କେନ୍ଦୁଝର : କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥ ପୁରୁଣାବଜାର ବାଇପାସ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗାଡ଼ି ଚେକିଂ ସମୟରେ ଜଣେ ଆରଟିଓ କର୍ମଚାରୀଙ୍କୁ ୧୪ ଚକିଆ ଟ୍ରକ ଚାପି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲ ନିଆଯାଇଥିଲା। ମାତ୍ର ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ଟ୍ରକ ଚାଳକ ଫେରାର ଥିବା ସୂଚନା ମିଳିଛି।
ଗାଡ଼ି ଯାଞ୍ଚ ବେଳେ ଆରଟିଓ କର୍ମଚାରୀଙ୍କୁ ଚାପି ଦେଲା ଟ୍ରକ
Popular Categories



