ଲାଞ୍ଜିଗଡ଼: ଆଜି ଦିନିକିଆ ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ। ଶ୍ରୀ ଦିଶାରୀ ଆଜି ସେଠାରେ ପ୍ରସ୍ତାବିତ ଜେଏମ୍ଏଫସି କୋର୍ଟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନ ନିରୁପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଭବାନୀପାଟଣା ଉପ ଜିଲ୍ଲାପାଳ ଡ. ବିଶ୍ବଜିତ ଦାସ, ଲାଞ୍ଜିଗଡ଼ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା, କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ଅଧିକାରୀ ଶରତ ସାହୁ, ପ୍ରକଳ୍ପ ପ୍ରବନ୍ଧକ ଲମ୍ବୋଦର ପ୍ରଧାନ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ବସନ୍ତପଡା ସରପଞ୍ଚ ଚାଞ୍ଚେର ମାଝୀ, ଲାଞ୍ଜିଗଡ଼ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ବଜ ପେସନିଆଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଲାଞ୍ଜିଗଡ଼ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ବିଶ୍ବନାଥପୁର ଫେରି ଆସିଥିଲେ। ସେଠାରେ ନିର୍ମାଣାଧୀନ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରକଳ୍ପ ପରିଦର୍ଶନ କରି କର୍ମକର୍ତ୍ତାଙ୍କ ସହିତ ଆଲାେଚନା କରିଥିଲେ। ଏହା ପରେପରେ ବିଧାୟକ ଡୁମେରମୁଣ୍ଡାରେ ଲଗାଣ ବର୍ଷାରେ ଘର ଭାଙ୍ଗି ମ୍ରୁତ୍ୟୁବରଣ କରିଥିବା ଋଷିମଣି ସାହୁ ଘରକୁ ଯାଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ବିଧାୟକଙ୍କ ଗସ୍ତ ସମୟରେ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ବରିଷ୍ଠ ବିଜେଡି ନେତା ଶ୍ରୀଧର ପେସନିଆ, ବିଜେଡି ନେତା ଚନ୍ଦ୍ରଶେଖର ମହାପାତ୍ର, ହିମାଦ୍ରୀ ପେସନିଆ, ତରୁଣ କୁମାର ଦାସ, ମନରଞ୍ଜନ ବିଶି, ହରିଶଙ୍କର ପାତ୍ର, ଡିଲେଶ କୁମାର ନାଗ, ପାତ୍ର ମାଝୀ, ମହେନ୍ଦ୍ର କରୁଆଁ, ବନବିହାରୀ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



