ବିପର୍ୟ୍ୟୟ ପରିଚାଳନା ତାଲିମ କାର୍ୟ୍ୟକ୍ରମ

ବୌଦ୍ଧ: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ତରଫରୁ ଓଡିଶା ସରକାରଙ୍କର ସମନ୍ଵିତ ଯୁବ ଉନ୍ନୟନ ପ୍ରକଳ୍ପ ଅନ୍ତର୍ଗତ ଯୁବ ଓଡିଶା ନବୀନ ଓଡିଶା ଯୋଜନା ଅନୁସାରେ ମହାନଦୀର ମଧ୍ୟ ଭାଗରେ ଥିବା ମର୍ୟାକୁଦ ଗ୍ରାମରେ ଏକ ବିପର୍ୟ୍ୟୟ ପରିଚାଳନା ତାଲିମ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିପର୍ୟ୍ୟୟ ମୁକାବିଲା, ପ୍ରାଥମିକ ଚିକିତ୍ସା ଏବଂ ଜରୁରୀକାଳୀନ ଉଦ୍ଧାର ଉପରେ ତାଲିମ୍ ପ୍ରଦାନ କରାଯାଇଛି। ମୁଖ୍ୟ ତାଲିମଦାତା ଭାବରେ ରେଡକ୍ରସର ରାଜ୍ୟ ବିପର୍ୟ୍ୟୟ ପରିଚାଳନା ସମିତିର ସଦସ୍ୟ ତଥା ମାଷ୍ଟର ଟ୍ରେନର ଅଧ୍ୟାପକ ଡଃ ପ୍ରବୀର କୁମାର ଦାସ ଯୋଗ ଦେଇ ଗ୍ରାମବାସୀ ମାନଙ୍କୁ ଓଡିଶା ସରକାରଙ୍କ ସଫଳ ବିପର୍ୟ୍ୟୟ ପରିଚାଳନା, ବିପର୍ୟ୍ୟୟର ପ୍ରକାର ଭେଦ, ଉଦ୍ଧାର ଓ ଜରୁରୀ ସହାୟତା ଉପରେ ତାଲିମ୍ ପ୍ରଦାନ କରିଥିଲେ। ଅନ୍ୟ ତାଲିମଦାତା ଭାବରେ ଯୁବ ରେଡକ୍ରସର ଜିଲ୍ଲା ସଂଯୋଜକ ଅଧ୍ୟାପକ ସୁରେଶ୍ଵର ଯୋଶୀ ପ୍ରାଥମିକ ଚିକିତ୍ସା ଉପରେ ତାଲିମ୍ ପ୍ରଦାନ କରିଥିଲେ।

Comments are closed.