www.samajalive.in
Saturday, December 6, 2025
26.1 C
Bhubaneswar

ଦିବ୍ୟାଙ୍ଗଙ୍କୁ ଦେଖି ଆଣ୍ଠୁମାଡ଼ି ବସିଲେ ପାଣ୍ଡିଆନ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିର ପଞ୍ଚଲିଙ୍ଗେଶ୍ୱରରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତ ଶୁଣି ସେଠାରେ ପହଞ୍ଚି ଯାଇଥିବା ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ କୁଳିଗଡ଼ି ଗାଁର ଦିବ୍ୟାଙ୍ଗ ପ୍ରଶାନ୍ତ ରାଉତ (୨୩)। ପାଣ୍ଡିଆନଙ୍କୁ ଦେଖା କରିବେ ବୋଲି ବାପା ଶ୍ରୀଧର ରାଉତ ତାଙ୍କ ଦିବ୍ୟାଙ୍ଗ ପୁଅକୁ ନେଇ ଏଠାକୁ ଆସିଥିଲେ। ମଞ୍ଚରୁ ଓହ୍ଲାଇବା ସମୟରେ ପାଣ୍ଡିଆନଙ୍କ ଆଖି ଦିବ୍ୟାଙ୍ଗ ଉପରେ ପଡ଼ିଥିଲା । ସେ ତାଙ୍କ ପାଖରେ ତତକ୍ଷଣାତ ପହଞ୍ଚି ଆଣ୍ଠୁମାଡ଼ି ବସି ପଡ଼ିଥିଲେ। ଖଣ୍ଡେ ତିନି ଚକିଆ ଗାଡ଼ି ପାଇଁ ଦିବ୍ୟାଙ୍ଗ ଜଣକ ପାଣ୍ଡିଆନଙ୍କୁ କହିବା ପରେ ସେ ତୁରନ୍ତ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ଏ ସମ୍ପର୍କରେ ସେ ବାଲେଶ୍ୱର ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କୁ ନିର୍ଦେଶ ଦେଇଥିବା ଦେଖିବାକୁ ମିଳିଛି। ଏହା ଶୁଣି ଦିବ୍ୟାଙ୍ଗ ପ୍ରଶାନ୍ତ ଆଖି ଖୁସିରେ ଛଳ ଛଳ ହୋଇ ପଡ଼ିଥିଲା। ଜଣେ ଦିବ୍ୟାଙ୍ଗଙ୍କ ପ୍ରତି ପାଣ୍ଡିଆନଙ୍କ ଏତାଦୃଶ୍ୟ ବ୍ୟବହାର ଓ ସମ୍ମାନ ଦେଖି ଉପସ୍ଥିତ ଲୋକ ସ୍ୱତ୍ତପ୍ରବୃତ୍ତ ଯୋଡ଼ହସ୍ତ ହୋଇ ପଡ଼ିଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories