www.samajalive.in
Wednesday, December 10, 2025
18.1 C
Bhubaneswar

ରାଜ୍ୟର ବିଭିନ୍ନ ସ୍ଥାନରେ ଡ଼ଙ୍ଗା ଭସା ଉତ୍ସବ ପାଳନ

ଭୁବନେଶ୍ୱର / କଟକ : ମଙ୍ଗଳବାର ଅର୍ଥାତ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହୋଇଛି। ବଡ଼ି ଭୋରରୁ ରାଜ୍ୟର ବିଭିନ୍ନ ନଦୀ, ପୁଷ୍କରିଣୀ ଓ ମହୋଦଧୀରେ ଲୋକେ ଡ଼ଙ୍ଗା ଭସାଇଛନ୍ତି। ଡ଼ଙ୍ଗା ଭସାଇବା ସମୟରେ ଆ…କା…ମା…ବୈ, ପାନ ଗୁଆ ଥୋଇ, ଗୀତ ଗାଉଛନ୍ତି। କଟକର ମହାନଦୀ, କାଠଯୋଡ଼ି ନଦୀରେ ଲୋକଙ୍କ ବେଶ ଭିଡ଼ ଜମିଥିଲା। ବିଭିନ୍ନ ରଙ୍ଗବେରଙ୍ଗର ଡ଼ଙ୍ଗା ନଦୀରେ ଭସାଉଥିଲେ।
ସେଭଳି ରାଜଧାନୀ ଭୁବନେଶ୍ୱରର ବିନ୍ଦୁ ସାଗର, ପୁରୀ ସମୁଦ୍ର କୂଳ ଓ ଗୋପାଳପୁରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପୂର୍ବେ ବ୍ୟବସାୟ ପାଇଁ ସମୁଦ୍ର ପଥରେ ଓଡ଼ିଆ ସାଧବ ପୁଅ ବିଦେଶକୁ ଯାତ୍ରା କରୁଥିଲେ। ଜାଭା, ସୁମାତ୍ରା ଓ ବାର୍ଲି ଭଳି ଅଞ୍ଚଳକୁ ଯିବା ପାଇଁ କାର୍ତ୍ତିକ ପୂର୍ଣ୍ଣିମାକୁ ଶୁଭ ଲଗ୍ନ ବୋଲି କୁହାଯାଏ । ତେଣୁ ଓଡ଼ିଶାର ସେହି ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ କାର୍ତ୍ତିକ ପୂର୍ଣ୍ଣିମାରେ ଡ଼ଙ୍ଗା ଭସା ଉତ୍ସବ ପାଳନ କରାଯାଏ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories