁ ୩୮, କଟକ ୩୬୦, ଦେବଗଡ ୩୧, ଢେଙ୍କାନାଳ ୧୭, ଗଜପତି ୫୫, ଗଞ୍ଜାମ ୧୩୫, ଜଗତସିଂହପୁର ୬୩, ଯାଜପୁର ୧୫୪, ଝାରସୁଗୁଡାରୁ ୩୫୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ବ୍ୟତୀତ କଳାହାଣ୍ଡି ୪୫୨, କନ୍ଧମାଳ ୨୩, କେନ୍ଦ୍ରାପଡା ୪୮, କେନ୍ଦୁଝର ୨୦୫, କୋରାପୁଟ ୪୫, ମାଲକାନଗିରି ୧୬, ମୟୁରଭଞ୍ଜ ୧୩୬, ନବରଙ୍ଗପୁର ୨୦୭, ନୟାଗଡ ୯୯, ନୂଆପଡା ୪୫୯, ପୁରୀରୁ ୨୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାୟଗଡାରୁ ୧୦୫, ସମ୍ବଲପୁର ୨୨୯, ସୋନପୁର ୯୯, ସୁନ୍ଦରଗଡ ୪୨୭ରୁ ଚିହ୍ନଟ ହୋଇଛନ୍ତି।
ଇତିମଧ୍ୟରେ ୨୦୦୯ ଜଣ ନୂଆ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ସହିତ ରାଜ୍ୟରେ ମୋଟ ୩୮୮୪୭୯ ଜଣ ପଜିଟିଭ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୫୧୩୮୬ ଜଣ ସୁସ୍ଥ ହୋଇସାରିଛନ୍ତି। ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୫୦୭୫ ରହିଛି।

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories