www.samajalive.in
Wednesday, December 10, 2025
18.1 C
Bhubaneswar

ତାଲଭଟ୍ଟାପଡ଼ାରେ ଗୋଷ୍ଠୀ ସଂଘର୍ଷ, ୬ ଗିରଫ

ସମ୍ବଲପୁର: ସମ୍ବଲପୁରର କ୍ଷେତରାଜପୁର ଥାନା ଅର୍ନ୍ତଗତ ତାଲଭଟ୍ଟାପଡ଼ା ଠାରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣେ ପୁଲିସ କର୍ମଚାରୀ ସମେତ ୪ ଜଣ ଆହତ ହୋଇଛନ୍ତି। ଗତକାଲି ରାତ୍ରିରେ ଉଭୟ ଗୋଷ୍ଠୀ ମଧ୍ୟରେ ଜୋରଦାର ପଥରମାଡ ହେବାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାର ଦେଖି ସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୁଲିସ ଲାଠି ଚାର୍ଜ କରିଥିଲା। ଏହି ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ସମେତ ଜଣେ ପୁଲିସ ଆହତ ହୋଇଛନ୍ତି। ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଗତକାଲି ରାତ୍ରିରୁ ୨ ପ୍ଲାଟୁନ ପୁଲିସ ବଳ ଅଞ୍ଚଳରେ ମୃତୟନ ହୋଇଛନ୍ତି। ପ୍ରେମ ପ୍ରସଙ୍ଗ ମାମଲାରେ ଝିଅଙ୍କ ଭାଇ ତାଙ୍କର ପ୍ରେମୀଙ୍କୁ କଥା ହେବା ସମୟରେ ଦେଖିଥିଲେ। ଏହା ପରେ ଝିଅଙ୍କ ଭାଇ ଉଭୟଙ୍କୁ ମାଡ ମାରିଥିଲେ। ଏହି ଘଟଣା ପରେ ଉଭୟ ଝିଅ ଓ ପୁଅର ପରିବାରଙ୍କ ସହିତ ପଡୋଶୀ ମାନଙ୍କ ମଧ୍ୟରେ ଏହାକୁ ନେଇ ଗାଳିଗୁଲଜ ସହିତ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଏହା ପରେ ରାତ୍ରିରେ ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇ ପ୍ରଥମେ ପଥର ମାଡ ଏବଂ ପରେ ମାଡପିଟ ହୋଇଥିଲା। ଉଭୟ ପକ୍ଷରୁ ପ୍ରାୟ ୫୦ ଜଣ ବ୍ୟକ୍ତି ଏହି ସଂଘର୍ଷରେ ସାମିଲ ଥିବା ବେଳେ ପରିସ୍ଥିତି ଧିରେ ଧିରେ ଆୟତ୍ତ ବାହାରକୁ ଯାଉଥିବାର ଦେଖି ଲାଠି ଚାର୍ଜ କରିଥିଲା।

ଅପରପକ୍ଷରେ ଏହି ଘଟଣାକୁ ନେଇ ବୁଧବାର ପୂର୍ବାହ୍ନରେ ତାଲଭଟ୍ଟା ପଡ଼ାବାସୀ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଘେରାଉ କରି ଗତକାଲି ରାତ୍ରିରେ ପୁଲିସ ସେମାନଙ୍କ ଉପରେ ଜୁଲମ କରିଥିବାର ଅଭିଯୋଗ କରିଥିଲେ। ପୁଲିସ ବିଳମ୍ବିତ ରାତ୍ରିରେ ନିରୀହ ଲୋକଙ୍କୁ ମାଡ ମାରିଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫଟାଇ ଦେବା ସହିତ ମହିଳା ଓ ଯୁବତୀଙ୍କୁ ମଧ୍ୟ ପୁରୁଷ ପୁଲିସ ମାଡ ମାରିଥିବାର ଅଭିଯୋଗ ପଡ଼ାବାସୀ କରିଛନ୍ତି। ଅଞ୍ଚଳବାସୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତୀବ୍ର ବିରୋଧ ପ୍ରଦର୍ଶନ କରିବା ସହିତ ପୁଲିସ ବିରୋଧରେ ନାରାବାଜି କରି ନ୍ୟାୟ ପ୍ରଦାନ ପାଇଁ ଦାବି କରିଥିଲେ। ଏହାକୁ ନେଇ ପଡ଼ାବାସୀ ଓ ପୁଲିସ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦୀର୍ଘ ସମୟ ଧରି ଜାରି ରହିଥିଲା। ଅତିରିକ୍ତ ଏସପି ଓ ସଦର ଏସଡିପିଓ ଘଟଣାସ୍ଥଳକୁ ପହୁଞ୍ôଚ ଘଟଣାର ତଦନ୍ତ ହେବ ଏବଂ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶୃତି ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଗତକାଲି ରାତ୍ରିରେ କିଛି ନିରୀହ ବ୍ୟକ୍ତିଙ୍କୁ ପୁଲିସ ଉଠାଇ ନେଇଥିବାରୁ ସେମାନଙ୍କୁ ମଧ୍ୟ ଛାଡି ଦେବାକୁ ପଡ଼ାବାସୀ ଦାବି କରିଥିଲେ। ଏହି ଘଟଣା ପରେ ଅନ୍ୟ ଗୋଷ୍ଠୀ ପକ୍ଷରୁ ପରଦେଶୀପଡ଼ା ଠାରେ ରାସ୍ତାରୋକ କରାଯାଇ ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦେବା ପାଇଁ ଦାବି କରାଯାଇଥିଲା। ଏହି ମାମଲାରେ ଉଭୟ ପକ୍ଷରୁ ୩ ଜଣ ଲେଖାଏଁ ସମୁଦାୟ ୬ ଜଣଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରାଯାଇଛି ବୋଲି ସଦର ଏସଡିପିଓ କହିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories