www.samajalive.in
Tuesday, December 9, 2025
16.1 C
Bhubaneswar

‘ଅମୃତାୟନ ସମାହୃତି’ର ୩ଟି ଭାଗ ଉନ୍ମୋଚିତ

କଟକ: ବିଶିଷ୍ଟ ସମାଜସେବିକା ତଥା ସର୍ବୋଦୟ ନେତ୍ରୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ବିରଚିତ ‘ଅମୃତାୟନ ସମାହୃତି’ର ପ୍ରଥମ, ଦ୍ବିତୀୟ ଓ ତୃତୀୟ ଭାଗ ଆଜି ସ୍ଥାନୀୟ ଗୋପବନ୍ଧୁ ଭବନ ‘ସମାଜ’ କାର୍ଯ୍ୟାଳୟରେ ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ‘ସମାଜ’ର ପ୍ରକାଶକ ତଥା ମୁଦ୍ରାକର ନିରଞ୍ଜନ ରଥଙ୍କ ଦ୍ବାରା ଉନ୍ମୋଚିତ ହୋଇଛି। ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ଶ୍ରୀ ରଥ ଏହି ପୁସ୍ତକ ତ୍ରୟକୁ ଉନ୍ମୋଚନ କରିଥିଲେ। ଏହା ପରେ ପୁସ୍ତକ ତ୍ରୟକୁ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ଅର୍ପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ‘ସମାଜ’ର ସମ୍ପାଦକ ଡକ୍ଟର ପ୍ରମୋଦ କୁମାର ମହାପାତ୍ର, ଡକ୍ଟର ମୋହିତମୋହନ ମହାନ୍ତି, ପୁସ୍ତକ ତ୍ରୟର ସମ୍ପାଦକ ପ୍ରଫୁଲ୍ଲ ବେହେରା, ‘ସମାଜ’ର ସାଧାରଣ ପରିଚାଳକ ଶିବରାମ ମିଶ୍ର, ବରିଷ୍ଠ ସାମ୍ବାଦିକ ତପନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ନପୂର୍ଣ୍ଣା ଦେବୀ (ଚୁନି ଅପା)ଙ୍କ ଜୀବଦ୍ଦଶାରେ ତାଙ୍କର ଆତ୍ମଜୀବନୀ ‘ଅମୃତ ଅନୁଭବ’ ପ୍ରକାଶ ପାଇ ଅଭୂତପୂର୍ବ ପାଠକୀୟ ଶ୍ରଦ୍ଧା ଲାଭ କରିଥିଲା। ବର୍ତ୍ତମାନର ତିନିଖଣ୍ଡି ପୁସ୍ତକ ‘ଅମୃତାୟନ ସମାହୃତି’ ତାହାର ପରିବର୍ଦ୍ଧିତ ସଂସ୍କରଣ। ଏହା ପ୍ରକାଶ ପାଇପାରିନଥିଲା। ଅନ୍ନପୂର୍ଣ୍ଣା ମହାରଣାଙ୍କ ଦୁଇ ପୁଅ ଜ୍ଞାନଦେବ ଓ କର୍ମଦେବ ମହାରଣାଙ୍କ ସହଯୋଗ କ୍ରମେ ଏବଂ ପ୍ରଫୁଲ୍ଲ ବେହେରାଙ୍କ ସମ୍ପାଦନାରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories