www.samajalive.in
Sunday, December 14, 2025
26.1 C
Bhubaneswar

‘ଅମୃତାୟନ ସମାହୃତି’ର ୩ଟି ଭାଗ ଉନ୍ମୋଚିତ

କଟକ: ବିଶିଷ୍ଟ ସମାଜସେବିକା ତଥା ସର୍ବୋଦୟ ନେତ୍ରୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ବିରଚିତ ‘ଅମୃତାୟନ ସମାହୃତି’ର ପ୍ରଥମ, ଦ୍ବିତୀୟ ଓ ତୃତୀୟ ଭାଗ ଆଜି ସ୍ଥାନୀୟ ଗୋପବନ୍ଧୁ ଭବନ ‘ସମାଜ’ କାର୍ଯ୍ୟାଳୟରେ ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ‘ସମାଜ’ର ପ୍ରକାଶକ ତଥା ମୁଦ୍ରାକର ନିରଞ୍ଜନ ରଥଙ୍କ ଦ୍ବାରା ଉନ୍ମୋଚିତ ହୋଇଛି। ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ଶ୍ରୀ ରଥ ଏହି ପୁସ୍ତକ ତ୍ରୟକୁ ଉନ୍ମୋଚନ କରିଥିଲେ। ଏହା ପରେ ପୁସ୍ତକ ତ୍ରୟକୁ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ଅର୍ପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ‘ସମାଜ’ର ସମ୍ପାଦକ ଡକ୍ଟର ପ୍ରମୋଦ କୁମାର ମହାପାତ୍ର, ଡକ୍ଟର ମୋହିତମୋହନ ମହାନ୍ତି, ପୁସ୍ତକ ତ୍ରୟର ସମ୍ପାଦକ ପ୍ରଫୁଲ୍ଲ ବେହେରା, ‘ସମାଜ’ର ସାଧାରଣ ପରିଚାଳକ ଶିବରାମ ମିଶ୍ର, ବରିଷ୍ଠ ସାମ୍ବାଦିକ ତପନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ନପୂର୍ଣ୍ଣା ଦେବୀ (ଚୁନି ଅପା)ଙ୍କ ଜୀବଦ୍ଦଶାରେ ତାଙ୍କର ଆତ୍ମଜୀବନୀ ‘ଅମୃତ ଅନୁଭବ’ ପ୍ରକାଶ ପାଇ ଅଭୂତପୂର୍ବ ପାଠକୀୟ ଶ୍ରଦ୍ଧା ଲାଭ କରିଥିଲା। ବର୍ତ୍ତମାନର ତିନିଖଣ୍ଡି ପୁସ୍ତକ ‘ଅମୃତାୟନ ସମାହୃତି’ ତାହାର ପରିବର୍ଦ୍ଧିତ ସଂସ୍କରଣ। ଏହା ପ୍ରକାଶ ପାଇପାରିନଥିଲା। ଅନ୍ନପୂର୍ଣ୍ଣା ମହାରଣାଙ୍କ ଦୁଇ ପୁଅ ଜ୍ଞାନଦେବ ଓ କର୍ମଦେବ ମହାରଣାଙ୍କ ସହଯୋଗ କ୍ରମେ ଏବଂ ପ୍ରଫୁଲ୍ଲ ବେହେରାଙ୍କ ସମ୍ପାଦନାରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories