www.samajalive.in
Monday, December 8, 2025
14.1 C
Bhubaneswar

ଅଧ୍ୟାପକ ଡ଼ଃ. ଗୌରୀ ଶଙ୍କର ଶତପଥୀଙ୍କୁ ଜ୍ଞାନ ମଉଡମଣି ଉପାଧି

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ସ୍ଥିତ ସହିଦ ଭଗତ ସିଂ କଲେଜର ଓଡ଼ିଆ ଅଧ୍ୟାପକ ତଥା ନାଟ୍ୟ ନିର୍ଦ୍ଦେଶକ ଡ଼ଃ. ଗୌରୀ ଶଙ୍କର ଶତପଥୀଙ୍କୁ ଜ୍ଞାନ ମଉଡମଣୀ ଉପାଧିରେ ସମ୍ମାନିତ କରାଯାଇଛି। ଯାହାକୁ ନେଇ ତାଙ୍କୁ ବିଭିନ୍ନ ମହଲରୁ ତାଙ୍କର ଶୁଭେଛୁ ମାନେ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କୁ ପୁରୀ ଅନ୍ନପୂର୍ଣ୍ଣା ଥିଏଟର ରଙ୍ଗମଞ୍ଚରେ କାଲଚୁରାଲ ଡେଭଲେପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଇଣ୍ଟେରନେସନାଲ ମେଗା ସୁପର କ୍ଳାସ ଡ଼ାନ୍ସ ଫେଷ୍ଟିବେଲ ଅପସରା ୨୦୨୩ ମହୋତ୍ସବରେ ସମ୍ମାନିତ କରାଯାଇଛି। ଫେଷ୍ଟିବେଲ ଡ଼ାଇରେକ୍ଟର ଡ଼ଃ. ଉପେନ୍ଦ୍ର କୁମାର ଶର୍ମା, ଭାଇସ ଚେୟାରମ୍ୟାନ ନାଟ୍ୟକାର ଡ଼ଃ. ମନୋଜ ପଣ୍ଡା, ସେଣ୍ଟଜାଭିଏର ଚେୟାରମ୍ୟାନ ବୀରସେନ ବେହେରା ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନାଟକରେ ଉଚ୍ଚକୋଟିର ନାଟ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କୁ ନିର୍ଦେଶନା କ୍ଷେତ୍ରରେ ମଧ୍ୟ ସଫଳତା ମିଳିଥିବା ଜଣାପଡ଼ିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories