www.samajalive.in
Monday, December 8, 2025
14.1 C
Bhubaneswar

ବର୍ଷାଭିଜା ବାହୁଡା ଯାତ୍ରା, ବର୍ଷାରେ ଭିଜି ରଥ ଟାଣିଲେ ଶ୍ରଦ୍ଧାଳୁ

ଆଠଗଡ଼: ଆରାଧ୍ୟ ପ୍ରଭୁ ଅଟ୍ଟାଳି ଜଗନ୍ନାଥ ଦେବଙ୍କ ବାହୁଡା ଯାତ୍ରା ସମୟରେ ପ୍ରବଳ ବର୍ଷା ସତ୍ତ୍ବେ ଠିକ୍‌‌ ସମୟରେ ରଥଗଡ଼ାସ୍ଥିତ ରଥଖଳାରେ ରଥ ପହଞ୍ଚିଯାଇଛି। ନିର୍ଦ୍ଧାରିତ ସମୟ ଅନୁସାରେ ଆଡପମଣ୍ଡପରେ ଶ୍ରୀ ଜୀଉଙ୍କର ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ନ ୩ଟାରେ ପହଣ୍ଡି ବିଜେ କରାଯାଇଥିଲା। ରଥ ଉପରେ ନୀତିକାନ୍ତି ସଂପନ୍ନ ପରେ ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ଛେରାପହଁରା କରିଥିଲେ। ଅପରାହ୍ନ ପ୍ରାୟ ୪.୪୫ମିନିଟରେ ରଥଟଣା ଆରମ୍ଭ ହେବା ବେଳକୁ ପ୍ରବଳ ବର୍ଷା ହେବା ସତ୍ତ୍ବେ ଶ୍ରଦ୍ଧାଳୁ ବର୍ଷାରେ ଭିଜି ଆନନ୍ଦରେ ରଥ ଟାଣିଥିଲେ। ଅଟ୍ଟାଳି ଜଗନ୍ନାଥ ଦେବଙ୍କ ବଡରଥକୁ ସବୁବର୍ଗର ଭକ୍ତ ଟାଣିଥିବାବେଳେ ଜଗନ୍ନାଥ ବଲ୍ଲଭ ମଠର ସାନରଥକୁ କେବଳ ମହିଳାମାନେ ଟାଣିଥିଲେ। ବର୍ଷାରେ ରଥଦାଣ୍ଡରେ ବର୍ଷାଜଳର ସ୍ରୋତ ଚାଲିଥିବାବେଳେ ସେହିଥିରେ ରଥଟଣା ଯାଇଥିଲା। ତେବେ ରଥ ଗୋପବନ୍ଧୁ ଛକଠାରେ ପହଞ୍ଚିବା ବେଳକୁ ବର୍ଷା ଛାଡିଯିବାରୁ ଶ୍ରଦ୍ଧାଳୁଙ୍କ ସମାଗମ ବହୁ ସଂଖ୍ୟାରେ ବଢ଼ିଥିଲା। ପହଣ୍ଡି ସମୟରେ ନୃତ୍ୟଗୁରୁ ରଘୁନାଥ ଦାସଙ୍କ ସହିତ ୧୫ରୁ ଅଧିକ ନୃତ୍ୟାଙ୍ଗନା ଓଡିଶୀ ନୃତ୍ୟ ଏବଂ ସଂକୀର୍ତ୍ତନ ମହାମଣ୍ଡଳ ସଭାପତି ଅଜୟ ଦାସଙ୍କ ନେତୃତ୍ୱରେ ୧୭ମଣ୍ଡଳ ସଂକୀର୍ତ୍ତନ ଦଳ ସଂକୀର୍ତ୍ତନ ପରିବେଷଣ କରିଥିଲେ। ସହକାରୀ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ପ୍ରିୟବ୍ରତ ଦାସ, ଭାରପ୍ରାପ୍ତ ଉପଜିଲ୍ଲାପାଳ ଦୀପ୍ତିମୟୀ ବେହେରା ଓ ସହକାରୀ ଜିଲ୍ଲାପାଳ ମାନସ ରଞ୍ଜନ ବେହେରା ବାହୁଡା ଯାତ୍ରା ପରିଚାଳନା କରିଥିଲେ। ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର ବିଶିଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ପୁଲିିସ ଅଧିକାରୀ ଓ କର୍ମଚାରୀ ଶାନ୍ତିଶୃଙ୍ଖଳା ଦାୟିତ୍ୱ ନିର୍ବାହ କରିଥିଲେ। ବିଶିଷ୍ଟ ଘୋଷକ ସୁବାସ ଚନ୍ଦ୍ର ମହାନ୍ତି ଓ ସାହିତ୍ୟିକା ପୁଲିନ ମିଶ୍ର ଧାରା ବିବରଣୀ ପ୍ରଦାନ କରିଥିଲେ। ବଡପଣ୍ଡା ଶରତ କୁମାର ପଣ୍ଡା, ସୁଶାନ୍ତ କୁମାର ପଣ୍ଡା, ସ୍ୱାଗତ ପଣ୍ଡା, ଗୌତମ ପଣ୍ଡାଙ୍କ ସମେତ ଅନ୍ୟ ସେବାୟତ ନୀତିକାନ୍ତି ସଂପନ୍ନ କରିବାରେ ସହଯୋଗ କରିଥିବାବେଳେ ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡା ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories