www.samajalive.in
Thursday, December 11, 2025
27.1 C
Bhubaneswar

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

ସମ୍ବଲପୁର: ସମ୍ବଲପୁରର ସଦର ଥାନା ପୁଲିସ ବିବାହ ପ୍ରଲ୍ଲୋଭନ ଦେଖାଇ ଜଣେ ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି। ଭୀମଖୋଜ ଗ୍ରାମର ନିବାସୀ ବିକି ଓରାମ (୧୯) ପ୍ରାୟ ୧ ବର୍ଷ ହେବ ସଦର ଥାନାଞ୍ଚଳ ନିବାସୀ ୧୬ ବର୍ଷିୟ ନାବାଳିକାଙ୍କ ଗ୍ରାମକୁ ନିୟମିତ ଯାତାୟାତ କରୁଥିଲା। ପ୍ରାୟ ୩ ମାସ ହେବ ବିବାହ କରିବା ପ୍ରଲ୍ଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଥିଲା। ପରବର୍ତ୍ତୀ ସମୟରେ ଉକ୍ତ ନାବାଳିକାକୁ ସେ ସାଥିରେ ନିଜ ଘରକୁ ନେଇ ଯାଇଥିଲା। କିନ୍ତୁ ତାର ପରିବାର ଲେକେ ନାବାଳିକାକୁ ଗ୍ରହଣ କରିବାକୁ ମନା କରି ଘରୁ ବାହାର କରିଦେବାରୁ ସଦର ଥାନାରେ ପିଡିତା ଅଭିଯୋଗ କରିଥିଲେ। ଏଣୁ ସଦର ପୁଲିସ ମାମଲା ସଂଖ୍ୟା ୨୩୪/୨୦୨୩ ରୁଜୁ କରି ପୋକ୍ସୋ ଓ ଅନ୍ୟ ଦଫା ଲଗାଇ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories